କୃଷକ ସଶକ୍ତିକରଣ ପାଇଁ ସହାୟତା ର ହାତ ବଢାଇଲା JSP ଫାଉଣ୍ଡେସନ ।ପିପିପି ମୋଡରେ ସ୍ଥାପନ ହେବ କୃଷି ସେବା କେନ୍ଦ୍ର।

ଅନୁଗୋଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ୱବୋଧ ଶାଖାଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ,କୃଷି ବିଭାଗ ଓ ରାଜ୍ୟ କୃଷକ ସଶକ୍ତିକରଣ ସଂଗଠନ ଦ୍ଵାରା  ଅନୁଗୋଳର କୃଷି ଉତ୍ପାଦିକତା ସଂସ୍ଥା ନିମନ୍ତେ ଦୂଇଟି କୃଷି ସେବାକେନ୍ଦ୍ର ସ୍ଥାପନ କରାଯିବ l ଏହି କେନ୍ଦ୍ର ଗୁଡିକ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା(ଏମକେୟୁଵାଇ) ଏବଂ ସରକାର-ଘରୋଇ ସହଭାଗିତା (ପିପିପି)ମାଧ୍ୟମରେ ନିର୍ମାଣ କରାଯିବା ପାଇଁ ଓଡିଶା ରାଜ୍ୟରେ ପ୍ରଥମଥର ପାଇଁ ନିଷ୍ପତ୍ତି ନିଆ ଯାଇଅଛି। ଏଥି ନିମନ୍ତେ ଗତମାର୍ଚ ମାସ ୪ ତାରିଖରେ ଅନୁଗୋଳ ଜିଲ୍ଲାପାଳଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏବଂ ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଅନୁଗୋଳର ଅତିରିକ୍ତ ଜିଲ୍ଲାପାଳ,ରଜନୀକାନ୍ତ ସ୍ୱାଇଁ ଯୋଗ ଦେଇ ଆଗକୁ ଅଗ୍ରସର ହେବା ନିମନ୍ତେ ଦୁଇଟି କୃଷକ ଉତ୍ପାଦିକତା ସଂସ୍ଥା ଯଥା, ତୁବେ ଗ୍ରାମରେ ଅବସ୍ଥିତ ଥିବା କଳାପାଟ କୃଷି ଉତ୍ପାଦିକତା କମ୍ପାନୀ ଲିମିଟେଡ ଏବଂ ଡେରଜାଙ୍ଗ ଗ୍ରାମରେ ଅବସ୍ଥିତ ଥିବା ପିତାବଳୀ କୃଷକ ଉତ୍ପାଦିକତା କମ୍ପାନୀ ଲିମିଟେଡର ହିତାଧିକାରୀ ଏବଂ ବୋର୍ଡ ସଦସ୍ୟଙ୍କୁ ପତ୍ର ପ୍ରଦାନ କରିଥିଲେ lଏହି ଦୁଇଟି କୃଷକ ଉତ୍ପାଦିକତା ସଂସ୍ଥା ନାବାର୍ଡ ଓ ଜେଏସପିର ଯୁଗ୍ମ ଭାବେ ଉନ୍ନତି କରାଯାଇଥିବା ଜଳଛାୟା ଉନ୍ନୟନ ପ୍ରକଳ୍ପ ମାଧ୍ୟମ ରେ ପିପିପି ମୋଡରେ ପୂର୍ବରୁ ଗଠିତ କରାଯାଇଥିଲା ଏହି କାର୍ଯ୍ୟକ୍ରମ ଦ୍ବାରା କୃଷିରେ ଯନ୍ତ୍ରୀକରଣ ସହାୟତାରେ କୃଷିକ୍ଷେତ୍ରରେ ନିରନ୍ତର ଉତ୍ପାଦନ ବୃଦ୍ଧି ସାଙ୍ଗକୁ ପ୍ରତିଟି କୃଷକ ପରିବାରର ଆର୍ଥିକ ମାନଦଣ୍ଡ ମଜଭୁତ ହୋଇପାରିବ।ଏହି କୃଷିସେବାକେନ୍ଦ୍ର ଗୁଡିକରେ ଟ୍ରାକ୍ଟର,ପାୱାରଟିଲର୍,ପାୱାରରିପର, ଆକ୍ସିଏଲ୍ଫ୍ଲୋଥ୍ରେସର୍, ରୋଟାଭେଟର, କଲ୍ଟିଭେଟର,ପାୱାରୱିଡର,ପାୱାରସ୍ପ୍ରେୟର, ବ୍ରଶକଟରଭଳିଅତ୍ୟାଧୁନିକଯନ୍ତ୍ରପାତିକୁ ଏକ ସ୍ଥାୟୀ ସେଡ଼ ମଧ୍ୟରେ ସୁରକ୍ଷିତ ଭାବରେ ରଖିପାରିବେ l

କୃଷକ ଭାଇ ମାନେ ନାମକୁ ମାତ୍ର ଭଡ଼ା କୃଷକ ଉତ୍ପାଦିକତା ସଂସ୍ଥାକୁ ଦେଇଏହିସବୁ ଯନ୍ତ୍ରପାତି ଚାଷ ପାଇଁ ବ୍ୟବହାର କରିପାରିବେ। ଭଡ଼ାଅର୍ଥ ରେଯନ୍ତ୍ରପାତି ଗୁଡ଼ିକ ର ମରାମତି ଓ ରକ୍ଷଣାବେକ୍ଷଣ କରାଯିବ।ଜେଏସପି ଫାଉଣ୍ଡେସନପକ୍ଷରୁ ଏହି କୃଷିସେବାକେନ୍ଦ୍ର ଦୁଇଟିର ପ୍ରତିଷ୍ଠା ପାଇଁ ୩୦ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯିବ ଏବଂ ଅବଶିଷ୍ଟ ପାଖାପାଖି ୧୮ ଲକ୍ଷ ଟଙ୍କା ସେମାନେ ସରକାରୀ ସବସିଡି ଭାବରେ ପାଇ ପାରିବେ lଏହି ସମାରୋହରେ ଜିଲ୍ଲା ମୁଖ୍ୟ କୃଷିଅଧିକାରୀ ପ୍ରମିଲ କୁମାର ସ୍ବାଇଁ ସଭାପତିତ୍ବ କରିଥିବା ବେଳେ,ସମସ୍ତ ବୋର୍ଡ ସଦସ୍ୟ,ସିଇ ଓ ,କୃଷିଉତ୍ପାଦକକେନ୍ଦ୍ରର କର୍ମକର୍ତ୍ତା, ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ସହଜେଏସପିଏବଂ ଜେଏସପି ଫାଉଣ୍ଡେସନରକର୍ମକର୍ତା ଉପସ୍ଥିତଥିଲେ।

\

Leave a Reply

Your email address will not be published. Required fields are marked *