୨ୟ ଦିନିକିଆ ରେ ଦକ୍ଷିଣ ଆଫ୍ରିକାକୁ ୭ ୱିକେଟ୍‌ରେ ହରାଇଲ ଭାରତ, ଶ୍ରେୟସ ଆୟରଙ୍କ ଅପରାଜିତ ଶତକ।

ରାଞ୍ଚି: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ ଆଜି ରାଞ୍ଚିରେ ଖେଳାଯାଇଛି। ଶ୍ରେୟସ ଆୟରଙ୍କ ଅପରାଜିତ ଶତକ ବଳରେ ଭାରତ ଏହି ମ୍ୟାଚକୁ ୭ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ସ୍ଥାନୀୟ ଜେଏସ୍‌ସିଏ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ କମ୍ଲେକ୍ସରେ ଟସ୍‌ ଜିଣି ଅତିଥି ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ରିଜା ହେଣ୍ଡରିକ୍ସ (୭୪) ଏବଂ ଏଦେନ୍‌ ମର୍କରାମ (୭୯)ଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍‌ ହରାଇ ୨୭୮ ରନ୍‌ ସଂଗ୍ରହ କରିବା ପରେ ଆୟୋଜକ ଭାରତକୁ ୨୭୯ ରନ୍‌ର ବିଜୟ ଲକ୍ଷ୍ୟ ମିଳିଥିଲା।

ଭାରତ ୪୫.୫ ଓଭରରେ ୩ଟି ୱିକେଟ ହରାଇ ୨୮୨ ରନ୍‌ କରିବା ସହିତ ମ୍ୟାଚ ଜିତିଛି। ଏହି ବିଜୟ ସହିତ ଶୃଙ୍ଖଳା ୧-୧ରେ ପହଂଚିଛି।

ଭାରତ ପାଇଁ ଶ୍ରେୟସ ଆୟର ଦମଦାର ପ୍ରଦର୍ଶନ କରିଥିଲେ। ସେ ୧୧୧ଟି ବଲ୍‌ ଖେଳି ୧୫ଟି‌ ଚୌକା ବଳରେ ଅପରାଜିତ ୧୧୩ ରନ୍‌ ସଂଗ୍ରହ କରିଥିଲେ। ଈଶାନ କିଶନ ଶତକ ମାରିବା ପୂର୍ବରୁ ଆଉଟ୍‌ ହୋଇଥିଲେ। କିନ୍ତୁ ସେ ୮୪ଟି ବଲ୍‌ ଖେଳି ୯୩ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ସେ ୪ଟି ଚୌକା ଓ ୭ଟି ଛକା ମାରି ଦର୍ଶକଙ୍କ ହୃଦୟ ଜିତିଥିଲେ। ଅଧିନାୟକ ଶିଖର ଧୱନଙ୍କ ବ୍ୟାଟରୁ ୧୩ ରନ୍‌, ଶୁଭମାନ ଗିଲଙ୍କ ବ୍ୟଟରୁ ୨୮ ରନ୍‌ ସଂଗ୍ରହ ହୋଇଥିଲା। ସେହିପରି ସଂଜୁ ସାମସନ ଅପରାଜିତ ୩୦ ରନ୍‌ କରିଥିଲେ।

Leave a Reply

Your email address will not be published. Required fields are marked *