ହକି ବିଶ୍ଵକପ-୨୦୨୩ ଲୋଗୋ ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ହକିି ବିଶ୍ବକପ୍‌ ଲୋଗୋ-୨୦୨୩କୁ ଉନ୍ମୋଚନ କରିଛନ୍ତି। ୨୦୨୩ ଜାନୁଆରି ୧୩ଠାରୁ ୨୯ ପର୍ଯ୍ୟନ୍ତ  ବିଶ୍ଵକପ୍‌ ଖେଳାଯିବ। ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲାର ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ବିଶ୍ଵକପ୍‌ର ମ୍ୟାଚଗୁଡ଼ିକ ଖେଳାଯିବ।ସୂଚନାଯୋଗ୍ୟ, ୨୦୧୮ରେ ଭୁବନେଶ୍ବରରେ ସଫଳତାର ସହିତ ବିଶ୍ଵକପ୍‌ ଆୟୋଜିତ କରିବା ପରେ ପୁଣି ୨୦୨୩ରେ ଆୟୋଜିତ କରିବେ ବୋଲି ରାଜ୍ୟ ସରକାର ଘୋଷଣା କରିଥିଲେ।

Advertisement

ଏଥର କିନ୍ତୁ ଉଭୟ କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲା ନୂଆ ଭାବେ ତିଆରି ହେଉଥିବା ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଖେଳା ଯିବ। ଆଶା କରାଯାଉଛି ଅଗଷ୍ଟ ସୁଦ୍ଧା ରାଉରକେଲାରେ ତିଆରି ହେଉଥିବା ଷ୍ଟାଡିୟମ୍ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ହେଇଯିବ।ଏହି କାର୍ଯ୍ୟକ୍ରମରେ  କ୍ରୀଡା ଓ ଯୁବ ସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ୫ଟି ସଚିବ ଭିକେ ପାଣ୍ଡିଆନ୍‌, ଭାରତୀୟ ହକି ଦଳର ପୂର୍ବତନ ଅଧିନାୟକ ଦିଲ୍ଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *