ଆଇସିସି ଦିନିକିଆ ରାଙ୍କିଙ୍କ୍‌ରେ ମିତାଲୀଙ୍କ ରାଜ୍‌,ପୁନର୍ବାର ହେଲେ ଏକ ନମ୍ବର।

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍‌ (ଆଇସିସି) ମଙ୍ଗଳବାର ମହିଳା ଦିନିକିଆ କ୍ରିକେଟର ରାଙ୍କିଙ୍କ୍‌ ଜାରୀ କରିଛି । ଭାରତର ଅଧିନାୟିକା ମିତାଲୀ ରାଜ ପୁନର୍ବାର ଆଇସିସି ଦିନିକିଆ ରାଙ୍କିଙ୍କ୍‌ରେ  ଶୀର୍ଷକୁ ଫେରିଛନ୍ତି । ପୂର୍ବରୁ ଆଇସିସି ରାଙ୍କିଂର ଦ୍ବିତୀୟ ସ୍ଥାନରେ ଥିବା ମିତାଲୀ ସଦ୍ୟ ପ୍ରକାଶିତ ତାଲିକାରେ ଟପ୍‌ରେ ପହଞ୍ଚିଯାଇଛନ୍ତି । ଏହି ରାଙ୍କିଂରେ ମୋଟ ୩ ଜଣ ଭାରତୀୟ ମହିଳା କ୍ରିକେଟର ସ୍ଥାନ ପାଇଛନ୍ତି । ସ୍ମୃତି ମାନ୍ଧାନାଙ୍କ ରାଙ୍କିଙ୍କ୍‌ରେ ମଧ୍ୟ ଉନ୍ନତି ଘଟିଛି । ସେ ୮ମରୁ ୭ମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ।

ସେହିଭଳି ବୋଲିଂ ତାଲିକାରେ ମଧ୍ୟ ଭାରତୀୟ ମହିଳା ଖେଳାଳି ଝୁଲଣ ଗୋସ୍ବାମୀ ଗୋଟିଏ ସ୍ଥାନ ଉପରକୁ ଉଠି ୬୯୪ ପଏଣ୍ଟ ସହିତ ଚତୁର୍ଥ ସ୍ଥାନରେ ରହିଥିବା ବେ​‌ଳେ ନ୍ୟୁଜିଲାଣ୍ଡର ଜେସ୍‌ ଜୋନାସେନ୍‌ ୮୦୮ ପଏଣ୍ଟ ସହିତ ଶୀର୍ଷରେ ରହିଛନ୍ତି।ଦିନିକିଆ ଅଲରାଉଣ୍ଡର ରାଙ୍କିଂ କଥା କହିବାକୁ ଗଲେ ଭାରତୀୟ ବୋଲର ଦୀପ୍ତି ଶର୍ମା ଗୋଟିଏ ସ୍ଥାନ ଉପରକୁ ଉଠି ବିଶ୍ବ ରାଙ୍କିଂର ୪ର୍ଥ ସ୍ଥାନରେ ପହଞ୍ଚିଯାଇଛନ୍ତି ।ଅନ୍ୟପଟେ ମିତାଲୀ ମଙ୍ଗଳବାର ଅଷ୍ଟ୍ରେଲିଆ ବିପକ୍ଷରେ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ । ଏଥିସହ ସେ ଆନ୍ତର୍ଜାତୀୟ କ୍ୟାରିୟରରେ ୨୦୦୦୦ ରନ ପୂର୍ଣ୍ଣ କରିଥିଲେ

Leave a Reply

Your email address will not be published. Required fields are marked *