ଟି- ୨୦ ବିଶ୍ବକପ: ପାକିସ୍ତାନକୁ ପରାସ୍ତକଲା ଭାରତ

ସ୍ଵର ବ୍ୟୁରୋ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ହାଇଭୋଲଟେଜ୍ ମ୍ୟାଚ୍‌ ଆଜି ଭାରତ- ପାକିସ୍ତାନ ମଧ୍ୟରେ ଖେଳାଯାଇଥିଲା। ଟସ୍ ଜିତି ଭାରତ ଫିଲ୍ଡିଂ ନିଷ୍ପତ୍ତି ନେବା ପରେ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ହରାଇ ୧୫୯ ରନ୍ କରିଥିଲା।  ଭାରତ ୬ ୱିକେଟ ହରାଇ ୧୬୦ ରନ କରି ଏହି ମ୍ୟାଚକୁ ଜିତିନେଇଛି। ୩୧ ରନରେ ଚତୁର୍ଥ ୱିକେଟ ପତନସତ୍ତ୍ବେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ। ଏଥିସହ ବିଜୟରୁ ଭାରତର ବିଶ୍ବକପ ଅଭିଯାନ ଆରମ୍ଭ କରିଛି।

ଭାରତ ପକ୍ଷରୁ ରୋହିତ ଶର୍ମା ୭ ବଲରେ ୪ ରନ କରି ଆଉଟ ହୋଇଥିବା ବେଳେ କେ ଏଲ ରାହୁଲ ୮ ବଲରେ ୪ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ଯକୁମାର ଯାଦବ ୧୦ ବଲରେ ୧୫ ରନ କରି ଆଉଟ ହୋଇଥିବା ବେଳେ ଅକ୍ଷର ପଟେଲ ୩ ବଲରେ ୨ ରନ କରି ଆଉଟ ହୋଇଥିଲେ। ପରେ ପାରିକୁ ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧର୍ଯ୍ଯପୂର୍ଣ୍ଣ ବ୍ୟାଟିଂ କରି ଆଗକୁ ନେଇଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୩୭ ବଲରେ ୪୦ ରନ କରି ଆଉଟ ହୋଇଥିଲେ । ଦିନେଶ କାର୍ତ୍ତିକ ୨ ବଲରେ ୧ ରନ କରି ଆଉଟ ହୋଇଥିଲେ। କୋହିଲି ମ୍ୟାଚ ବିଜୟୀ ୮୨ ରନର ଦମଦାର ଇନିଂସ ଖେଳିଥିଲେ। ୫୩ ବଲରୁ ୬ ଚୌକା ଓ ୪ ଛକା ସହାୟତାରେ ୮୨ରନ କରି ବିରାଟ କୋହିଲି ଅପରାଜିତ ରହିଥିଲେ। ରବିଚନ୍ଦ୍ରନ ଅଶ୍ଵିନ ୧ ବଲରେ ୧ ରନ କରି ଅପରାଜିତ ରହିଥିଲେ।

Leave a Reply

Your email address will not be published. Required fields are marked *