ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ କବିତା ପୁସ୍ତକ ’ବିୟଣ୍ଡ ହିୟର ଆଣ୍ଡ ଅଦର ପୋଏମ୍ସ’ ଲୋକାର୍ପିତକଲେ ନବୀନ ।

ଭୁବନେଶ୍ୱର:ବରିଷ୍ଠ ଆଇଏଏସ୍ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଦ୍ୱାରା ଲିଖିତ ଇଂରାଜୀ କବିତା ପୁସ୍ତକ ‘ବିୟଣ୍ଡ ହିୟର ଆଣ୍ଡ ଅଦର ପୋଏମ୍ସ’କୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୬୧ଟି କ୍ଷୁଦ୍ର ପଦ୍ୟ ସମ୍ଭଳିତ ପୁସ୍ତକ ପ୍ରକାଶକ ହେଉଛନ୍ତି ନୂଆଦିଲ୍ଲୀ ସ୍ଥିତ ହର୍ ଆନନ୍ଦ ପବ୍ଳିକେସନ୍ । ଶ୍ରୀ ସେଠୀଙ୍କ ରଚିତ ଏହି ଏହି କବିତା ପୁସ୍ତକରେ ଜୀବନର ଅନୁଭୂତି, ମୃତ୍ୟୁର ଉପଲବ୍ଧି ଓ ଦାର୍ଶନିକ ଅନୁଧ୍ୟାନର ଏକ ପ୍ରତିଫଳନ । ମୋଟାମୋଟି ଭାବେ ଏହି ପୁସ୍ତକ ଏକ ଯାତ୍ରା ଯାତ୍ରା ଯାହା ଜୀବନର ଅସଂଖ୍ୟ ପ୍ରକାର ଭେଦ ଓ ତାହା ପରର ଅଜ୍ଞାତ ଜଗତକୁ ଖୋଜିବାକୁ ଚେଷ୍ଟା କରିଛି ।

ତେବେ ଏହି  ପୁସ୍ତକର ମୁଖବନ୍ଧ ଲେଖିଛନ୍ତି ପ୍ରତିଷ୍ଠିତ କବି ହରପ୍ରସାଦ ଦାସ । ୧୬୧ ପୃଷ୍ଠା ବିଶିଷ୍ଟ ଏହି ପୁସ୍ତକ ପ୍ରଚ୍ଛଦ ଆଙ୍କିଛନ୍ତି ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ସାହୁ । ସୂଚନାଯୋଗ୍ୟ ଯେ, ଶ୍ରୀ ସେଠୀ ସମ୍ପ୍ରତି ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗ ପ୍ରମୁଖ ଶାସନ ସଚିବ ଭାବେ କାର୍ଯ୍ୟରତ । ଏହା ସହ ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ଶାସନ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ଜଣେ ଉଚ୍ଚକୋଟୀର ସାରସ୍ୱତ ସ୍ରଷ୍ଟା ଭାବେ ସେ ପରିଚିତ ।

Leave a Reply

Your email address will not be published. Required fields are marked *