ଟିମ ଇଣ୍ଡିଆ କବଜାରେ ସେଞ୍ଚୁରିଅନ ଟେଷ୍ଟ୧୧୩ ରନରେ ହରାଇଲା ଦକ୍ଷିଣ ଆଫ୍ରିକା।

ସେଞ୍ଚୁରିଅନ : ଦକ୍ଷିଣ ଆଫ୍ରିକା ଗସ୍ତରେ ଆରମ୍ଭରୁ ବିଜୟ ସ୍ବାଦ ଚାଖିଛି ଟିମ ଇଣ୍ଡିଆ । ସେଞ୍ଚୁରିଅନ ଟେଷ୍ଟରେ ଭାରତ ଦକ୍ଷିଣ ଆଫ୍ରିକାକୁ ୧୧୩ ରନରେ ପରାସ୍ତ କରିଛି । ଏହା ଫଳରେ ଏହି ୩ ଟିକିଆ ଟେଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ହୋଇଯାଇଛି ।ଏହି ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକା ଆଗରେ ୩୦୫ ରନର ବିଜୟ ଲକ୍ଷ୍ୟ ରଖିଥିଲା । ମାତ୍ର ଘରୋଇ ଦଳ ମାତ୍ର ୧୯୧ରେ ଅଲଆଉଟ ହୋଇଯାଇଥିଲା ।

ଦଳ ପକ୍ଷରୁ ଡିନ୍ ଏଲଗାର ସର୍ବାଧିକ ୭୭ ରନ କରିଥିବାବେଳେ ଅଧିନାୟକ ଟେମ୍ବା ବାଭୁମା ଅପରାଜିତ ୩୫ ରନ କରିଥିଲେ । ତେବେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭାରତୀୟ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ଓ ମହମ୍ମଦ ସାମି ୩ଟି ଲେଖାଏଁ ଓ୍ବିକେଟ ନେଇଥିଲେ । ସେହିପରି ମହମ୍ମଦ ସିରାଜ ଓ ରବିଚନ୍ଦ୍ରନ ଅଶ୍ବିନ ୨ଟି ଲେଖାଏ ଓ୍ବିକେଟ ନେଇଥିଲେ ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା ।

 ପ୍ରଥମ ଇନିଂସରେ ୩୨୭ରନ କରିଥିବା ଭାରତ ନିଜର ୨ୟ ଇନିଂସରେ ୧୭୪ ରନ କରି ଅଲଆଉଟ ହୋଇଯାଇଥିଲା । ସେହିପରି ଦକ୍ଷିଣ ଆଫ୍ରିକା ନିଜର ପ୍ରଥମ ଇନିଂସରେ ୧୯୭ ରନ କରିଥିଲା । ଫଳରେ ଦକ୍ଷିଣ ଆଫ୍ରିକା ଆଗରେ ୩୦୫ ରନର ବିଜୟ ଲକ୍ଷ୍ୟ ରହିଥିଲା ।

Leave a Reply

Your email address will not be published. Required fields are marked *