ଅନୁଗୋଳ ଜିଲାରେ କେମିତି ହେବ ଚଳିତ ସଧାରଣ ନିର୍ବାଚନ ଜାଣନ୍ତୁ ସବିଶେଷ ତଥ୍ୟ …….

ସି ଭିଜିଲ ଆପ୍ ରେ ଯେ କେହି କରିପାରିବେ ନିର୍ବାଚନ ସମର୍କିତ ଅଭିଯୋଗ

ଅନୁଗୋଳ : ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଶ୍ରୀ ଅବ୍ଦଦୁଲ ଏମ ଅକତରଙ୍କ ଅଧ୍ୟକ୍ଷତାରେ ଆଜି ଆପରାହ୍ନରେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ନିର୍ବାଚନ କମିଶନରଙ୍କ ଘୋଷଣା ଅନୁଯାୟୀ ଅନୁଗୋଳ ଜିଲ୍ଲାର ସମସ୍ତ ବିଧାନସଭା ଓ ଲୋକସଭାପାଇଁ ଷଷ୍ଠ ପର୍ଯ୍ୟାୟରେ ନିର୍ବାଚନ ଆୟୋଜନ କରାଯିବ । ଏଥ‌ିପାଇଁ ଗେଜେଟ୍ ବିଜ୍ଞପ୍ତି ୨୯ ଏପ୍ରିଲ ୨୦୨୪ରେପ୍ରକାଶ ପାଇବାକୁ ଥିବାବେଳେ ନାମାଙ୍କନ ପତ୍ରର ଶେଷ ତାରିଖ ୬ ମଇ ୨୦୨୪ ରଖାଯାଇଛି । ସେହିପରି ୯ମଇ ୨୦୨୪ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର ହେବାକୁ ସ୍ଥିର ହୋଇଥିବାବେଳେ ୨୫ ମଇ ୨୦୨୪ ରେ ମତଦାନଏବଂ ଜୁନ୍ ମାସ ୪ ତାରିଖରେ ଭୋଗ ଗଣତି ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ଜିଲ୍ଲା ସ୍ତରରେ ଖର୍ଚ୍ଚର ମନିଟରିଂ ପାଇଁ ବ୍ୟବସ୍ଥା, ଜିଲ୍ଲା ସ୍ତରୀୟ ମିଡିଆ ସାର୍ଟିଫିକେଟ ଏବଂ ମନିଟରିଂକମିଟି, ନିର୍ବାଚନ ପରିଚାଳନାରେ ସି ଭିଜିଲ ଆପ୍ , ସୁବିଧା ପୋର୍ଟାଲ,ଭୋଟର ହେଲପ୍ ଲାଇନ୍ ଇତ୍ୟାଦି ବିଷୟରେ ବିସ୍ତୃତ ବିବରଣୀ ଦେଇଥିଲେ ।

ନିର୍ବାଚନ ନେଇ ତଥ୍ୟ ରଖିଛନ୍ତି ଜିଲ୍ଲାପାଳ

ଜିଲ୍ଲାରେ ମୋଟ ୧୧୬୨ଗୋଟି ମତଦାନ କେନ୍ଦ୍ର ରହିଥ‌ିବା ବେଳେ ମୋଟ ଭୋଟରଙ୍କ ସଂଖ୍ୟା ୯ ଲକ୍ଷ ୭୧ ହଜାର ୮୩୦ ଜଣ,ଜିଲ୍ଲାରେ ମୋଟ ୧୧୬୨ଗୋଟି ମତଦାନ କେନ୍ଦ୍ର ରହିଥ‌ିବା ବେଳେ  ମୋଟ ଭୋଟରଙ୍କ ସଂଖ୍ୟା ୯ ଲକ୍ଷ ୭୧ ହଜାର ୮୩୦ ଜଣ, ସେଥ‌ି ମଧ୍ୟରୁ ମହିଳା ୪ଲକ୍ଷ ୭୨ ହଜାର୧୨୩,ପୁରୁଷ ୪ଲକ୍ଷ ୯୯ ହଜାର ୫୭୧ ଟ୍ରାନସ୍ ଜେଣ୍ଡର ୧୩୬ ଜଣ ବୋଲି ସେ କହିଥିଲେ । ସେହିପରି ଜିଲ୍ଲାରେ ୧୧ ହଜାର ୮୩୨ ଭିନ୍ନକ୍ଷମ ଭୋଟର ଥ‌ିବା ବେଳେ ନୂତନ ଭାବେ ପଞ୍ଜିକୃତ ଯୁବ ଭୋଟର ସଂଖ୍ୟା ୨୭ ହଜାର ୬୨୪ ଜଣ । ଜିଲ୍ଲାରେ ୬୦ ଗୋଟି ସଖୀ ବୁଥ୍ ଖୋଲାଯିବ ବୋଲି ମଧ୍ୟ ଜିଲ୍ଲାପାଳ ସୂଚନା ଦେଇଥିଲେ । ଅନ୍ୟମାନଂକ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଡଃ.ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ପ୍ରୀତିମୟ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ହେମନ୍ତ କୁମାର ସିଂହ, ଅନୁଗୋଳ ଉପଜିଲ୍ଲାପାଳ ଶ୍ରୀ ବରଣ୍ୟନ୍ଦୁ ମହାନ୍ତି, ଜିଲ୍ଲା ସୂଚନା ବିଜ୍ଞାନ କେନ୍ଦ୍ର ଅଧ୍ୟକ୍ଷ ଶ୍ରୀ ସୁବ୍ରତ କୁମାର ଚାଟର୍ଜୀ, ଡେପୁଟି କେଲେକ୍ଟର(ନିର୍ବାଚନ) ଶ୍ରୀମତା ମମତା ପ୍ରଧାନ, ଆସିଷ୍ଟାଣ୍ଟ କଲେକ୍ଟର ଶ୍ରୀ ସୁକାନ୍ତ କୁମାର ସାହୁଙ୍କ ସମେତ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *