ହୀରାକୁଦ ଖୋଲିଲା ୬ ଟି ଗେଟ, ବର୍ତ୍ତମାନ ଜଳସ୍ତର ୬୨୭ ଫୁଟ୍‌ ।

ସମ୍ବଲପୁର : ଉପର ମୁଣ୍ଡରେ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରକୁ ଜଳପ୍ରବେଶ ବୃଦ୍ଧି ପାଇଛି। ସୋମବାର ସଂଧ୍ୟା ୬ଟାରେ ୬୨୫.୧୦ ଫୁଟ୍ ଥିବା ହୀରାକୁଦ ଜଳସ୍ତର ୨୪ ଘଣ୍ଟାରେ ପ୍ରାୟ ୨ ଫୁଟ୍‌ ବୃଦ୍ଧି ପାଇ ମଙ୍ଗଳବାର ସଂଧ୍ୟା ୬ଟା ବେଳକୁ ୬୨୭.୦୪ ଫୁଟ୍‌ରେ ପହଞ୍ଚିଛି। ଜଳସ୍ତର ବୃଦ୍ଧିକୁ ଦୃଷ୍ଟିରେ ରଖି ମଙ୍ଗଳବାର ସଂଧ୍ୟା ୫ଟା ବେଳେ ହୀରାକୁଦର ୬ଟି ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି ।

ସଂଧ୍ୟା ୬ଟା ବେଳେ ଜଳଭଣ୍ଡାରକୁ ହାରାହାରି ୧,୭୬,୫୬୦ କ୍ୟୁସେକ୍‌ ପାଣି ପ୍ରବେଶ କରୁଥିଲାବେଳେ ବିଭିନ୍ନ ମାର୍ଗ ଦେଇ ୧,୨୭,୦୮୭ କ୍ୟୁସେକ୍‌ ନିଷ୍କାସିତ ହେଉଥିଲା। ସେଥିରୁ ସ୍ପିଲ୍‌ୱେ ଦେଇ ୯୭,୨୩୦ କ୍ୟୁସେକ୍‌, ପାୱାର୍ ଚାନେଲ୍ ଦେଇ ୨୬,୫୫୪ କ୍ୟୁସେକ୍, ବରଗଡ଼ କେନାଲ୍ ଦେଇ ୨୭୬୧ କ୍ୟୁସେକ୍‌, ଶାସନ କେନାଲ୍ ଦେଇ ୨୦୦ କ୍ୟୁସେକ୍‌, ସମ୍ବଲପୁର ଡିଷ୍ଟ୍ରିବ୍ୟୁଟାରି ଦେଇ ୬୦ କ୍ୟୁସେକ୍‌, ଶିଳ୍ପ ସଂସ୍ଥା ପାଇଁ ୨୮୨ କ୍ୟୁସେକ୍ ପାଣି ନିଷ୍କାସିତ ହେଉଥିଲା। ସେହି ସମୟରେ ହୀରାକୁଦ ତଳ ମୁଣ୍ଡ ବେଲଗାଁଠାରେ ୪୯,୮୦୦ କ୍ୟୁସେକ୍‌, ପଥର୍ଲାରେ ୩‌,୦୫,୮୬୮ କ୍ୟୁସେକ୍‌, ଖଇରମାଳରେ ୪ ଲକ୍ଷ ୬୬ ହଜାର କ୍ୟୁସେକ୍‌, ବରମୂଳଠାରେ ୫ ଲକ୍ଷ ୪୩ ହଜାର କ୍ୟୁସେକ୍‌ ଓ ମୁଣ୍ଡଳିଠାରେ ୪ ଲକ୍ଷ ୭୪ ହଜାର ୬୨୪ କୁସେକ୍‌ ପାଣି ପ୍ରବାହିତ ହେଉଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ହୀରାକୁଦ ଉପର ମୁଣ୍ଡରେ ହାରାହାରି ୪୬.୪୬ ମିଲିମିଟର୍‌ ଓ ତଳମୁଣ୍ଡରେ ୧୨୨.୯୪ ମିଲିମିଟର୍‌ ବର୍ଷା ହୋଇଥିବା ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ପ୍ରକାଶ।

Leave a Reply

Your email address will not be published. Required fields are marked *