ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ: ତୃତୀୟ ଦିନରେ ୫୨ ହଜାର ୮୬୮ ଜଣ ପ୍ରାର୍ଥୀଙ୍କ ପାର୍ଥୀପତ୍ର ଦାଖଲ।

ଭୁବନେଶ୍ୱର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ତୃତୀୟ ଦିନରେ ମୋଟ୍‌ ୫୨ ହଜାର ୮୬୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ଏଥିରେ ଅଛନ୍ତି ୩୭ ହଜାର ୨୩୨ ଜଣ ୱାର୍ଡମେମ୍ବର ପ୍ରାର୍ଥୀ, ୮୯୪୭ ଜଣ ସରପଞ୍ଚ ପ୍ରାର୍ଥୀ, ୬୨୦୫ ଜଣ ସମିତି ସଭ୍ୟ ପ୍ରାର୍ଥୀ ଓ ୪୮୪ ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ। ନାମାଙ୍କନ ଦାଖଲ ପ୍ରକ୍ରିୟା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ରାଜ୍ୟ ନିର୍ବାଚନ କମିସନଙ୍କ ସଚିବଙ୍କ ପକ୍ଷରୁ ସୂଚନା ମିଳିଛି। ସୂଚନାଯୋଗ୍ୟ, ଗତକାଲି ଦ୍ୱିତୀୟ ଦିନରେ ୧୩ ହଜାର ୩୫୬ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ। ଏଥିରୁ ଓ୍ଵାର୍ଡମେମ୍ବର ଭାବେ ୧୦ ହଜାର ୭୩୪, ସରପଞ୍ଚ ଭାବେ ୧ ହଜାର ୫୪୬, ପଞ୍ଚାୟତ ସମିତି ଭାବେ ୧ ହଜାର ୩୪ ଓ ଜିଲ୍ଲା ପରିଷଦ ସଦସ୍ୟ ଭାବେ ୪୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ

Advertisement

Leave a Reply

Your email address will not be published. Required fields are marked *