ଜେଏସପିଏଲ ଫାଉଣ୍ଡେସନପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ।

ଅନୁଗୋଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ ପକ୍ଷରୁ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଭାରତୀୟ ହକିର ଯାଦୁକର ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ବାର୍ଷିକୀ ଅବସରରେ ଜେଏସପିଏଲ ର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ପ୍ଳାଣ୍ଟ ପାର୍ଶ୍ଵବର୍ତୀ ଅଞ୍ଚଳର ଯୁବକଙ୍କ ମଧ୍ୟରେ ଏକସ୍ଵାସ୍ଥ୍ୟପ୍ରଦ ଜୀବନଶୈଳୀ ଆପଣାଇବା ନିମନ୍ତେ ବିଭିନ୍ନ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା l ଏହି ଦିବସକୁ ଅତ୍ୟନ୍ତ ସ୍ମରଣୀୟ କରିବା ନିମନ୍ତେ ଗ୍ରାମର ସମସ୍ତ କ୍ରୀଡା ପ୍ରେମୀ ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଇଣ୍ଡୋର ଜିମ ଉପକରଣ ତିନୋଟି ୟୁଥ କ୍ଲବ ଯଥା, ଜରଡା ସ୍ଥିତ କଳିଙ୍ଗ କ୍ଲବ, ପାରିପରା ସ୍ଥିତ ବାବା ବାଲୁଙ୍କେଶ୍ଵର  ୟୁଥ କ୍ଲବ ଏବଂ ସାନକେରଜାଙ୍ଗ ସ୍ଥିତ ମାରୁତି କ୍ଲବକୁ ପ୍ରଦାନ କରଯାଇଅଛିl

ଗ୍ରାମୀଣ ଯୁବକମାନଙ୍କୁ ସୁସ୍ଥ ରଖିବା ସହିତ ବିଭିନ୍ନ କ୍ରୀଡା ଭିତ୍ତିକ ଟୁର୍ନାମେଣ୍ଟକୁ ନଜରରେ ରଖି କ୍ରୀଡା ଭିତ୍ତିକ କାର୍ଯ୍ୟକ୍ରମ, ଯୋଗ ଶିବିରଇତ୍ୟାଦି ବର୍ଷର ବିଭିନ୍ନ ସମୟରେ ଆୟୋଜିତ ହୋଇଥାଏ l ୨୦୦୮ ମସିହା ଠାରୁ ଜେଏସପିଏଲ ଫାଉଣ୍ଡେସନ ପାର୍ଶ୍ଵବର୍ତୀ ୨୪ଟି ଗ୍ରାମର ୩୨ଟି ୟୁଥ କ୍ଲବ ସହ ମିଶି କାର୍ଯ୍ୟ କରୁଅଛି ଏବଂ ଏହା ମାଧ୍ୟମରେ ୨୨୫୦ ଜଣ ଯୁବକ ଲାଭାନ୍ଵିତ ହୋଇଛନ୍ତି l ଗ୍ରାମାଞ୍ଚଳ ଯୁବକଙ୍କୁପ୍ରେରିତ କରିବା ନିମନ୍ତେ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଭିନ୍ନ ଇଣ୍ଡୋର ଏବଂ ଆଉଟଡର ଜିମ ଉପକରଣ ସମ୍ବନ୍ଧିତୟୁଥ କ୍ଲବ ଗୁଡିକୁ ନିୟମିତ ବ୍ଯବଧାନରେ ଯୋଗାଇ ଦିଆ ଯାଇଥାଏ l

Leave a Reply

Your email address will not be published. Required fields are marked *