ଯାଜପୁର : ଯାଜପୁର ଜିଲା ବିଜେପି ପଦ୍ମ ରୁ ପାଖୁଡା ଝଡିବା ଆରମ୍ଭ କରିଛି ।ଯାହା ଜିଲା ବିଜେପି କୁ ବଡ଼ ଧକ୍କା ଦେଇଛି । ଯାହା ପାଇଁ ଯାଜପୁର ରାଜନୀତିରେ ଏକ ବଡଧରଣ ଭୂକମ୍ପ ଦେଖିବାକୁ ମିଳିଛି। କାରଣ ବରୀରେ ବେଶ ସକ୍ରିୟ ଥିବା ବିଜେପି ନେତା ତଥା ବରୀ ବିଧାୟକ ପ୍ରାର୍ଥୀ ବିଶ୍ୱରଂଜନ ମଲ୍ଲିକ ବିଜେପି ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା ଦେଇଛନ୍ତି। ଖାଲି ସେତିକି ନୁହଁ ତାଙ୍କ ସହ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜ, ୨୪ ନମ୍ବର ଜିଲ୍ଲା ସଭ୍ୟା ରଂଜିତା ସାମଲ ବିଜେପି ଛାଡିଛନ୍ତି। ଅନେକ ଦିନ ଧରି ବିଜେପି ରାଜ୍ୟ କାର୍ୟ୍ୟକାରିଣୀର ସଦସ୍ୟ ଭାବେ କାର୍ୟ୍ୟ କରୁଥିଲେ ବିଶ୍ୱରଞ୍ଜନ, ସେ ତାଙ୍କ ଇସ୍ତଫା ପତ୍ର ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଛନ୍ତି । ବିଶ୍ୱରଞ୍ଜନଙ୍କ ସହ ଆଉ ୩ ନେତା ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ।
୨୦୧୯ ବିଧାନସଭା ନିର୍ବାଚନରେ ବରୀ ଆସନରୁ ବିଜେପି ପକ୍ଷରୁ ନିର୍ବାଚନ ଲଢ଼ିଥିଲେ ବିଶ୍ୱରଞ୍ଜନ ମଲ୍ଲିକ । ବିଶ୍ୱଙ୍କ ସହ ବରୀ ବ୍ଲକ ଅଧ୍ୟକ୍ଷା ସୁବାସିନୀ ଶର୍ମା ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ତାଙ୍କ ସହ ବରୀ ବ୍ଲକ ଉପାଧ୍ୟକ୍ଷ ରମେଶ ଭଞ୍ଜ ମଧ୍ୟ ଇସ୍ତଫା ଦେଇଛନ୍ତି । ଏହା ସହ ବରୀ ଜିଲ୍ଲା ପରିଷଦ ସଦସ୍ୟ ରଞ୍ଜିତ ସାମଲ ବି ଇସ୍ତଫା ଦେଇଛନ୍ତି । କିଛି ଦିନ ପୂର୍ବରୁ ଯାଜପୁର ଜିଲ୍ଲାର ୬ ବିଜେପି ଜିଲ୍ଲା ପରିଷଦ ସଭ୍ୟ ଦଳ ଛାଡ଼ିଥିଲେ । ଆଗକୁ ଆହୁରି କିଛି ନେତା ଦଳ ଛାଡିବାର ଆଭାସ ମିଳୁଛି ।