କୋଭିଡ କଟକଣା ସତ୍ତ୍ବେ ପୂର୍ବନିର୍ଦ୍ଧାରିତ ୬ଟି ସହରରେ ହିଁ ଖେଳାଯିବ IPL.

ମୁମ୍ବାଇ : କରୋନା ମହାମାରୀ ସତ୍ତ୍ବେ ପୂର୍ବରୁ ସ୍ଥିର ହୋଇଥିବା ୬ଟି ସହରରେ ଆଇପିଏଲ ମ୍ୟାଚ ଖେଳାଯିବ । ପୂର୍ବ କାର୍ଯ୍ୟକ୍ରମରେ କୌଣସି ପରିବର୍ତ୍ତନ ହୋଇନଥିବା ବିସିସିଆଇ ସୁତ୍ରରୁ  ଜଣାପଡ଼ିଛି । ଏହି ୬ଟି ସହର ହେଲେ ମୁମ୍ବାଇ, ଚେନ୍ନାଇ, ଅହମଦାବାଦ, ବାଙ୍ଗାଲୁରୁ, ଦିଲ୍ଲୀ ଓ କୋଲକତା । ତେବେ କରୋନା କଟକଣା ଦୃଷ୍ଟିରୁ ଷ୍ଟାଡିୟମରେ ବିନା ଦର୍ଶକରେ ଖେଳ ହେବ । କେବଳ ସିଧାପ୍ରସାରଣ ମାଧ୍ୟମରେ ଦର୍ଶକମାନେ ଟେଲିଭିଜନରେ ଖେଳ ଦେଖିପାରିବେ । ଦେଶରେ କରୋନା ସଂକ୍ରମଣର ୨ୟ ଲହରୀ ଦେଖାଦେଇଥିବାରୁ ଆଇପିଏଲ ଆୟୋଜନକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବିଶେଷକରି ମୁମ୍ବାଇରେ ରେକର୍ଡ ସଂଖ୍ୟକ ଆକ୍ରାନ୍ତ ଦେଖାଦେଇଥିବାରୁ ସେଠାରେ ଆଇପିଏଲ କିପରି ଆୟୋଜନ ହେବ ତାହାକୁ ବିସିସିଆଇ ପାଇଁ ଚିନ୍ତାର ବିଷୟ ହୋଇଛି ।ତେବେ ଗତ ବର୍ଷ କରୋନା ସଂକ୍ରମଣ ଯୋଗୁଁ ଆଇପିଏଲ ସ୍ବାଭାବିକ ସମୟରେ ହୋଇପାରିନଥିଲା । ପରେ ସେପ୍ଟେମ୍ବର ମାସରେ ଆଇପିଏଲ ଦୁବାଇରେ ଖେଳାଯାଇଥିଲା

Leave a Reply

Your email address will not be published. Required fields are marked *