ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୭୭ତମ ସ୍ଵାଧୀନତା ଦିବସ ପାଳିତ

ଅନୁଗୋଳ :ଦେଶାତ୍ମବୋଧ ଉଚ୍ଛ୍ୱାସରେ ଅନୁପ୍ରାଣିତ ହୋଇ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ  ଜିନ୍ଦଲ ନଗର ଟାଉନସିପ  ମଧ୍ୟରେ ଥିବା ଓପି ଜିନ୍ଦଲ ସ୍କୁଲ କ୍ୟାମ୍ପସରେ ୭୭ ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିମଳେନ୍ଦ୍ର ଝା,  ଅନୁଗୋଳ ପ୍ଳାଣ୍ଟ ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ଵର ଝାନିର୍ବାହୀ ନିର୍ଦେଶକ ଶ୍ରୀ ଦାମୋଦର ମିତ୍ତଲ, ଅନ୍ୟ ଅଧିକାରୀ ଏବଂ ତାଙ୍କ ପରିବାରବର୍ଗ  ତଥା ସ୍ଥାନୀୟ ଗ୍ରାମବାସୀଙ୍କ ଉପସ୍ଥିତି ରେ ଜାତୀୟ ପତାକା  ଉତ୍ତୋଳନ କରିଥିଲେ

ଏହି ଅବସରରେ ଶ୍ରୀ ବିମଳେନ୍ଦ୍ର ଝା ଉପସ୍ଥିତ ଜନତାଙ୍କୁ ତାଙ୍କ ଅଭିଭାଷଣରେ  ଜେଏସପି ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କ “ରାଷ୍ଟ୍ର ପ୍ରଥମ, ସର୍ବଦା ପ୍ରଥମ” ବିଷୟରେ କହିବା ସହ ଶ୍ରୀ ନବୀନ ଜିନ୍ଦଲଙ୍କ ସ୍ଵାଧୀନତା ଦିବସ ବାର୍ତା ସମସ୍ତ କର୍ମଚାରୀଙ୍କୁ ଶୁଣାଇ ଥିଲେ ଏବଂ ଜାତୀୟ ପତାକା ତ୍ରିରଙ୍ଗା ଠାରୁ ଅନୁପ୍ରେରଣା ଆଣି କମ୍ପାନୀର ଅଭିବୃଦ୍ଧି ଏବଂ ରାଷ୍ଟ୍ରର ପ୍ରଗତିରେ ସହାୟକ ହେବା ପାଇଁ ଆହ୍ଵାନ ଦେଇଥିଲେ ଶ୍ରୀ ଝା, ଏହା ସହ କହିଥିଲେ ଯେ, “ରାଜନୈତିକ ସ୍ଵାଧୀନତା ଅତ୍ୟନ୍ତ ଆବଶ୍ୟକ କିନ୍ତୁ ଏହା ପ୍ରଗତିର ଏକ ମାତ୍ର ମାନକ ନୁହେଁ l ସ୍ଵାଧୀନ ଚିନ୍ତାଧାରା ଏବଂ ନୂତନ ଉଦଭାବନ ମଧ୍ୟ ସେତିକି ଗୁରୁତ୍ଵ ବହନ କରେ l ଜେଏସପିର କୋଲ ଗ୍ୟାଶିଫିକେସନ ଟେକ୍ନୋଲୋଜିର ଉତ୍କର୍ଷ ବ୍ୟବହାର ଦ୍ଵାରା ଗୁଣାତ୍ମକ ଇସ୍ପାତ ଉତ୍ପାଦନ କ୍ଷେତ୍ରରେ ଜେଏସପି ନୂତନ ଉଦାହରଣ ସୃଷ୍ଟି କରିଅଛି l ଏହି ନୂତନ ପଦ୍ଧତି ଆପଣାଇବା ଦ୍ଵାରା ପରିବେଶ ଅନୁକୂଳ ଇସ୍ପାତ ଉତ୍ପାଦନରେ ଏକ ନୂତନ କୀର୍ତିମାନ ସୃଷ୍ଟି ହୋଇଅଛି l ପୃଥିବୀ ପୃଷ୍ଠକୁ ସୁସ୍ଥ ରଖିବା ନିମନ୍ତେ ଏହି ଅନନ୍ୟ ଚିନ୍ତାଧାରା ଏହି ଠାରେ ଅଟକି ନାହିଁ l ବର୍ତମାନ ଆମ୍ଭେ ଇସ୍ପାତ ଉତ୍ପାଦନରେ ହାଇଡ୍ରୋଜେନର ବ୍ୟବହାର ଉପରେ କାର୍ଯ୍ୟ କରୁଅଛୁ ଏବଂ ଆମ ସମ୍ମାନିତ ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏହି ଅଗ୍ରଣୀ ଚିନ୍ତାଧାରାକୁ ସକ୍ରିୟ ସମର୍ଥନ କରିବା ସହ ଆମ ଆକାଂକ୍ଷାକୁ ସଂପୂର୍ଣ କରିବା ଦିଗରେ ସମର୍ଥନ ମଧ୍ୟ କରନ୍ତି l ମୁଁ ଅତ୍ୟନ୍ତ ଖୁସିର ସହ କହିବାକୁ ଚାହେଁ ଯେ, ଆମେ ବିଶ୍ଵର ଏକକ ସ୍ଥାନରେ ସର୍ବ ବୃହତ ଇସ୍ପାତ କାରଖାନା ଅନୁଗୋଳ ଠାରେ ସ୍ଥାପନ କରିବାକୁ ଯାଉଛୁ ଏବଂ ଯାହା ସର୍ବ ନିମ୍ନ ଅଙ୍ଗାରକାମ୍ଳ ନିର୍ଗମନ ନିମନ୍ତେ ମଧ୍ୟ ପରିଚିତ ହେବ l

ଜେଏସପି ସର୍ବଦା ଗୁଣାତ୍ମକ ଇସ୍ପାତ ଉତ୍ପାଦନ ନିମନ୍ତେ ପ୍ରତିବଦ୍ଧ ହେବା ସଙ୍ଗେ ସଙ୍ଗେ ସମାଜ ଏବଂ ଚତୁର୍ପାର୍ଶ୍ୱରେ ବସବାସ କରୁଥିବା ସମସ୍ତ ଅଧିବାସୀଙ୍କ କଲ୍ୟାଣ ନିମନ୍ତେ ମଧ୍ୟ ଯତ୍ନବାନ l ଏଥି ନିମନ୍ତେ ଜେଏସପି ଫାଉଣ୍ଡେସନ ର ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ଙ୍କୁ ମୁଁ କୃତଜ୍ଞତା ଜଣାଉଅଛି l ଶ୍ରୀମତୀ ଜିନ୍ଦଲ ଜେଏସପି ଫାଉଣ୍ଡେସନ ର ନେତୃତ୍ଵ ନେବା ସହିତ ସମାଜକୁ ଶ୍ରେଷ୍ଠ ଉପାୟ ମାଧ୍ୟମରେ ସାହାଯ୍ୟ ମଧ୍ୟ କରୁଛନ୍ତି l ଯାହାର ଫଳ ସ୍ୱରୂପ ଜେଏସପି ଫାଉଣ୍ଡେସନ ବହୁତ ସମ୍ମାନଜନକ ଜାତୀୟ ସିଏସଆର ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇପାରିଛି, ଯେଉଁ ଥିରେ ରାଷ୍ଟ୍ରୀୟ ସିଏସଆର ସମ୍ମାନ ମଧ୍ୟ ଅନ୍ତର୍ଭୁକ୍ତ ବୋଲି ଶ୍ରୀ ଝା ପ୍ରକାଶ କରିଥିଲେ l

ସ୍ଵାଧୀନତା ଦିବସ ପାଳନ ଅବସରରେ ଓପି ଜିନ୍ଦଲ ସ୍କୁଲ ଶିକ୍ଷକ, ଶିକ୍ଷୟିତ୍ରୀ, ସ୍କୁଲ ଛାତ୍ର ଛାତ୍ରୀ ଓ ଡିଏଭି ସାବିତ୍ରୀ ଜିନ୍ଦଲ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ମଧ୍ୟ ଦେଶାତ୍ମବୋଧ ବିଷୟ ଉପରେ ଭିନ୍ନ, ଭିନ୍ନ ନୃତ୍ୟ ସଙ୍ଗୀତ ପରିବେଷଣ କରି ସ୍ଵାଧୀନତା ଦିବସକୁ ଅଧିକ ସ୍ମରଣୀୟ କରିଥିଲେଏହି ଅବସରରେ ଆୟୋଜିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଭାଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳି ଜେଏସପି ଫାଉଣ୍ଡେସନ ପକ୍ଷରୁ ୧୫ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୧୧୧ଟି ସ୍କୁଲର ଛାତ୍ର ଛାତ୍ରୀ ଓ ୬୧ଟି ଅଙ୍ଗନବାଡି କେନ୍ଦ୍ରର ଶିଶୁ ମାନଙ୍କୁ ୬୦ ହଜାର ମିଷ୍ଟାର୍ଣ ପ୍ଯାକେଟ ବଣ୍ଟନ କରାଯାଇଥିଲାସେହିଭଳି ବଡ ମହିତଳା ସ୍ଥିତ ଡିଏଭି ସାବିତ୍ରୀ ଜିନ୍ଦଲ ସ୍କୁଲ, ଅନୁଗୋଳ ସ୍ଥିତ ଓପି ଜିନ୍ଦଲ କମ୍ୟୁନିଟି କୋଲେଜ ଏବଂ ଶ୍ରମିକ ବିହାର ଠାରେ ମଧ୍ୟ ୭୭ତମ ସ୍ଵାଧୀନତା ଦିବସ ପାଳନ ସହ ମିଷ୍ଟାର୍ଣ ବଣ୍ଟନ କରାଯାଇଥିଲା l ଏହି ସ୍ମରଣୀୟ ସ୍ଵାଧୀନତା ଦିବସ ଓପି ଜିନ୍ଦଲ ସ୍କୁଲ  ଅଧ୍ୟକ୍ଷା ଶ୍ରୀମତୀ ସୋନାଲୀ ବସୁଙ୍କ ଧନ୍ୟବାଦ ପ୍ରଦାନ ସହ ସମାପନ ହୋଇଥିଲା l

Leave a Reply

Your email address will not be published. Required fields are marked *