ସ୍ଵର ବ୍ୟୁରୋ: ରାଜ୍ୟରେ ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ । ଏନେଇ ଗୃହ ବିଭାଗ ପକ୍ଷରୁ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଅନୁଗୋଳ ରେ ଥିବା ଏସପି ଜଗମୋହନ ମିନା ଙ୍କୁ ଗଞ୍ଜାମ ଏସପି ଭାବେ ନୁଯୁକ୍ତି ଦିଆଯାଇଥିବା ବେଳେ ବାଲେଶ୍ଵର ଏସପି ସୁଧାଂଶୁ ଶେଖର ମିଶ୍ରଙ୍କୁ ଅନୁଗୋଳ ର ନୂଆ ଏସପି ଭାବେ ଦାଇତ୍ଵ ମିଳିଛି । ସେହିଭଳି ଉତ୍ତର କେନ୍ଦ୍ରାଞ୍ଚଳ ଡ଼ିଆଇଜି ଭାବେ ଅନୁଗୋଳ ଜିଲ୍ଲାରେ ବ୍ରିଜେଶ କୁମାର ରାୟଙ୍କୁ ନିଯୁକ୍ତି ମିଳିଛି।
ରାଜ୍ୟ ସରକାର ମୋଟ ୧୧ ଜଣ ଏସ୍ପିଙ୍କୁ ବଦଳି କରିଛନ୍ତି। ଭଦ୍ରକ ଏସ୍ପି ଚରଣ ସିଂ ମୀନାଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି । ସେହିପରି ଯାଜପୁର ଏସ୍ପି ରାହୁଲ ପିଆରଙ୍କୁ ଜଗତସିଂହପୁରରେ ନୂଆ ନିଯୁକ୍ତି ମିଳିଛି। ଢେଙ୍କାନାଳ ଏସ୍ପି ଏଲ୍ ଦିବ୍ୟାଙ୍କୁ ଭିଜିଲାନ୍ସ ଏସ୍ପି ଭାବେ ବଦଳି ହୋଇଛି। ନୂଆପଡ଼ା ଏସ୍ପି ପ୍ରତ୍ୟୁଷ ଦିବାକରଙ୍କୁ ସୁନ୍ଦରଗଡ଼, କନ୍ଧମାଳ ଏସ୍ପି ବିନିତ ଅଗ୍ରୱାଲଙ୍କୁ ଯାଜପୁର, କୋରାପୁଟ ଏସ୍ପି ବରୁଣ ଗୁଣ୍ଟୁପଲ୍ଲୀଙ୍କୁ ଭଦ୍ରକ, ସୁନ୍ଦରଗଡ଼ ଏସ୍ପି ସାଗରିକା ନାଥଙ୍କୁ ବାଲେଶ୍ବର ବଦଳି ହୋଇଛି। ବାଲିଗୁଡ଼ା, ମାଲକାନଗିରି, କେସିଙ୍ଗା ଏସ୍ଡିପିଓ ପଦୋନ୍ନତି ହୋଇଛି। ବାଲିଗୁଡ଼ା ଏସ୍ଡିପିଓ ଗୁନ୍ଦଲା ରେଡ୍ଡୀଙ୍କୁ ନୂଆପଡ଼ା, ମାଲକାନଗିରି ଏସ୍ଡିପିଓ ଶୁଭେନ୍ଦୁ ପାତ୍ର ଓ କେସିଙ୍ଗା ଏସ୍ଡିପିଓ ଅଭିନବ ସୋନକାରଙ୍କୁ ଯଥାକ୍ରମେ ନୂଆପଡ଼ା, କନ୍ଧମାଳ ଓ କୋରାପୁଟ ଏସ୍ପି ଭାବେ ନୂଆ ନିଯୁକ୍ତି ମିଳିଛି। ସ୍ପେଶାଲ ବ୍ରାଞ୍ଚ ଏସ୍ପି ଜ୍ଞାନ ରଂଜନ ମହାପାତ୍ରଙ୍କୁ ଢେଙ୍କାନାଳ ଏସ୍ପି ଭାବେ ବଦଳି ହୋଇଛି।