ପ୍ରିୟଙ୍କା ଗାନ୍ଧୀଙ୍କୁ ନବଜୋତ ସିଂ ସିଦ୍ଧୁ ଭେଟିବା ପରେ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ: ପଞ୍ଜାବରେ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଏବଂ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ବୁଧବାର ଦିନ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଭେଟିଛନ୍ତି। ସେହିପରି ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଦିଲ୍ଲୀରେ ୩ ଦିନ ଧରି ଥିଲେ ବି କଂଗ୍ରେସର ଦଳର ଶୀର୍ଷ ନେତୃତ୍ୱ ତାଙ୍କୁ ସାକ୍ଷାତ କରିନାହାଁନ୍ତି । କଂଗ୍ରେସର ଜଣେ ବରିଷ୍ଠ ନେତା ଏହା ସ୍ପଷ୍ଟ କରିଛନ୍ତି ଯେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଦଳର ଶୀର୍ଷ ନେତୃତ୍ୱଙ୍କୁ ଭେଟିବା ପାଇଁ ସମୟ ମାଗିନଥିଲେ ।

ତେବେ ସେ ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ର ପ୍ୟାନେଲକୁ ଭେଟିଥିଲେ, ଯାହାକୁ ପଞ୍ଜାବ କଂଗ୍ରେସରେ କନ୍ଦଳ ଦୂର କରିବା ପାଇଁ ଦାୟିତ୍ୱ ଦିଆଯାଇଛି। ସୂଚନାନୁସାରେ, ପ୍ରିୟଙ୍କା ବୁଧବାର ସକାଳେ ସିଦ୍ଧୁଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ସୂଚନା ଥାଉ କି ଯେ ସିଦ୍ଧୁ ମଙ୍ଗଳବାର ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ସହ ସାକ୍ଷାତ କରିଥାନ୍ତେ | କିନ୍ତୁ ରାହୁଲ ମଙ୍ଗଳବାର ଦିନ କହିଥିଲେ ଯେ ସିଦ୍ଧୁଙ୍କ ସହ ତାଙ୍କର କୌଣସି ବୈଠକ ହେବାର ନାହିଁ। ଏହା ପରେ କୁହାଯାଉଥିଲା ଯେ ବୈଠକକୁ ବାତିଲ କରି କଂଗ୍ରେସ ହାଇକମାଣ୍ଡ ସିଦ୍ଧୁଙ୍କୁ ଏକ ଝଟକା ଦେଇଛନ୍ତି | କିନ୍ତୁ ବର୍ତ୍ତମାନ ପ୍ରିୟଙ୍କାଙ୍କୁ ଭେଟିବା ପରେ ଏଭଳି ଆଲୋଚନାରେ ପୂର୍ଣ୍ଣଛେଦ ପଡିଛି

Leave a Reply

Your email address will not be published. Required fields are marked *