||ମର୍ଯ୍ୟାଦା ପୁରୁଷୋତ୍ତମ||

|| ମର୍ଯ୍ୟାଦା ପୁରୁଷୋତ୍ତମ ||

ଦଶରଥ ପ୍ରିୟ ପୁତ୍ର ଶ୍ରୀ ରଘୁ ନନ୍ଦନ
ମର୍ଯ୍ୟଦା ପୁରୁଷୋତ୍ତମ ଅଯୋଧ୍ୟା ରାଜନ
ପିତୃ ମାତୃ ଭକ୍ତି ର ରାମ ଉଦାହରଣ
ଭାତୃ ସ୍ନେହ ରେ ଶ୍ରୀ ରାମ ଅତିବ ପ୍ରବୀଣ
କୋଦଣ୍ତ ଧାରୀ ଶ୍ରୀ ରାମ ଜାନକୀ ରମଣ
ବଷିଷ୍ଠ ଙ୍କ ଠାରୁ ବିଦ୍ୟା କରିଲେ ଗ୍ରହଣ
ସର୍ବବିଦ୍ୟାରେ ଶ୍ରୀ ରାମ ଥିଲେ ପାରଙ୍ଗମ

ତ୍ୟାଗ ପ୍ରତିମୂର୍ତ୍ତି ରୂପେ ରାମ ଅନୁପମ
ସତ୍ୟ ଶାନ୍ତି ନ୍ୟାୟ ଧର୍ମ ପ୍ରଜାନୁପାଳନ
ମାନବ ରୂପରେ ଜନ୍ମି ଥିଲେ ଭଗବାନ
ମାନବୀୟ ଲୀଳା ତାଙ୍କ ଏକ ଶିକ୍ଷଣୀୟ
ସୂର୍ଯ୍ୟ ବଂଶୀ ସ୍ଥାନ ଥିଲା ଅପୂରଣୀୟ
ତାଙ୍କର ନୀତି ଆଦର୍ଶ ସଦା ସ୍ମରଣୀୟ
ରାମଙ୍କର ପାଦ ପଦ୍ମ ସଦା ନମନୀୟ
ତାଙ୍କ ନୀତିକୁ କରିଲେ ଅନୁସରଣ
ରାମ ରାଜ୍ୟ ହୋଇ ପାରିବ ସଂସ୍ଥାପନ
କୌଶଲ୍ୟା ନନ୍ଦନ ରାମ ରାବଣ ମର୍ଦନ
ପିତା ସତ୍ୟ ପାଳି କଲେ ବନକୁ ଗମନ
ଅଯୋଧ୍ୟା ଦେଶର ଶଶୀ ହୋଇ ଥଲେ ବନବାସୀ
ରାମ ଲକ୍ଷ୍ମଣ ସହିତ ସତୀ ସୀତା ମିଶି
ଫଳମୃଳ କରି ଥିଲେ ବନରେ ଭକ୍ଷଣ
ପତ୍ର କୁଡିରେ କଲେ ଜୀବନ ଜାପନ
ଶବରୀ ଅଇଁଠା ଖିଆ ପ୍ରଭୁ ଭଗବାନ
ଅସୁର ସଂହାରୀ ଥିଲେ ଶ୍ରୀ ରଘୁନନ୍ଦନ
ଚଉଦ ବରଷ ଛାଡ଼ି ରାଜ୍ୟ ସିଂହାସନ
ସୀତାଙ୍କୁ ମାୟାରେ ଚୋରାଇଲା ଦଶାନନ
ଜଟାୟୁ ଠାରୁ ସନ୍ଦେଶ ପାଇଲେ ରାଜନ
ସୁଗ୍ରୀବଙ୍କ ସହିତ କଲେ ମିତ୍ରତା ସ୍ଥାପନ
ବଳି ରାଜକୁ କରିଲେ ଶ୍ରୀ ରାମ ନିଧନ
ହନୁମାନ ସାତ ସିନ୍ଧୁ କରିଲେ ଲଙ୍ଘନ
ଅଶୋକ ବନରେ କଲେ ସୀତାଙ୍କ ସନ୍ଧାନ
ରାମଙ୍କ ମୁଦ୍ରିକା କଲେ ସୀତାଙ୍କୁ ପ୍ରଦାନ
ଅକ୍ଷୟ କୁମାରକୁ ସେ କରିଲେ ନିଧନ
ଇନ୍ଦ୍ର ଜିତ ହନୁମାନ ବାନ୍ଧିଲା ବହନ
ରାବଣ ସଭାରେ ପହଞ୍ଚାଲା ତକ୍ଷଣ
ପୁଛରେ ଅଗ୍ନି ଲଗାଇ ଛାଡ଼ି ଲା ରାବଣ
ସ୍ବର୍ଣ୍ଣ ଲଙ୍କା କରି ଥିଲେ ତକ୍ଷଣ ଦହନ
ସୀତା ଙ୍କ ମୂଦ୍ରିକା କରି ଥିଲେ ସେ ପ୍ରଦାନ
ବାନର ଭଲ୍ଲୁକ ସମୂଦ୍ରରେ ସେତୁ ନିର୍ମାଣ
ପ୍ରତିଷ୍ଠା କରିଲା ସେତୁ ବିଶ୍ରବା ନନ୍ଦନ
ଶରଣ ପଶିଲା ରାମ ପାଖେ ବୀଭିଷଣ
ସୁଗ୍ରୀବ ଅଙ୍ଗଦ ଏବଂ ବୀର ହନୁମାନ
ନଳ ନୀଳ ସହିତରେ ମନ୍ତ୍ରୀ ଜାମ୍ବବାନ
ସମସ୍ତ ବାନର ସେନା ଥିଲେ ବଳବାନ
ଯୁଦ୍ଧରେ ବିଜୟୀ ହେଲେ ଶ୍ରୀ ରଘୁନନ୍ଦନ
ପୁତ୍ର ନାତି ସହିତରେ ରାବଣ ନିଧନ
ବଭିଷଣଙ୍କୁ ଲଙ୍କାରେ କରିଲେ ରଜନ
ଅଗ୍ନିର ପରୀକ୍ଷା ଦେଲେ ଜନକ ଦୁହିତା
ଅଗ୍ନିରୁ ଉଦ୍ଧାର ହେଲେ ରାମଙ୍କ ବନୀତା
ଅଯୋଧ୍ୟା କୁ ଫେରି ରାମ ସୀତାଙ୍କ ସହିତ
ରାଜା ହୋଇ ରାଜ ଧର୍ମ କରିଲେ ପାଳିତ
ଧୋବା ଧୋବଣୀ କଳିକୁ ଶୁଣି ଥିଲେ ରାମ
ପତିବ୍ରତା ସୀତା ପାର ହେଲେ ରାଜ୍ୟ ସୀମା
ପ୍ରଜାନୁ ରଞ୍ଜନ ରାମ ସେ ପ୍ରଜା ପାଳକ
ସୀତାଙ୍କ ନାମରେ କାଳେ ଲାଗିବ କଳଙ୍କ
ତେଜ୍ୟା କରିଥିଲେ ରାମ ତାଙ୍କ ପ୍ରିୟ ତମା
ବାଲ୍ମୀକି ଆଶ୍ରମେ ପାଳିତ ରାମ ବାମା
ଲବକୁଶ ଜନ୍ମହେଲେ ବାଲ୍ମୀକି ଆଶ୍ରମ
ଧନୁର୍ଦ୍ଧର ହେଲେ ଶିକ୍ଷା ପାଇ ସେ ଆଶ୍ରମ
ଅଶ୍ବମେଧ ଯଜ୍ଞ କଲେ ଅଯୋଧ୍ୟା ରେ ରାମ
ଅଶ୍ବକୁ ବାନ୍ଧି ହରାଇଲେ ଧନୁର୍ଦ୍ଧର ସମ

ଲବକୁଶକୁ କରିଲେ ରାମ ନିମନ୍ତ୍ରଣ
ରାମାୟଣକୁ ଦୁହେଁ କଲେ ପରିବେଷଣ
ରାଜ୍ୟ ବସୀଙ୍କ କଥାରେ ଡ଼କାଇଲେ ସୀତା
ଅଗ୍ନି ପରିକ୍ଷା ଦିଅ କହିଲେ ଆଗୋ ସୀତା
ଫାଟି ଯାଆ ବସୁମତୀ ଦିଅଗୋ ଆଶ୍ରୟ
ପରୀକ୍ଷା ଦେବାକୁ ନୁହେଁ ମୋର ଏ ସମୟ
ସହି ପାରୁ ନାହିଁ ଆଉ ମୁଁ ଏଇ ଲାଛନା
ଫାଟିଗଲା ବସୁମତୀ ନୁହେଁ ଏଛଳନା
ଅଞ୍ଚଳ ଛାଡ଼ ମହାବାହୁ ଏଜନ୍ମେ ଭେଟ ନାହିଁ ଆଉ
କାଳକାଳକୁ କଥା ରହୁ
ଭୂମିରୁ ଜନ୍ମି ଭୂମୀ ସୂତା
କୋଳେଇ ନେଲେ ପୃଥିମାତା
ମର୍ଯ୍ୟାଦା ପୁରୁଷୋତ୍ତମ ରାମ
ଜନ୍ମିଥିଲେ ଏ ମରତ ଧାମ
ପୂଣ୍ୟ ତାଙ୍କର ଜନ୍ମ ତିଥି
ରାମ ନବମୀ ନାମେ ଖ୍ୟାତି
ସବୁ ଗ୍ରନ୍ଥ ରୁ ଅଟଇ ରାମାୟଣ ସାର
ରାମ ନାମ ନିତି ମୂଖେ ଧରୁ ଥାଅ ନର
ତ୍ରେତୟାରେ ଜନ୍ମି ରାମ ଶ୍ରୀରଘୁ ନନ୍ଦନ
କୈକେୟୀ ଙ୍କ ପ୍ରିୟ ରାମ କୌଶଲ୍ୟା ନନ୍ଦନ
ରାମାୟଣ ର ବାଲ୍ମୀକି ଥିଲେ ରଚୟୀତା
ଲବ କୁଶ ଗାଇ ଥିଲେ ରାମାୟଣ ଗାଥା
ଜୟ ଜୟଜୟ ଜୟ ଜୟ ସୀତୀ ରାମ
ଜୟ ହନୁମାନ
ଜୟ ପୁରୁଷୋତ୍ତମ

ପଦ୍ମାବତୀ ମିଶ୍ର

ହୁଲୁରିସିଂଙ୍ଗା ,ଅନୁଗୋଳ

Leave a Reply

Your email address will not be published. Required fields are marked *