ଭାରତ ଓ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ:ରୋହିତଙ୍କ ସହ ଓପନ କରିବେ ଇଶାନ .

ମୁମ୍ବାଇ : ଆସନ୍ତା ରବିବାର ଦିନ  ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯିବାକୁ ଥିବା ଭାରତ ଓ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମ୍ୟାଚରେ ଅଧିନାୟକ ରୋହିତ ଶର୍ମାଙ୍କ ସହ ଇଶାନ କିଷନ ଇନିଂସ ଓପନ କରିବେ । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ରୋହିତ ଏହି ସୂଚନା ଦେଇଛନ୍ତି । ଉଭୟ ରୋହିତ ଓ କିଷନ ଆଜି ଅଭ୍ୟାସ କରିଛନ୍ତି ।ଭାରତର ନିୟମିତ ଓପନର ଶିଖର ଧଓ୍ବନ କରୋନା ଆକ୍ରାନ୍ତ ଥିବାବେଳେ କେଏଲ ରାହୁଲ ୨ୟ ଦିନିକିଆରୁ ଦଳରେ ଯୋଗ ଦେବେ ।

ସେହିପରି ନୂଆ ଓପନର ଋତୁରାଜ ଗାଇକ୍ବାଡ୍ ମଧ୍ୟ କରୋନା ଆକ୍ରାନ୍ତ ହୋଇଛନ୍ତି । ସେହିପରି ମୟଙ୍କ ଅଗ୍ରଓ୍ବାଲ ଏବେ କ୍ବାରାଣ୍ଟାଇନରେ ରହିଛନ୍ତି ରବିବାର ଖେଳାଯିବାକୁ ଥିବା ଭାରତ ଓ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଦିନିକିଆ ମ୍ୟାଚଟି ଭାରତର ୧,୦୦୦ ତମ ଏକଦିବସୀୟ ମ୍ୟାଚ ହେବ । ଅର୍ଥାତ ଭାରତ ଏପର୍ଯ୍ୟନ୍ତ ମୋଟ ୯୯୯ଟି ଏକଦିବସୀୟ ମ୍ୟାଚ ଖେଳିଛି

Leave a Reply

Your email address will not be published. Required fields are marked *