ଚାନ୍ଦିପୁରରୁ ଅଗ୍ନୀ ପ୍ରାଇମ୍ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର: ଭାରତ ସଫଳତାର ସହିତ ଅଗ୍ନୀ ପ୍ରାଇମ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଛି । ପ୍ରତିରକ୍ଷା ଅନୁସଂଧାନ ଓ ବିକାଶ ସଂଗଠନ (ଡିଆରଡିଓ) ଦ୍ୱାରା ବିକଶିତ ଅଗ୍ନୀ ପ୍ରାଇମକୁ ସୋମବାର ଦିନ ୧୦ଟା ୫୫ ମିନିଟରେ ଚାନ୍ଦିପୁରଠାରୁ ସଫଳତାର ସହିତ ଉତକ୍ଷେପଣ କରାଯାଇଛି । ସ୍ୱଳ୍ପ ଦୂରଗାମୀ ଭୂପୃଷ୍ଠରୁ ଭୂପୃଷ୍ଠକୁ ଲକ୍ଷ୍ୟଭେଦ କରିପାରୁଥିବା ବାଲେଷ୍ଟିକ୍‌ ମିସାଇଲ ଅଗ୍ନୀ-୧ର ଏହା ବିକଶିତ ଭର୍ସନ । ଏହାର ଲକ୍ଷ୍ୟଭେଦ କ୍ଷମତା ୧ ହଜାରରୁ ୨ ହଜାର କିଲୋମିଟର ରହିଛି । ଏଥିରେ ୧ ହଜାର କିଲୋଗ୍ରାମ ପର୍ଯ୍ଯନ୍ତ ଆଣବିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ.

କେନିଷ୍ଟାରରୁ ଉତକ୍ଷେପଣ କରାଯାଇ ପାରୁଥିବା ଏହି ଅଗ୍ନୀ ପ୍ରାଇମ୍‌ ମିସାଇଲ, ଅଗ୍ନୀ-୧ ମିସାଇଲ ଠାରୁ ହାଲୁକା ହୋଇଥିଲେ ମଧ୍ୟ ଏହା ଅଧିକ ବିଧ୍ୱଂସକ ଓ ପ୍ରଭାବଶାଳୀ ରହିବ ବୋଲି ଡିଆରଡିଓ ତରଫରୁ କୁହାଯାଇଛି । ଏଥିରେ ଡ଼ବଲ ଷ୍ଟେଜ୍‌ ଝୠଊଜ ବା ସଲିଡ଼ ଫୁଏଲ ଡ଼କ୍ଟେଡ଼ ରାମଜେଟ୍‌ ଟେକ୍ନୋଲୋଜି ବ୍ୟବହାର କରାଯାଇଛି । ପରମାଣୁ କ୍ଷମତା ସମ୍ପନ୍ନ ଏହି ମିଶାଇଲ କମ୍ପୋଜିଟ୍ ମେଟେରିଆଲରେ ନିର୍ମିତ । ପରୀକ୍ଷଣ ଯୋଜନା ଅନୁସାରେ ହୋଇଥିଲା ବୋଲି ଡିଆରଡିଓ ପକ୍ଷରୁ କୁହାଯାଇଛି । ୧୯୮୯ ମସିହାରେ ହୋଇଥିଲା ପ୍ରଥମ ପରୀକ୍ଷଣ । ଅଗ୍ନୀ ପ୍ରାଇମ୍‌ କ୍ଷେପଣାସ୍ତ୍ରକୁ ଉଭୟ ରୋଡ଼ ଓ ରେଳ ଲଞ୍ଚରରୁ ଉତ୍‌କ୍ଷେପଣ କରାଯାଇ ପାରିବ । ଅଗ୍ନୀ ପ୍ରାଇମ୍ ମିସାଇଲର ସଫଳ ଉତକ୍ଷେପଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛ.

Leave a Reply

Your email address will not be published. Required fields are marked *