ଜେଏସପି ଫାଉଣ୍ଡେସନ ପକ୍ଷରୁ ଫାଇଲେରିଆ ବିଲୋପ ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

ଅନୁଗୋଳ:ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ର ସାମାଜିକ ଦାୟିତ୍ୱବୋଧ ବିଭାଗ ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ ପକ୍ଷରୁ ଫାଇଲେରିଆ ରୋଗ ର ସଂପୂର୍ଣ୍ଣ ବିନାଶ କରିବା ଲକ୍ଷ୍ୟ ନେଇ ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ଏକ ସୁସଜ୍ଜିତ ଗାଡି କୁ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା। ଜିନ୍ଦଲନଗର ଏବଂ ଆଖପାଖ ଅଞ୍ଚଳରେ ଫାଇଲେରିଆ ରୋଗ ବିରୁଦ୍ଧରେ ଏହି ଗାଡି ସଚେତନତା ସୃଷ୍ଟି କରିବ । ଏଭଳି ଏକ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ କମ୍ପାନୀର ଅନୁଗୁଳ ୟୁନିଟ୍ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ୱର୍ ଝା ଜେଏସପି ଫାଉଣ୍ଡେସନର ଗ୍ରୁପ୍ ମୁଖ୍ୟ ଶ୍ରୀ ପ୍ରଶାନ୍ତ କୁମାର ହୋତା ଙ୍କ ଉପସ୍ଥିତିରେ ଶୁଭାରମ୍ଭ କରିଥିଲେ ।ଫାଇଲେରିଆ ନ ହେବା ପାଇଁ ଡିଇସି ବଟିକା ସାଙ୍ଗକୁ ଆଲବେଣ୍ଡାଜଲ୍ ଓ ଆଇଭାରମେକ୍ଟିଁନ ଉପଯୁକ୍ତ ମାତ୍ରା ରେ କିଭଳି ସେବନ କରିବାକୁ ହେବ ସେଥିନେଇ ଗାଡି ରେ ସଚେତନତା ର ବାର୍ତା ଦିଆ ଯାଇଛି।ଜିଲ୍ଲା ସ୍ବାସ୍ଥ୍ୟ ସମିତି ର ଏକ ଦାୟିତ୍ବ ସମ୍ପନ୍ନ ଅଂଶୀଦାର ଭାବେ ଜେଏସପି ଫାଉଣ୍ଡେସନ ଦ୍ଵାରା ଫାଇଲେରିଆ କୁ ଜିନ୍ଦଲ ପ୍ଳାଣ୍ଟ ପରିସର ତଥା ଆଖପାଖ ଅଞ୍ଚଳରୁ ସଂପୂର୍ଣ୍ଣ ନାଶ କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଅଛି।
ଏହି ଅବସରରେ ସଚେତନତା ଏବଂ ଅଂଶଗ୍ରହଣ ବୃଦ୍ଧି ପାଇଁ, ଜେଏସପି ଫାଉଣ୍ଡେସନ ବିଭିନ୍ନ ଜନସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି ଯେପରିକି ହୋର୍ଡିଂ ଲଗାଇବା, ଲିଫଲେଟ୍ ବଣ୍ଟନ, ପୋଷ୍ଟର ଏବଂ ଅନ୍ୟାନ୍ୟ |ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ ହେଲା ସାମୁହିକ ଔଷଧ ସେବନ ଦିଗରେ ଲୋକଙ୍କୁ ଅଧିକ ରୁ ଅଧିକ ସଚେତନ କରାଇବା। ଆସନ୍ତା ଅଗଷ୍ଟ ୧୦ ତାରିଖରୁ ୧୯ ତାରିଖ ଯାଏଁ ଜିଲ୍ଲା ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଫାଇଲେରିଆ ନାଶ ପାଇଁ ଯେଉଁ ନିଃଶୁଳ୍କ ବଟିକା ବଣ୍ଟନ କରାଯିବ ସେଥିନେଇ କମ୍ପାନୀ ପକ୍ଷରୁ ଲୋକଙ୍କୁ ସଚେତନ କରାଯିବା ସହ ବଟିକା ସେବନ କରିବାକୁ ପରାମର୍ଶ ପ୍ରଦାନ କରାଯାଉଅଛି ।

 

Leave a Reply

Your email address will not be published. Required fields are marked *