ବୈତରଣୀ ନଦୀରୁ ଶିବ ଲିଂଗ ଓ ମନ୍ଦୀର ଚୁଡା ଉଦ୍ଧାର ପରେ ଆରମ୍ଭ ହୋଇଛି ପୂଜାର୍ଚ୍ଚନା

ଯାଜପୁର :ଯାଜପୁର ଜିଲା ବୈତରଣୀ ନଦୀରୁ ଶିବ ଲିଂଗ ଓ ମନ୍ଦୀର ଚୁଡା ଉଦ୍ଧାର ହେବା ପରେ ଏହାକୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ ହୋଇଛି । ପୁରାଣ ପ୍ରସିଦ୍ଧ ସିଦ୍ଧେଶ୍ୱର ମନ୍ଦୀର ନିକଟସ୍ଥ ନଦୀ ମଝିରେ ଏହି ଶିବ ଲିଂଗ ଠାବ ହେବା ପରେ ଲୋକେ ପୂଜାର୍ଚ୍ଚନା ମଧ୍ୟ ଆରମ୍ଭ କରିଛନ୍ତି । । ଏହା ଭୌମକର ସମୟର ମନ୍ଦୀର ର ଭଗ୍ନାଂଶ ବୋଲି ଗବେଷକ କହିଛନ୍ତି । ଖବର ପ୍ରକାଶ ପରେ ଆଜି ସକାଳୁ ଶହଶହ ଶ୍ରଦ୍ଧାଳୁ ସେଠାରେ ଭିଡ ଲଗାଇଥିବା ବେଳେ ଦଶରଥପୁର ତହସିଲଦାର ନଦୀ ଭିତରେ ଥିବା ଶିବଲିଙ୍ଗ ପାଖରେ ପହଞ୍ଚି ସ୍ଥିତି ପରଖିଛନ୍ତି। ଅନ୍ୟପଟେ ସିଧେଶ୍ବର ମହାଦେବଙ୍କ ସେବାୟତ ଆଜି ଶିବ ଲିଙ୍ଗଙ୍କ ପୂଜାର୍ଚ୍ଚନା କରିଛନ୍ତି.

ସୂ୍ଚନା ଅନୁସାରେ ଯାଜପୁର ଜିଲ୍ଲା ଦଶରଥପୁର ତହସିଲ ଅଧିନସ୍ଥ ସିଧେଶ୍ୱର ପୀଠ ନିକଟରେ ଥିବା ବୈତରଣୀ ନଦୀ ଗର୍ଭରୁ ଗୋଟିଏ ଧଳା ଶିବ ଲିଙ୍ଗ ବାହାରିଥିବା ବେଳେ ଆଉ ଦୁଇଟି ଅମୁହାଁ  ମନ୍ଦିର ଦୃଶ୍ୟମାନ ହେଉଛି । ସିଧେଶ୍ୱର ମନ୍ଦିରରୁ ଦୁଇଶହ ମିଟର ଦୂରରେ ବୈତରଣୀ ନଦୀ ଗର୍ଭରୁ ଜେସିବି ସାହାଯ୍ୟରେ ବାଲି ଉତ୍ତୋଳନ କରାଯାଉଛି। ଦିନ ରାତି ବାଲି‌ ଉତ୍ତୋଳନ ଯୋଗୁଁ ଉକ୍ତ ଅଞ୍ଚଳରେ ବିରାଟ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି। ତେବେ ସେହି ଉତ୍ତୋଳନ ଭିତରେ ପୁରାତନ ଏହି ମନ୍ଦିର ଓ ଲିଙ୍ଗ ଦୃଶ୍ୟମାନ ହୋଇଛି।

 

Leave a Reply

Your email address will not be published. Required fields are marked *