୩ୟ ଦିନିକିଆ ଇଂଲଣ୍ଡକୁ ୩୩୦ ରନ୍‌ର ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ।

ପୁଣେ :ମହାରାଷ୍ଟ କ୍ରିକେଟ୍‌ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଭାରତ ଓ ଇଂଲଣ୍ଡ ଦିନିକିଆ ସିରିଜ ର ୩ୟ ତଥା ଶେଷ ଦିନିକିଆରେ ଟିମ୍‌ ଇଣ୍ଡିଆ ଇଂଲଣ୍ଡ କୁ ୩୩୦ ରନ୍‌ର ବିଜୟ ଲକ୍ଷ୍ୟ ଦେଇଛି। ଇଂଲଣ୍ଡ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେବା ପରେ ଭାରତ ବ୍ୟାଟିଂ କରିଥିଲା। ଭାରତ ୪୮.୨ ଓଭରରେ ସମସ୍ତ ୱିକେଟ୍‌ ହରାଇ ୩୨୯ ରନ୍‌ ସଂଗ୍ରହ କରିଛି।

ଭାରତର ଇନିଂସ ଆରମ୍ଭ କରିଥିଲେ ରୋହିତ ଶର୍ମା ଓ ଶିଖର ଧୱନ୍‌। ରୋହିତ୍‌ ୩୭ଟି ବଲ ଖେଳି ୬ଟି ଚୌକା ସହ ୩୭ରନ୍‌ ସଂଗ୍ରହ କରିଥିବା ବେଳେ ଧୱନ୍‌ ୫୬ଟି ବଲ୍‌ ଖେଳି ୬୭ ରନ୍‌ ସଂଗ୍ରହ କରିଥିଲେ। ଉଭୟ ରୋହିତ ଓ ଧୱନଙ୍କୁ ଆଦିଲ ରସିଦ୍‌ ଆଉଟ୍‌ କରିଥିଲେ।  ଅଧିନାୟକ ବିରାଟ କୋହଲି ୧୦ଟି ବଲ୍‌ ଖେଳି ଆଉଟ୍‌ ହୋଇଥିଲେ।  କୋହଲିଙ୍କ ଭଳି ଯୁବ ବ୍ୟାଟ୍‌ସମ୍ୟାନ୍‌ କେ ଏଲ୍‌ ରାହୁଲ ମଧ୍ୟ ଅଧିକ ସମୟ ତିଷ୍ଠି ପାରି ନ ଥିଲେ। ପାଣ୍ଡ୍ୟା ୪୪ଟି ବଲ ଖେଳି  ୬୪ ରନ୍‌ କରି ଆଉଟ ହୋଇଥିଲେ । କ୍ରୁଣାଳ ପାଣ୍ଡ୍ୟା ୨୫ ରନ୍‌, ଶାର୍ଦ୍ଦୁଲ ଠାକୁର ୩୦ ରନ୍‌, ଭୁବନେଶ୍ବର କୁମାର ୩ ରନ୍‌ କରିଥିଲେ। ଇଂଲଣ୍ଡର ମାର୍କ ଉଡ୍‌ ୩ଟି ୱିକେଟ ନେଇଥିବା ବେଳେ ଆଦିଲ ରସିଦ୍‌ଙ୍କୁ ୨ଟି ୱିକେଟ ମିଳିଥିଲା। ସେହିପରି ସାମ୍‌ କରନ୍‌, ରିସି ଟୋପଲାଏ ଓ ବେନ୍‌ ଷ୍ଟୋକ୍ସ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

Leave a Reply

Your email address will not be published. Required fields are marked *