ଅନୁଗୋଳ : ରାଜ୍ୟର ଅନ୍ୟତମ ମହିମା ଧାମ ଭାବେ ପ୍ରସିଦ୍ଧି ଅର୍ଜନ କରିଥିବା ଅନୁଗୋଳ ଅଙ୍ଗାରବନ୍ଧ ମହିମାଧମା ରେ ଆଜି ଠାରୁ ଆରମ୍ଭ ଅନ୍ତର୍ଜାତୀୟ ମହିମା ମହୋତ୍ସବ ୨୦୨୫। ତିନିଦିନ ଧରି ଏହି ମହୋତ୍ସବ ହେବାକୁ ଥିବା ବେଳେ ବୁଧବାର ଏହାର ଉଦଘାଟିନ କରାଯାଇଛି। ମୁଖ୍ୟ ଅତିଥି ଭାବେ ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଅନୁଗୋଳ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ବିଶ୍ୱଭୂଷଣ, ସରପଞ୍ଚ ସୁଜାତା ସାହୁ, ସମିତି ସଭ୍ୟ ସୁଜାତା ସ୍ୱାଇଁ, ବାବା ମଦନ ଦାସ ଓ ମୁଖ୍ୟବକ୍ତା ଭାବେ ଅନୁଗୋଳ ଅତିରିକ୍ତ ଜିଲାପାଳ ପ୍ରତାପ ପ୍ରୀତିମୟ ଓ ମହିମା ଧର୍ମୀ ସାଧୁ ମାନଂକ ଉପସ୍ଥିତ ରେ ଏହାର ଉଦଘାଟନ ହୋଇଥିଲା।

” ମହିମା ଧର୍ମ ଆମ ମାନଙ୍କ ମଧ୍ୟରେ ସମାନତାକୁ ପ୍ରତିପାଦନ କରେ। ଭେଦଭାବ ଶୂନ୍ୟ ହୋଇ ସମସ୍ତେ ଈଶ୍ୱରଙ୍କ ସନ୍ତାନ ଏବଂ ଏହି ଭାବନା ହିଁ ମହିମା ଧର୍ମ ବୋଲି କହିଥିଲେ ବିଡ଼ିଓ ଡ଼ଃ ବିଶ୍ୱଭୂଷଣ । ଏହୂ ମହିମା ପୀଠର ଆଞ୍ଚଳିକ ପରିଚାଳନା ସମିତିର ସଭାପତି ନିଜ ବକ୍ତବ୍ୟରେ ଧାମର ମହାତ୍ମା ସମ୍ପର୍କରେ ସୂଚନା ଦେଇ କହିଥିଲେ ” ୧୮୦୨ ମସିହାରେ ହିମାଳୟ ଠାରେ ମହିମା ସ୍ୱାମୀଙ୍କ ଆବିର୍ଭାବ ଓ ପରବର୍ତ୍ତୀ ସମୟରେ ଓଡ଼ିଶାର ପୁରୀକୁ ଆଗମନ ହୋଇଥିଲା। ୧୮୩୮ରେ କପିଳାସ ପୀଠରେ ସାଧନା ଆରମ୍ଭ କରି ୨୪କାଳ ଏଠାରେ ରହି ପରବର୍ତ୍ତୀ ସମୟରେ ଧର୍ମ ପ୍ରଚାର କରିଥିଲେ। ଏହି ଧର୍ମ ପ୍ରଚାର ସମୟରେ ଅଙ୍ଗାରବନ୍ଧ ଗ୍ରାମଙ୍କୁ ତାଙ୍କର ଆଗମନ ହୋଇଥିଲା। ଏଠାରେ ବସବାସ କରୁଥିବା ୧୬ ପରିବାରକୁ ସେ ଦୀକ୍ଷିତ କରିବା ସହ ୨୧ ହାତିଆ ଧୁନି ମନ୍ଦିର ନିର୍ମାଣ କରିବାକୁ ନିର୍ଦେଶ ଦେଇଥିଲେ। ନିରାକାରବାଦୀ ସାଧନ ପଦ୍ଧତି ମଧ୍ୟରେ ଏହି ଧର୍ମଖ୍ୟାତିଲାଭ କରିଛି ବୋଲି କହିଥିଲ.।

