ତାଳଚେର ରେ ବିଶାଳ ହିନ୍ଦୁରାଷ୍ଟ୍ର ମହାଧିବେଶନ
ଅନୁଗୋଳ : ତାଳଚେର ଦେଉଳଦେବା ଦୁର୍ଗା ମଣ୍ଡପ ପଡିଆ ରେ ବିଶାଳ ହିନ୍ଦୁ ରାଷ୍ଟ୍ର ମହା ଅଧିବେଶନ ଅନୁଷ୍ଠିତ ହୋଇଯାଇଛି, ଏଥିରେ ପୁରି ଗୋବର୍ଧନ ପିଠା ଧୀଶ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗ ଯୋଗଦେଇ ଦିବ୍ୟ ସନ୍ଦେଶ ପ୍ରଦାନ କରିଛନ୍ତି, |କେନ୍ଦ୍ରୀୟ ଶାସନତନ୍ତ୍ର ବ୍ୟବସ୍ଥା ଖୁବ ଶିଘ୍ର ଭାରତକୁ ହିନ୍ଦୁ ରାଷ୍ଟ୍ର ରୂପେ ଘୋଷଣା କରିବାକୁ ସେ ପରାମର୍ଶ ଦେଇଛନ୍ତି | ଧର୍ମ ନିୟନ୍ତ୍ରିତ, ଶୋଷଣ ବିନିର୍ମିତ, ପକ୍ଷ ପାତ ବିହୀନ, ସର୍ବ ହିତ ପ୍ରଦ ଶାସନ ଵିଧି ବ୍ୟବସ୍ଥା କରିବା ଉପରେ ସେ ଆଲୋକପାତ କରିଛନ୍ତି |

ହଜାର ହଜାର ଭକ୍ତ ଶ୍ରଦ୍ଧାଳୁ ଆଜି ଜଗତ ଗୁରୁ ଙ୍କ ଠାରୁ ଆଶ୍ରିବଚନ ଶୁଣିବା ସହ କୃପା ଭିକ୍ଷା କରିଛନ୍ତି |ସୁ ସଂକୃତ, ସୁରକ୍ଷିତ, ସୁଶିକ୍ଷିତ, ସମ୍ପର୍ଣ୍ଣ ସେବା ପାରାୟଣ ବ୍ୟକ୍ତି ତଥା. ଆଦର୍ଶ ସମାଜ ର ସଂରକ୍ଷଣ ବୋଲି ସେ. କହିଛନ୍ତି |ସମସ୍ତେ ପ୍ରଭୁ. ପ୍ରେମୀ, ପ୍ରଭୁ ଭକ୍ତ, ସମସ୍ତେ ପ୍ରାରବ୍ଧ ଅନୁଯାୟୀ କାର୍ଯ୍ୟ କରିବା ଆବଶ୍ୟକ, ସମସ୍ତେ ସମସ୍ତ ଙ୍କ ପ୍ରତି ବ୍ୟବହାର ଉତ୍ତମ ରଖିବା ଆବଶ୍ୟକ ଉପରେ ଗୁରୁଜୀ. କହିଥିଲେ |ସମସ୍ତ ସନାତନୀ ହିନ୍ଦୁ ଦୈନିକ 75 ମିନିଟ ସମୟ ଭଗବାନ ଙ୍କ ପାଇଁ ଦେବା ସହ ପରିବାର ରୁ ଏକ ଟଙ୍କା ଲେଖାଏଁ ରଖି ସମାଜ ର କାର୍ଯ୍ୟରେ ଲଗାଇବା ଉଚିତ | ରାଷ୍ଟ୍ରୀୟ ନବବର୍ଷ ଅବସରରେ ଆଜି ସଚ୍ଚିଦାନନ୍ଦ ସରସ୍ବତୀ, ସ୍ୱାମୀ ନିର୍ବିକାଳ୍ପନାନନ୍ଦ ସରସ୍ବତୀ. ବହୁ ସାଧୁ ସନ୍ଥ, ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା, ପ୍ରାକ୍ତନ ସାଂସଦ ମହେଶ ସାହୁ, ନଗରପାଳ ପବିତ୍ର ଭୁତିଆ ଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ଥିଲେ |

ଆଦିତ୍ୟ ବାହିନୀ ର ରାଜ୍ୟ ସଭାପତି ପଣ୍ଡିତ ମାତୃ ପ୍ରସାଦ ମିଶ୍ର ସଂଯୋଜନା କରିଥିଲେ |ହିନ୍ଦୁ ରାଷ୍ଟ୍ର ମହାଧିବେଶନ କାର୍ଯ୍ୟକ୍ରମ ର ସଂଯୋଜକ ପର୍ଶୁରାମ ବାରିକ, ବରୁଣ ସାହୁ, ବୃନ୍ଦାବନ ବେହେରା, ଙ୍କ ସମେତ ଶତାଧିକ କର୍ମକର୍ତା ଙ୍କ ଅକ୍ଲାନ୍ତ ପରିଶ୍ରମରେ କାର୍ଯ୍ୟକ୍ରମ ସଫଳ ହୋଇଥିଲା |ଆଜି 10 ହଜାର ରୁ ଉର୍ଦ୍ଧ ଜନ ସମାଗମ ହୋଇଥିଲା |