୨ୟ ଦିନିକିଆ : ଦ.ଆଫ୍ରିକାକୁ ୨୮୮ ରନ ଟାର୍ଗେଟ୍ ଦେଲା ଭାରତ

ପାର୍ଲ : ପାର୍ଲର ବୋଲାଣ୍ଡ ପାର୍କଠାରେ ଆଜି ଖେଳାଯାଉଥିବା ୨ୟ ଦିନିକିଆରେ ଭାରତ ଦକ୍ଷିଣ ଆଫ୍ରିକା ଆଗରେ ୨୮୮ ରନର ବିଜୟ ଲକ୍ଷ୍ୟ ରଖିଛି । ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୬ ଓ୍ବିକେଟ ହରାଇ ୨୮୭ ରନ କରିଥିଲା ।ଭାରତର ଦୁଇ ଓପନର ଶିଖର ଧଓ୍ବନ ଓ କେଏଲ ରାହୁଲ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ରାହୁଲ ୫୫ରନ କରିଥିବାବେଳେ ଧଓ୍ବନ ୨୯ ରନ କରିଥିଲେ । ମାତ୍ର ବିରାଟ କୋହଲି ଖାତା ଖୋଲିବା ପୂର୍ବରୁ ମହାରାଜଙ୍କ ବଲରେ ଆଉଟ ହୋଇଥିଲେ । ତେବେ ଋଷଭ ପନ୍ତ ୭୧ଟି ବଲରେ ୮୫ରନର ଏକ ବଡ଼ ପାଳି ଖେଳିଥିଲେ ।

ଶେଷ ବେଳକୁ ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁଲ ପୁଣି ବ୍ୟାଟିଂରେ ନିଜର କମାଲ ଦେଖାଇଥିଲେ । ସେ ୪୦ ରନ କରିଥିଲେ ।ଦକ୍ଷିଣ ଆଫ୍ରିକା ପକ୍ଷରୁ ସିସାନ୍ଦା ମାଗଲା, ଆଇଡେନ ମାର୍କରାମ, କେଶବ ମହାରାଜ, ଆଣ୍ଡିଲ ଫେଲୁକାଓ୍ବୋ ଗୋଟିଏ ଲେଖାଏଁ ଓ୍ବିକେଟ ଓ ତବରେଜ ସାମସି ୨ଟି ଓ୍ବିକେଟ ନେଇଥିଲେ ।ପ୍ରଥମ ଦିନିକିଆରେ ଭାରତ ଦକ୍ଷିଣ ଆଫ୍ରିକାଠାରୁ ୩୧ ରନରେ ପରାସ୍ତ ହୋଇଥିଲା । ଫଳରେ ଚଳିତ ସିରିଜରେ ଭାରତ ୧-୦ରେ ପଛୁଆ ରହିଛି 

Leave a Reply

Your email address will not be published. Required fields are marked *