ଅନୁଗୋଳରେ ଜିନ୍ଦଲ ପ୍ରତିଷ୍ଠାତା ଓ ପି ଜିନ୍ଦଲ ଙ୍କ ୯୨ ତମ ଜନ୍ମ ବାର୍ଷିକୀ ପାଳିତ

ଅନୁଗୋଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ପ୍ରତିଷ୍ଠାତା ତଥା ପ୍ରଖ୍ୟାତ ଉଦ୍ୟୋଗପତି ଶ୍ରୀ ଓମ ପ୍ରକାଶ ଜିନ୍ଦଲ (ବାଉଜି) ଙ୍କ ୯୨ ତମ ଜୟନ୍ତୀ ଅବସରରେ କମ୍ପାନୀ ପକ୍ଷରୁ ପାଳିତ ହୋଇ ଯାଇଛି । ଏହି ଅବସରରେ ଆଜି ସକାଳ ସମୟରେ କମ୍ପାନୀର କର୍ମଚାରୀ,ସେମାନଙ୍କ ପରିବାରବର୍ଗ ଏବଂ ଆଖପାଖ ଗ୍ରାମଗୁଡିକର ବାସିନ୍ଦା ପୁଷ୍ପ ମାଲ୍ୟ ଦେଇ କିମ୍ବଦନ୍ତୀପୁରୁଷଙ୍କ ପ୍ରତି ନିଜର ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। କମ୍ପାନୀ ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଦିନେଶ କୁମାର ସରୋଗୀ,ଅନୁଗୁଳ ପ୍ଲାଣ୍ଟ ର ନିର୍ବାହୀ ନିର୍ଦେଶକ ଶ୍ରୀ ହୃଦୟେଶ୍ୱର ଝା,କାର୍ଯ୍ୟନିର୍ବାହୀ ନିର୍ଦେଶକ ଶ୍ରୀ ସବ୍ୟସାଚୀ ବନ୍ଦୋପାଧ୍ୟାୟ ଏବଂ ଶ୍ରୀ ଦାମୋଦର ମିତ୍ତଲ  ,ମାନବସମ୍ବଳ ବିଭାଗର ଇଭିପି ଶ୍ରୀ ରବି ଶଙ୍କର ,ଯୋଗଗୁରୁ ସ୍ୱାମୀ  ସତ୍ୟବିନ୍ଦୁ ସରସ୍ୱତୀ ଏବଂ ଅନ୍ୟ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ବାଉଜିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ଏହି ଅବସରରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା। ଶ୍ରୀ ହୃଦୟେଶ୍ୱର ଝା ଏହାକୁ ଉଦଘାଟନ କରିଥିଲେ। ଜିଲ୍ଲା ରେଡ଼କ୍ରସ ରକ୍ତ ଭଣ୍ଡାର ସହଯୋଗ ରେ ଆୟୋଜିତ ଏହି ଶିବିର ରେ କାମ୍ପାନୀର ୧୦୩ ଜଣ କର୍ମଚାରୀ ରକ୍ତ ଦାନ କରିଥିଲେ। ଏହାଛଡା ଏହି ଦିନଟିକୁ ସ୍ମରଣୀୟ କରିବାପାଇଁ ଓ ପି ଜିନ୍ଦଲ ଅନୁଗୁଳ କପ ଫୁଟବଲ ଟୁର୍ଣ୍ଣାମେଂଟ ମଧ୍ୟ ଉଦ୍ଘାଟନ କରାଯାଇଥିଲା। ଅନୁଗୁଳ ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସନ୍ତୋଷ କୁମାର ପ୍ରଧାନ ଏହାକୁ ଉଦଘାଟନ କରିଥିଲେ। ଜିଲ୍ଲା ପରିଷଦ ର ଚିଫ ଡେଭେଲପମେଣ୍ଟ ଅଫିସର ଶ୍ରୀ ଲଳିତ ମୋହନ ବେହେରା,ଅନୁଗୁଳ ଉପ ଜିଲ୍ଲାପାଳ ଶ୍ରୀ ବୈତୁରା ଦୀପ  ଏବଂ ଜେଏସପି ଅନୁଗୁଳ ପ୍ଲାଣ୍ଟ ହେଡ ହୃଦୟେଶ୍ୱର ଝା ପ୍ରମୁଖ ସମ୍ମାନିତ ଅତିଥିରୂପେ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟ ରେ ରାଜ୍ୟ ର ବିଭିନ୍ନ ଅଞ୍ଚଳର ୧୨ ଟି ଦଳ ଅଂଶ ଗ୍ରହଣ କରିଥିବା ବେଳେ ଅଗଷ୍ଟ ୧୮ ତାରିଖରେ ଫାଇନାଲ ମ୍ୟାଚ ଖେଳାଯିବ।

ଏହି ଅବସରରେ ଏକ ହୋମଯଜ୍ଞ ଏବଂ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ସନ୍ଧ୍ୟାରେ ଜିନ୍ଦଲ ମହିଳା ସମିତି ଓ ଦେବଭୂମି ମନ୍ଦିର କମିଟି ପକ୍ଷରୁ ଏକ ଭଜନ ସନ୍ଧ୍ୟା ଆୟୋଜନ କରାଯାଇ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରାଯାଇଥିଲାl ଆନ୍ତର୍ଜାତିକ ଖ୍ଯାତି ସଂପନ୍ନ ବାଲୁକାଶିଳ୍ପୀ ଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମି ଠାରେ ତାଙ୍କ ଯାଦୁକରୀ ସ୍ପର୍ଶରେ ପ୍ରବାଦପୁରୁଷ ଶ୍ରୀ ଓ ପି ଜିନ୍ଦଲଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ସହ ଲେଖିଥିଲେ, “ଇସ୍ପାତର ମଣିଷ ଏବଂ ସ୍ଵର୍ଣର ହୃଦୟ “l

ସେହିପରି କମ୍ପାନୀର ଭୁବନେଶ୍ୱର ଅଫିସ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ବାଉଜି ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । କମ୍ପାନୀ ସୀଏସଆର ଗ୍ରୁପ ହେଡ ଶ୍ରୀ ପ୍ରଶାନ୍ତ କୁମାର ହୋତା ଙ୍କ ନେତୃତ୍ୱରେ ସ୍ଥାନୀୟ ଅଂଚଳ ରେ ଥିବା ବିଭିନ୍ନ ଶିଶୁ ଗୃହ ଗୁଡିକର ପିଲା ମାନଙ୍କୁ ମିଷ୍ଟାର୍ନ ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଥିଲା ।

Leave a Reply

Your email address will not be published. Required fields are marked *