ଅନୁଗୋଳରେ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ।

ଅନୁଗୋଳ : ବିଶ୍ୱ ଯୁବ କେନ୍ଦ୍ର, ବଣିନାଳୀ ଦ୍ଵାରା ପରିଚାଳିତ ଏକ୍ସେସ ଟୁ ଜଷ୍ଟିସ କାର୍ଯ୍ୟକ୍ରମ ଓ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ମିଳିତ ସହଯୋଗରେ ଅନୁଗୋଳ ସାନ୍ଧ୍ୟ ଉଚ୍ଚ ମାଧ୍ୟାମିକ ବିଦ୍ୟାଳୟରେ ଅନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ ପାଳିତ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ବିଶ୍ୱ ଯୁବକେନ୍ଦ୍ରର ଅଧ୍ୟକ୍ଷ ଡ. ନନ୍ଦ କିଶୋର ମହାକୁଡ଼ଙ୍ ସଭାପତି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ | କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଦୀପ ପ୍ରଜ୍ବଳନ ପରେ ସମସ୍ତ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ସହିତ ପ୍ରକଳ୍ପର କାଉନସିଲର ପୂଜା ସ୍ୱାଇଁ ସମସ୍ତ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ | ଡ. ମହାକୁଡ଼ କନ୍ୟାରତ୍ନ ଓ ଏହିଦିବସର ମହତ୍ୱ ଉପରେ ମତବ୍ୟକ୍ତ କରିଥିଲେ | ଶ୍ରୀଯୁକ୍ତ ଗୌରୀ ଶଙ୍କର ବେହେରା ଜିଲ୍ଲାରେ ବିଭିନ୍ନ ପ୍ରକାରର ସଚେତନତା କାର୍ଯ୍ୟକ୍ରମ କଲେ ମଧ୍ୟ ବିଗତ ଦୁଇଟି ଜନଗଣନାରେ ଜିଲ୍ଳାରେ କାମୁଥିବା ଶିଶୁ ଲିଙ୍ଗ ଅନୁପାତ ଓ ବଢୁଥିବା ବାଲ୍ୟବିବାହ ସଂଖ୍ୟା ଉପରେ ଚିନ୍ତା ପ୍ରକଟ କରିଥିଲେ ଓ ଏହା ସହିତ ବାଲ୍ୟ ବିବାହ ଆଇନରେ ପୋକ୍ସୋର ଉପଯୋଗୀତା ଉପରେ ବ୍ୟାଖ୍ୟା କରିଥିଲେ | ଏହାସହିତ ଝିଅ ମାନଙ୍କର ଶିକ୍ଷା କ୍ଷେତ୍ରରେ ଆଗ୍ରସରତ ବାଲ୍ୟବିବାହକୁ ହ୍ରାସ ତଥା କନ୍ୟା ଭ୍ରୁଣହତ୍ୟା ରୋକିବାରେ ସାହାଯ୍ୟ କରିବ ବୋଲି ଆଶାପୋଷଣ କରିଥିଲେ | ଆକ୍ସନ-ଏଡ଼ ର ବାଲ୍ୟ ବିବାହ ଜିଲ୍ଲା ସଂଯୋଜକ ସନ୍ତୋଷ କୁମାର ବେହେରା ଆମ ଦେଶ, ରାଜ୍ୟ ଓ ଆମ ଜିଲ୍ଲାର ଲିଙ୍ଗ ଅନୁପାତ ଉପରେ ଚିନ୍ତାଜନକ ସ୍ଥିତି ଉପରେ ସଂକ୍ଷିକ ଆନୁପାତିକ ବ୍ୟାଖ୍ୟା କରିଥିଲେ |

ଏହାସହିତ ଆମ ପରିବାରରେ ପୁଅ ଓ ଝିଅ ମାନଙ୍କର ମଧ୍ୟରେ ହେଉଥିବା ପ୍ରଭେଦକୁ ଉଦାହରଣ ଦେଇ ବୁଝାଇଥିଲେ | ଏହାପରେ ଅଦ୍ବୀକା ତଥା ସରକାରଙ୍କ ଝିଅମାନଙ୍କ ପାଇଁ ଥିବା ଅନ୍ୟ ଯୋଜନା ଗୁଡ଼ିକ ବିଷୟରେ ସୂଚନା ଦେଇଥିଲେ | ଅନୁଗୋଳ ଶିଶୁ ମଙ୍ଗଳ ସମିତିର ସଦସ୍ୟ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ତଥା ଶିଶୁ ମଙ୍ଗଳ ସମିତିର ଭୂମିକା ଉପରେ ବ୍ୟାଖ୍ୟା କରିଥିଲେ | ମମତା ଯୋଜନାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ତାପସ ପାଣି ବାଲ୍ୟବିବାହ ନକରି ଶିକ୍ଷା ଉପରେ ଗୁରୁତ୍ୱ ଦେବାକୁ ସମସ୍ତଙ୍କୁ ଆହ୍ୱାନ କରିଥିଲେ | କାର୍ଯ୍ୟକ୍ରମର ଅତିଥି ଲୋପାମୁଦ୍ରା ପ୍ରଧାନ କନ୍ୟା ଭ୍ରୁଣହତ୍ୟା ରୋକିବା ଉପରେ ସାମାଜିକ ସଚେତନତା ଆଣିବାକୁ ଗୁରୁତ୍ୱ ପ୍ରଦାନ କରିଥିଲେ | କାର୍ଯ୍ୟକ୍ରମକୁ ସଫଳ କରିବାପାଇଁ କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମାଝୀ ସହଯୋଗ କରିଥିଲେ ଓ ଶେଷରେ ଜୁଭେନାଇଲ ଜଷ୍ଟିସ ବୋର୍ଡ଼ର ସଦସ୍ୟ ତଥା ଅଧ୍ୟାପକ ଅନିଲ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ | ଏହି କାର୍ଯ୍ୟକ୍ରମରେ ଶିଶୁ ଅଧିକାର କର୍ମୀ ଭୁବନ ରିଭୁଙ୍କ ବାଲ୍ୟବିବାହ ସମ୍ପର୍କିତ ପୁସ୍ତକର ଉନ୍ମୋଚନ କରାଯାଇଥିଲା |

ଏହାପରେ ବାଲ୍ୟବିବାହ ତଥା ଶିଶୁ ଅଧିକାର ସଚେତନତା ଉପରେ ଏକ ସଚେତନତା ରଥକୁ ଅନ୍ୟ ଉପସ୍ଥିତ ଅତିଥି ମାନଙ୍କ ଉପସ୍ଥିତିରେ ଗୌରୀଶଙ୍କର ବେହେରା ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଥିଲେ | ଏହି ରଥଟି ଆଗାମୀ ଦିନମାନଙ୍କରେ ଅନୁଗୋଳ, ବଅଁରପାଳ, ପାଲଲହଡ଼ା, ଛେଣ୍ଡିପଦା, କିଶୋରନଗର ଓ ଆଠମଲ୍ଲିକର ବିଭିନ୍ନ ଅଞ୍ଚଳରେ ବୁଲି ଜିଲ୍ଳାରେ ବାଲ୍ୟବିବାହ କୁପ୍ରଥ ଉପରେ ସଚେତନତା ସୃଷ୍ଟି କରିବାରେ ସହାୟକ ହେବ |

Leave a Reply

Your email address will not be published. Required fields are marked *