ମୁମ୍ବାଇ: ୨୦୨୨ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ ପାଇଁ ଖେଳସୂଚୀ ଜାରି ହୋଇଯାଇଛି। ମାର୍ଚ୍ଚ ୨୬ ତାରିଖ ଉଦ୍ଘାଟନୀ ମ୍ୟାଚ ଖେଳାଯିବ। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଓ କୋଲକାତା ନାଇଟ୍ ରାଇଡର୍ସ୍ (କେକେଆର୍) ପରସ୍ପରକୁ ଭେଟିବେ। ଏହି ମ୍ୟାଚ୍ ମୁମ୍ଵାଇର ଓ୍ଵାନଖେଡେ ଷ୍ଟାଡିୟମରେ ସଂଧ୍ୟା ସାଢ଼େ ୭ଟାରେ ଖେଳାଯିବ। ୨୦୨୨ ଆଇପିଏଲର ଶେଷ ଲିଗ୍ ମ୍ୟାଚ୍ ଓ୍ଵାନଖେଡେ ଷ୍ଟାଡିୟମରେ ହିଁ ମେ’ ୨୨ରେ ସଂଧ୍ୟା ୭ରେ ଖେଳାଯିବ।ଚଳିତ ବର୍ଷର ଆଇପିଏଲ୍ ଅଧିକ ରୋମାଞ୍ଚକ ହେବା ଆଶା କରାଯାଉଛି।


କରୋନା ମହାମାରୀ ଯୋଗୁଁ ୨୦୨୦ ଓ ୨୦୨୧ ଆଇପିଏଲ ମ୍ୟାଚ୍ ଭାରତରେ ଖେଳାଯାଇନଥିଲା। ବିସିସିଆଇ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା। ୨ ବର୍ଷ ପରେ ଭାରତରେ ଆଇପିଏଲ ମ୍ୟାଚ ଖେଳାଯାଉଥିବାରୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ଉତ୍ସାହ ଦେଖାଯିବା ନିଶ୍ଚିତ। ତେବେ କରୋନା ପରିସ୍ଥିତିକୁ ଦେଖି ଦର୍ଶକଙ୍କୁ ପ୍ରବେଶ ମିଳିବ। ଅନ୍ୟପଟରେ ଚଳିତ ଥର ଆଇପିଏଲ ଟ୍ରଫି ପାଇଁ ୧୦ଟି ଦଳ ମଧ୍ୟରେ ପ୍ରତିଯୋଗିତା ହେବ।