ଭୁବନେଶ୍ବର: ଅନୁଗୋଳ ଜିଲ୍ଲାର ବଶିଷ୍ଠ ସାମ୍ବାଦିକ ତଥା କଂଗ୍ରେସ ନେତା ଜଗଦା ନନ୍ଦ ପ୍ରଧାନ ରାଜ୍ୟ କଂଗ୍ରେସ ମୁଖପାତ୍ର ଭାବରେ ନିଯୁକ୍ତ ହୋଇଛନ୍ତି। ପିସିସି ସଭାପତି ଶରତ ପଟ୍ଟନାୟକ ଙ୍କ ଅନୁମୋଦନ କ୍ରମେ ଶ୍ରୀ ପ୍ରଧାନ ଙ୍କୁ କଂଗ୍ରେସ ମୁଖପାତ୍ର ଭାବରେ ନିଯୁକ୍ତି କରା ଯାଇ ଥିବାରୁ ଅନୁଗୋଳ ଜିଲ୍ଲାର ସମସ୍ତ କଂଗ୍ରେସ କର୍ମୀ ମାନେ ଅଭିନନ୍ଦନ ଜଣାଇବା ସହ ଏ ଆଇ ସି ସି ପ୍ରଭାରୀ ଡ଼ ଅଜୟ କୁମାର, ଶ୍ରୀ ଶରତ ପଟ୍ଟନାୟକ ଓ ଡ ବିଶ୍ବ ରଞ୍ଜନ ମହାନ୍ତି ଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି।
ଶ୍ରୀ ପ୍ରଧାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନବିରୋଧୀ ନୀତି ବିରୁଦ୍ଧରେ ଜନମତ ସୃଷ୍ଟି କରିବା ଓ ରାହୁଲ ଗାନ୍ଧି, ଶ୍ରୀ ଶରତ ପଟ୍ଟନାୟକ ଙ୍କ ନେତୃତ୍ୱରେ କଂଗ୍ରେସ ଦଳ କୁ ଶକ୍ତିଶାଳୀ କରିବା ସହ କଂଗ୍ରେସ ବିଚାରଧାରା କୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଉଦ୍ୟମ କରିବେ ବୋଲି କହିଛନ୍ତି। ସେହିପରି ଅନ୍ୟତମ ମୁଖପାତ୍ର ଭାବେ ଶ୍ରୀ ପ୍ରଧାନ ଙ୍କ ସହ ଶ୍ରୀମତୀ ମନିଷା ଦାସ ଙ୍କୁ ମଧ୍ୟ ମୁଖପାତ୍ର ନିଯୁକ୍ତି ଦେଇଛନ୍ତି। ଏନେଇ ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ଏକ ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦେଇଛନ୍ତି। ଶ୍ରୀ ପ୍ରଧାନ ଓ ଶ୍ରୀମତୀ ଦାସ ନିଜ ଦାୟୀତ୍ଵକୁ ନିଷ୍ଠାର ସହ ସମ୍ପାଦନ କରିବେ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ଆଶା ପ୍ରକାଶ କରିଛନ୍ତି ।