ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ AIDS ଦିବସ ୨୦୨୨ ପାଳିତ

ଅନୁଗୋଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ, ଜିଲ୍ଲା AIDS ନିରାକରଣ ଏବଂ ନିୟନ୍ତ୍ରଣ ୟୁନିଟ (DAPSU),ଏବଂ ଅନ୍ୟମାନଙ୍କ ସହଯୋଗରେ ବିଶ୍ଵ AIDS ଦିବସ ୨୦୨୨ ପାଳିତହୋଇ ଯାଇଛି । ଏହି ଅବସରରେ ଜେଏସପି ଫାଉଣ୍ଡେସନର କ୍ଷେତ୍ର କାର୍ଯ୍ୟକର୍ତାମାନେ ଲୋକଙ୍କୁ ମହାମାରୀର ପରିଣାମ ବିଷୟରେ ଅବଗତ କରାଇଥିଲେ ଏବଂଲୋକଙ୍କୁ ଏହି ମହାମାରୀରୁ କିପରି ନିଜକୁ ରକ୍ଷା କରାଯାୟୀ ପାରିବ ସେଥି ସମ୍ବନ୍ଧରେ ବୁଝାଇଥିଲେ।

ଏହି କାର୍ଯ୍ୟକ୍ରମରେ ଜେଏସପି ଫାଉଣ୍ଡେସନର କର୍ମକର୍ତାଙ୍କ ସହ ସାଥୀହୋଇ ଅନ୍ୟାନ୍ୟ ସ୍ୱେଚ୍ଛାସେବୀ୨୦୦୦୦ରୁ ଅଧିକ ଲାଲ୍ ରିବନ୍ ଟ୍ୟାଗ୍ କରି ସମସ୍ତ କର୍ମଚାରୀ, ଟ୍ରକ୍ ଡ୍ରାଇଭର, ପ୍ରବାସୀ ଶ୍ରମିକ ଏବଂ ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଲଗାଇବାସହ ଏଚ୍.ଆଇ.ଭି.ସଂକ୍ରମିତଙ୍କପ୍ରତି ସମବେଦନା ଜ୍ଞାମ୍ପନ କରିଥିଲେ । AIDS ଏବଂ ଏହାର ପ୍ରତିରୋଧ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଜେଏସପି ଫାଉଣ୍ଡେସନ୍ ପକ୍ଷରୁ ବହୁ ସଂଖ୍ୟକ ପୋଷ୍ଟର, ବ୍ୟାନର, ଷ୍ଟିକର ଇତ୍ୟାଦି ମଧ୍ୟ କରଯାଇ ଜିଲ୍ଲାର ବିଭିନ୍ନ ସ୍ତାନରେ ଲଗାଜାଇଥିଲା । ଟ୍ରକ୍ ଡ୍ରାଇଭରମାନଙ୍କୁ ବ୍ୟକ୍ତିଗତ ପରାମର୍ଶ ସହାୟତା ଯୋଗାଇବା ପାଇଁ ଇଣ୍ଟିଗ୍ରେଟେଡ୍ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି) ସାହାଯ୍ୟରେ ଏକ ଶିବିରର ଆୟୋଜନ କରାଯାଇଥିଲା ଏବଂ ବିଭିନ୍ନ ଟ୍ରକରେ HIV ସହାୟତା ନମ୍ବର ଥିବା ସ୍ଟିକର ଲଗାଜାଇଥିଲା ।

ରାସ୍ତାଘାଟ ସଚେତନତା କାର୍ଯ୍ୟକ୍ରମ ଭାବରେ ବିଭିନ୍ନ ସ୍ଥାନରେ ସ୍ଥାନୀୟ ଲୋକ ନୃତ୍ୟ (ଡାଲଖାଇ ନୃତ୍ୟ) ସହିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଏବଂ ଲୋକଙ୍କୁ ସଚେତନ କରାଇବା ପାଇଁ ଜେଏସପି ଫାଉଣ୍ଡେସନ ଦ୍ୱାରା ଏକ ସାଧାରଣ ଦସ୍ତଖତ ଅଭିଯାନ ମଧ୍ୟ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଏଚଆଇଭି / ଏଡସର ମୁକାବିଲା ପାଇଁ ଏକ ନୈତିକ ଭାଗିଦାରୀ ଭାବରେ ଜେଏସପି ଅନୁଗୋଳ  ନ୍ୟାସନାଲ ଏଡସ୍ କଣ୍ଟ୍ରୋଲ ସୋସାଇଟି ସହିତ ନିଯୁକ୍ତିଦାତା ଆଧାରିତ ମଡେଲରେ ସ୍ୱାକ୍ଷର କରିଅଛି ଏବଂ ଆଜି ପର୍ଯ୍ୟନ୍ତ 476986 ଜଣଙ୍କୁ ଏଚଆଇଭି ପରାମର୍ଶ ଅଧୀନରେ ଅନ୍ତର୍ଭୁକ୍ତ କରାଯାଇ 449713 ଜଣଙ୍କ ଏଚ୍‌ଆଇଭି ପରୀକ୍ଷା କରାଯାଇଛି।

Leave a Reply

Your email address will not be published. Required fields are marked *