୩ୟ ଟେଷ୍ଟ: ଦ୍ବିତୀୟ ଦିନ ସୁଦ୍ଧା ଇଂଲଣ୍ଡର ସ୍କୋର ୨୦୭/୨,ରବଚିନ୍ଦ୍ରନ ଅଶ୍ୱିନ ରଚିଲେ ଇତିହାସ ।

ରାଜକୋଟ: ଗୁଜରାଟର ରାଜକୋଟସ୍ଥିତ ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏସ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ୩ୟ ଟେଷ୍ଟର ଦ୍ବିତୀୟ ଦିନ ଶୁକ୍ରବାର ଖେଳ ଶେଷସୁଦ୍ଧା ଇଂଲଣ୍ଡ ୨ ୱିକେଟ ହରାଇ ୨୦୭ ରନ୍‌ ସଂଗ୍ରହ କରିଛି। ଫଳରେ ଅତିଥି ଟିମ୍‌ ଘରୋଇ ଟିମ୍‌ ଠାରୁ ୨୩୮ ରନ୍‌ ପଛରେ ରହିଛି।

Advertisement

ରବଚିନ୍ଦ୍ରନ ଅଶ୍ୱିନ ଆଜି ଐତିହାସିକ ରେକର୍ଡ ହାସଲ କରିଥିଲେ।  ସେ ଭାରତର ଦ୍ରୁତତମ ବୋଲର ଭାବେ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ ହାସଲ କରିଥିଲେ। ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ଦିନରେ ଜ୍ୟାକ କ୍ରାଉଲିଙ୍କୁ ଆଉଟ କରି ଅଶ୍ୱିନ ନିଜ ନାଁକୁ ୫୦୦ ୱିକେଟ କ୍ଲବରେ ସାମିଲ କରିଥିଲେ।

ଇଂଲଣ୍ଡର ପାଳି ଆରମ୍ଭ କରିଥିଲେ ଜାକ୍‌ କ୍ରାଉଲି ଓ ବେନ୍‌ ଡକେଟ୍‌। ବ୍ୟକ୍ତିଗତ ଭାବେ କ୍ରାଉଲି ୧୫ ରନ୍‌ କରି ଆଉଟ୍‌ ହୋଇଥିଲେ। ଓଲି ପୋପ୍‌ ୫ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୩୯ ରନ୍‌ କରିଥିଲେ। ଆଜିର‌ ଖେଳ ଶେଷ ସୁଦ୍ଧା ବେନ୍‌ ଡକେଟ୍‌ ୧୩୩ ରନ୍‌ ଓ ଜୋଏ ରୁଟ୍‌ ୯ ରନ୍‌ ସହିତ ଅପରାଜିତ ଅଛନ୍ତି।ପ୍ରଥମ ଦିନ ଗୁରୁବାର ଭାରତ ୫ ଓ୍ବିକେଟରେ ୩୨୬ ରନ କରି ନିଜର ସ୍ଥିତି ସୁଦୃଢ କରିଥିଲା। ଭାରତ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ଓ ଅଲରାଉଣ୍ଡ ରବୀନ୍ଦ୍ର ଜାଡ଼େଜାଙ୍କ ବ୍ୟାଟରୁ ଦୁଇଟି ଆକର୍ଷଣୀୟ ଶତକ ଦେଖିବାକୁ ମିଳିଥିଲା। ଭାରତୀୟ ଟିମ୍‌ ପ୍ରଥମ ପାଳିରେ ସମସ୍ତ ୱିକେଟ୍‌ ହରାଇ ୪୪୫ ରନ୍ କରିଥିଲା।

Leave a Reply

Your email address will not be published. Required fields are marked *