ମୁଖ୍ୟ ବକ୍ତା ପ୍ରତାପ ପ୍ରୀତିମୟ ମହିମାସ୍ୱାମୀଙ୍କ।ଆବିର୍ଭାବ ଠାରୁ ତାଙ୍କ ଜୀବନ କାଳ ଏବଂ ଢେଙ୍କାନାଳ ରାଜା ତାଙ୍କ ଶିଷ୍ୟତ୍ୱ ଗ୍ରହଣ କରିବା କଥା ମଧ୍ୟ କହିଥିଲେ। ପରବର୍ତ୍ତୀ ସମୟରେ କେନ୍ଦୁଝର ଗଡ଼ର ରାଜା ମଧ୍ୟ ଦୁରାରୋଗ୍ୟ ରୋଗରେ ପୀଡିତ ଥିବା କାଳରେ ମହିମାସ୍ୱାମୀଙ୍କ ଶରଣକୁ ଆସିଥିଲେ। ଏବଂ ସେ ଉକ୍ତ ରୋଗରୁ ମୁକ୍ତିପାଇଥିଲେ କୌଣସି ଆଶା,ରୂପରଙ୍ଗ, ଦ୍ରବ୍ୟଉପଚାର ଆଦି ବିନା ଏହି ଉପାସନା କରାଯାଇଥାଏ। ଏହାର ଜଣେ ମୁଖ୍ୟ ପ୍ରଚାରକ ଭାବେ ସନ୍ଥକବି ଭୀମଭୋଇ ନିଜ ରଚନା ମାଧ୍ୟମରେ ଆଜି ଆନ୍ତର୍ଜାତୀୟ ସ୍ତରରେ ପ୍ରଖ୍ୟାତିଲାଭ କରିଛନ୍ତି ବୋଲି ସେ ପ୍ରକାଶ କରିଥିଲେ।

।ଶେଷରେ ମୁଖ୍ୟ ଅତିଥିଭାବେ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ କହିଥିଲେ ଯେ, ଏହି ପୀଠ କେତେଯେ ମହିମା ମୟ ସେ ନିଜେ ଅନୁଭବ କରିଛନ୍ତି। ବିଧାୟକ ହେବା ପୂର୍ବରୁ ଏହିପୀଠ ସହ ତାଙ୍କର ସମ୍ପର୍କ ରହିଛି। ଆଗାମୀ ଦିନରେ ଏହି ପୀଠର ଉନ୍ନତି ଓ ଯେଉଁ ଅସମ୍ପୂର୍ଣ୍ଣ କାର୍ଯ୍ୟ ସବୁ ରହିଛି ତାହା ସମ୍ପୂର୍ଣ୍ଣ କରାଯିବ। ଭକ୍ତଙ୍କ ପାଇଁ ଏକ ଭୋଗମଣ୍ଡପ ନିର୍ମାଣ କରିବାକୁ ପ୍ରତିଶୁତି ଦେଇଥିଲେ।
ତିନିଦିନ ଧରି ହେବାକୁ ଥିବା ଏହି ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ଓଲିଉଡ ଗାୟିକା ଅନ୍ତରା ଚକ୍ରବର୍ତ୍ତୀ, ଶୁଭ୍ରଜିତା ମହାନ୍ତି, ପ୍ରକାଶ ରାଜ ପ୍ରମୁଖ ନିଜର ସଙ୍ଗୀତରେ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲେ। ଆଗାମୀ ଦୁଇଦିନ ଧରି ଏହି ମହୋତ୍ସବ ଜାରି ରହିବ ବୋଲି ଜଣାପଡିଛି।
ଏହି ଅବସରରେ ମହୋତ୍ସବ କମିଟି ପକ୍ଷରୁ ସଭାପତି ତଥା ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ସାମ୍ବାଦିକ ମାନସ ବିଶ୍ୱାଳ , ରାଜେଶ ପାତ୍ର , ଦ୍ଵାରିକା ପ୍ରସାଦ ନନ୍ଦ , ବିଜୟ ଦେ , ଉମାକାନ୍ତ ସାହୁ , ଦିବ୍ୟ ଶାନ୍ତନୁ , ପ୍ରଭାତ ବେହେରା ଙ୍କୁ ସମ୍ବର୍ଦ୍ଧିତ ସ୍ୱରୂପ ଉତରୀୟ ଓ ସଂମାନ ସୂଚକ ସ୍ମୃତି ଫଳକ ପ୍ରଦାନ କରିଥିଲେ । ସେହିପରି ନୃତ୍ୟ ଗୁରୁ ସ୍ୱପ୍ନାରାଣୀ ସିହ୍ନା ଙ୍କ ଅନୁପସ୍ଥିତ ରେ ତାଙ୍କ ନୃତ୍ୟ ନୀଳୟ ଅନୁଷ୍ଠାନ ର ମୁଖ୍ୟ ଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା ।