ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ଅଷ୍ଟମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଅନୁଗୋଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଏବଂ ଏହାର ସାମାଜିକ ଶାଖା  JSPL ଫାଉଣ୍ଡେସନ ପକ୍ଷରୁ  ପ୍ଲାଣ୍ଟ ପରିସରରେ ତଥା ପାରିପାର୍ଶ୍ବିକ ଗ୍ରାମଗୁଡିକରେ ୮ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ । ଏହି ଅବସରରେ ଆୟୋଜିତ ବିଭିନ୍ନ ଯୋଗ ଶିବିର ଗୁଡିକରେ ବହୁ ଯୋଗ ପ୍ରେମୀ ଯୋଗ ଦେଇ ପ୍ରଶିକ୍ଷକ ଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ଯୋଗ ଆସନ ଆଦି କରିଥିଲେ ।ଯୋଗ ଦିବସ ଅବସରରେ କମ୍ପାନୀ ର ଷ୍ଟିଲ ବିଜନେସ ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦିନେଶ କୁମାର ସରାଓଗୀ,ଅନୁଗୋଳ  ଶାଖା ମୁଖ୍ୟ ଶ୍ରୀ ହୃଦୟେଶ୍ୱର ଝା,ନିର୍ବାହୀ ନିର୍ଦେଶକ ଶ୍ରୀ ସବ୍ୟସାଚୀ ବନ୍ଦୋପାଧ୍ୟାୟ ଏବଂ ଶ୍ରୀ ଦାମୋଦର ମିତ୍ତଲ ଙ୍କ  ସହ କମ୍ପାନୀ କର୍ମଚାରୀ ଓ ତାଙ୍କ ପରିବାର ବର୍ଗ ଯୋଗ ଗୁରୁ  ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ ଙ୍କ ପ୍ରତ୍ୟେକ୍ଷ ତତ୍ୱବାଧାନରେ  ଯୋଗ ଆସନ ଆଦି ଶିକ୍ଷା ଗ୍ରହଣ କରିଥିଲେ । ଏହି ଅବସର ରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏକ ଟ୍ୱିଟ  ମାଧ୍ୟମରେ ଯୋଗକୁ ଶରୀର ଓ ମନର ଏକ ଅପୂର୍ବ ସମନ୍ୱୟ ବୋଲି ପ୍ରକାଶ କରିବା ସହ କହିଥିଲେ ଯେ “ଯୋଗ ଦ୍ୱାରା ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ର ଅନେକ ଉନ୍ନତି ହୋଇଥାଏ ଏବଂ  ଯୋଗ ମୋ ଜୀବନର ଏକ ଅଭିନ୍ନ ଅଂଶ ଏବଂ ଏହା ମୋ କ୍ରୀଡ଼ାକସରତ ତଥା  ଦୈନନ୍ଦିନ ଜୀବନର କାର୍ଯ୍ୟକୁଶଳତା ବଢ଼ିବାରେ  ଅନେକ ସାହାଯ୍ୟ କରିଛି।ତେଣୁ ଏକ ସୁସ୍ଥ ଓ ନିରୋଗ ଜୀବନ ପାଇଁ ସମସ୍ତଙ୍କୁ ଯୋଗ ଅଭ୍ୟାସ କରିବା ପାଈଁ ନିବେଦନ କରୁଛି”।

କ୍ୟାମ୍ପସ ରେ ଆମେ ଜଣେ ସ୍ଥାୟୀ ଯୋଗ ଗୁରୁଙ୍କୁ ପାଇ ଭାଗ୍ୟବାନ ମନେ କରୁଛୁ।ଏହା ଦ୍ୱାରା କମ୍ପାନୀ କର୍ମଚାରୀ ଏବଂ ତାଙ୍କର ପରିବାର ବର୍ଗ ଯୋଗଅଭ୍ୟାସ ନିୟମିତ କରି ସେମାନଙ୍କୁ ସୁସ୍ଥ ଓ କ୍ରିୟାଶୀଳ ରଖି ପାରିଛନ୍ତି ଏବଂ ସମସ୍ତେ ଏହିଭଳି ଯୋଗାଭ୍ୟାସ କୁ ଆଗାମୀ ଦିନରେ ଜାରି ରଖି ନିଜ ଶରୀର ଏବଂପରିବାର ର ସଠିକ ଯତ୍ନ ନେବା ଆବଶ୍ୟକ   ବୋଲି ଶ୍ରୀ ଦିନେଶ କୁମାର ସରାଓଗୀ ସମସ୍ତ ଙ୍କୁ ନିବେଦନ କରିଥିଲେ ।

ଏହି ଅବସର ରେ ଶ୍ରୀ ହୃଦୟେଶ୍ୱର ଝା ପ୍ରକାଶ କରିଥିଲେ ଯେ, “ଜେଏସପି ସର୍ବଦା ନିଜ କର୍ମଚାରୀ ଏବଂ ନିକଟସ୍ଥ ଗ୍ରାମବାସୀଙ୍କୁ ଯୋଗ କରିବା ନିମନ୍ତେ ପ୍ରୋଚ୍ଛାହୀତ କରିଥାଏ। ଆଜିକାର  ଏହି ଶୁଭ ଦିନରେ ଆମର ଜେଏସପିଏଲ ଫାଉଣ୍ଡେସନ ବିଭିର୍ଣ  ଗ୍ରାମ ଏବଂ ଅନୁଷ୍ଠାନ ରେ ଅନେକ ଯୋଗ ଶିବିର ର ଆୟୋଜନ କରିଛି | ମୁଁ ଆଶା କରେ ଆଜିକାର ଏହି ଦିନରେ ଆମେ ସମସ୍ତେ ଫିଟ୍ ରହିବା ପାଇଁ ସଂକଳ୍ପ ନେବା ଏବଂ ପ୍ରତିଦିନ ଯୋଗ ଅଭ୍ୟାସ କରିବା”।  ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବଡକେରଜାଙ୍ଗ ଗ୍ରାମ,ଡିଏଭି ସାବିତ୍ରୀ ଜିନ୍ଦଲ ସ୍କୁଲ,ମହିତଳା ,ଆଦୃତ ଶିଶୁ ଗୃହ,ଆଶା ଦି ହୋପ ସେଣ୍ଟର ଆଦି ସ୍ଥାନ ଗୁଡିକରେ ଯୋଗ ଦିବସ ପାଳନ କରାଯାଇଥିଲା ଏବଂପ୍ରତ୍ୟେକ  ଯୋଗ ପ୍ରଶିକ୍ଷାର୍ଥୀ କିଭଳି ଜଣେ ଜଣେ ଯୋଗ ପ୍ରତିନିଧି ସାଜି ଏହାକୁ ସାର୍ବଜନୀନ କରିବେ ସେଥିନେଇ ଅନୁପ୍ରେରିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *