ଅନୁଗୋଳ : ଧରିତ୍ରୀ ପୁରୀ ଜିଲା ପ୍ରତିନିଧିଙ୍କୁ ପୋଲିସର ଆକ୍ରମଣ ଘଟଣାକୁ ନିନ୍ଦା। ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅନୁଗୋଳ ର ଗଣମାଧ୍ୟମପ୍ରତିନିଧି ମାନେ । ପୁରୀ ପୋଲିସର ଆଚରଣକୁ ଅନୁଗୋଳ ଜିଲା ସାମ୍ବାଦିକ ସମୂହ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଏଥିସହ ଅଭିଯୁକ୍ତ ପୋଲିସ କର୍ମଚାରୀମାନଙ୍କୁ ତୁରନ୍ତ ଗିରଫ କରାଯିବା ସହ ସେମାନଙ୍କ ବିରୋଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।
ଖବରଦାତାମାନଙ୍କୁ ଅନେକ ସମୟରେ ଆକ୍ରମଣ ଆଦି କରାଯାଉଛି । ଯଦ୍ୱାରା ସାମ୍ବାଦିକତା ବୃତ୍ତିରେ ଥିବା ବ୍ୟକ୍ତିମାନେ ଦିନକୁ ଦିନ ଅସୁରକ୍ଷିତ ହୋଇ ପଡୁଛନ୍ତି । ତେଣୁ ରାଜ୍ୟ ସରକାର ତୁରନ୍ତ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବାକୁ ଦାବି କରିଛନ୍ତି ଅନୁଗୋଳ ର ସାମ୍ବାଦିକ ମାନେ । ଏନେଇ ଜିଲପାଳ ଜରିଆରେ ଏକ ଦାବି ପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ପ୍ରଦାନ କରିଛନ୍ତି ।
ଗତ ୧୯ ତାରିଖରେ ଧରିତ୍ରୀ ପୁରୀ ଜିଲା ପ୍ରତିନିଧି ଦତ୍ତାତ୍ରେୟ ନାୟକଙ୍କୁ ପୋଲିସ ଆକ୍ରମଣ କରିଥିଲା । ଜଣେ ଖବରଦାତା ଖବର ସଂଗ୍ରହ ପାଇଁ ଯାଇଥିବାବେଳେ ତାଙ୍କ କଣ୍ଠରୁଦ୍ଧ କରିବାକୁ ପୋଲିସ ଦମନଲୀଳା କରିଥିଲା । ଧରିତ୍ରୀ ପ୍ରତିନିଧିଙ୍କୁ ଆକ୍ରମଣ କରିଥିବା ପୋଲିସ କର୍ମଚାରୀମାନଙ୍କୁ ତୁରନ୍ତ ଗିରଫ ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଅନୁଗୋଳ ଜିଲା ସାମ୍ବାଦିକ ସମୂହ ଆନ୍ଦୋଳନକୁ ଓହ୍ଲାଇବାକୁ ବାଧ୍ୟ ହେବ ।