ହୀରାକୁଦ ରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ, ଖୋଲିଲା ୨ଟି ଗେଟ୍।

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରରୁ ରବିବାର ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ଛଡ଼ାଯାଇଛି। ପ୍ରଥମ ପର୍ଯ୍ଯାୟରେ ଜଳଭଣ୍ଡାରର ୨ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ପାଣି । ପାରମ୍ପରିକ ପୂଜାର୍ଚ୍ଚନା ପରେ ନଡିଆ ପିଟି ପ୍ରଥମ ବନ୍ୟା ଜଳ ନିଷ୍କ।ସନ ହୋଇଛି । ୭ ଓ ୮ ନମ୍ବର ସ୍ଲୁଇସ୍ ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ । ଗେଟ୍ ଖୋଲିଲା ବେଳକୁ ହୀରାକୁଦ ଡ୍ୟାମରେ ଜଳସ୍ତର ୬୦୯.୪୫ ଫୁଟ୍ ରହିଥିଲା । ଜଳଭଣ୍ଡାର ଭିତରକୁ ପ୍ରତି ସେକେଣ୍ଡରେ ୬୫ହଜାର ୨ ଘନଫୁଟ ଜଳ ପ୍ରବେଶ କରୁଥିବା କରୁଛି । ଉପରମୁଣ୍ଡରେ ବର୍ଷା ହେଉଥିବାରୁ ଓ ଆଗକୁ ବର୍ଷା ସମ୍ଭାବନା ଥିବାରୁ ହୀରାକୁଦ ଡ୍ୟାମ୍ ଖୋଲିଛି ଗେଟ୍ । ତେବେ ବର୍ତ୍ତମାନ ସ୍ଥିତି ଦେଖିଲେ ତଳମୁଣ୍ଡରେ କୌଣସି ବନ୍ୟା ଆଶଙ୍କା ନାହିଁ । ତଥାପି ମହାନଦୀ ଅବବାହିକାର ୨୦ ଜିଲ୍ଲାର ପ୍ରଶାସନକୁ ସତର୍କ ସୂଚନା ଜାରି କରିଯାଇଛି ।

Leave a Reply

Your email address will not be published. Required fields are marked *