୧୧ଦିନ ଧରି ପୁରୀ ରଥଯାତ୍ରାରେ୧୦ଲକ୍ଷରୁ ଅଧିକ ଭକ୍ତଙ୍କୁ ସେବା ଯୋଗାଇଲା ଜେଏସପି ଫାଉଣ୍ଡେସନ।

ଭୁବନେଶ୍ୱର: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସମାଜକଲ୍ୟାଣ ସଂସ୍ଥା ଜେଏସପି ଫାଉଣ୍ଡେସନ ପକ୍ଷରୁ ବିଶ୍ବ ପ୍ରସିଦ୍ଧ ଜଗନ୍ନାଥ ରଥଯାତ୍ରାରେ ବଡ ଦାଣ୍ଡ ଉପରେ ୧୧ ଦିନ ଧରି ଭକ୍ତ ମାନଙ୍କୁ ରନ୍ଧା ଖାଦ୍ୟ, ଥଣ୍ଡା ପାନୀୟ ଜଳ ଓ ଗ୍ଲୁକୋଜ ଯୋଗାଇ ଦିଆ ଯାଇଥିଲା । ଫାଉଣ୍ଡେସନର  ଅଧକ୍ଷ୍ୟା ଶ୍ରୀମତୀ ଶାଲୁ ଜିନ୍ଦଲଙ୍କ ନେତୃତ୍ବରେ ଉକ୍ତ ସେବା ନେତ୍ରୋତ୍ସବ ଦିନରୁ ଆରମ୍ଭ ହୋଇ ସୁନାବେଶ ରାତ୍ରିରେ ଶେଷ ହୋଇଥିଲା ।ଫାଉଣ୍ଡେସନ ଏହାର ‘ମିଶନ୍ ଜିରୋ ହଙ୍ଗର’ କାର୍ଯ୍ୟକ୍ରମ ଅଧୀନରେ, ୧୦.୫ ଲକ୍ଷ ଲୋକଙ୍କୁ ଗରମ ରନ୍ଧା ଖାଦ୍ୟ ପରିବେଷଣ କରିଥିଲା, ଯେଉଁଥିରେ ଅନ୍ନ, ଡାଲମା ଏବଂ ଖଟା ଅନ୍ତର୍ଭୁକ୍ତ ଥିଲା। ଜିଲ୍ଲା ପ୍ରଶାସନ ସହ ସମନ୍ୱୟ ରକ୍ଷା କରି ପୁରୀର ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ରୋଷେଇ ଘର ସହିତ ଏକ ସ୍ୱତନ୍ତ୍ର ଷ୍ଟଲରେ, ୧୦୦ ସ୍ବେଚ୍ଛାସେବୀଙ୍କ ସହଯୋଗରେ ଏହି ସେବା ଯୋଗାଇ ଦିଆଯାଇଥିଲା।

ପ୍ରଭୁ ଜଗନ୍ନାଥଙ୍କୁ ଧନ୍ୟବାଦ ଜଣାଇ ଫାଉଣ୍ଡେସନର ଅଧକ୍ଷ୍ୟା ଶ୍ରୀମତୀ ଶାଲୁ ଜିନ୍ଦଲ କହିଛନ୍ତି, “ଦେଶର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଭକ୍ତଙ୍କୁ ଖାଦ୍ୟ ଓ ପାନୀୟ ଜଳ ଯୋଗାଇଦେବା ନିମନ୍ତେ ଆମେ ପ୍ରଚେଷ୍ଟା କରିଛୁ । ପ୍ରଭୁ ଜଗନ୍ନାଥ ତାଙ୍କ ଭକ୍ତଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ଆମେ କୃତଜ୍ଞ।ଏତେ ବିଶାଳ ଜନ ସମାଗମରେ ସ୍ଵାସ୍ଥ୍ୟକର ଖାଦ୍ୟ ପାଇବା ଏକ କଠିନ କାର୍ଯ୍ୟ । ଏପରି ଗରମ ଗରମ ଖାଇବା ଯୋଗାଇ ଦେଉଥିବାରୁ ଆମେ ଜେଏସପି ଫାଉଣ୍ଡେସନ ପ୍ରତି କୃତଜ୍ଞ। ମୋ ଭଳି ଅନେକ ଲୋକ ଏହି ଖାଦ୍ୟ ପାଇ ଅତ୍ୟନ୍ତ ଖୁସି” ବୋଲି ଝାରଖଣ୍ଡର ସିଂହଭୂମରୁ ପରିବାର ସହ ଆସିଥିବା ସୋରେନ ମୁଣ୍ଡା କହିଛନ୍ତି।ଏହା ସହିତ ରଥଯାତ୍ରା ଦିନ ଫାଉଣ୍ଡେସନ୍ ଭକ୍ତଙ୍କ ମଧ୍ୟରେ ୬୦୦୦ ଗ୍ଲୁକୋଜ୍ ପ୍ୟାକେଟ୍ ବଣ୍ଟନ କରିଥିଲା। ରଥଯାତ୍ରା ସେବାରେ ନିୟୋଜିତ ଥିବା ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀମାନଙ୍କୁ ସାହାଯ୍ୟ କରିବା ପାଇଁ ଫାଉଣ୍ଡେସନ ଜିଲ୍ଲା ପ୍ରଶାସନକୁ ୭୦୦ ରେନକୋଟ୍ ଯୋଗାଇ ଦେଇଥିଲା। ଏହା ବ୍ୟତୀତ, ଭକ୍ତମାନଙ୍କ ମଧ୍ୟରେ ପାନୀୟ ଜଳ ବଣ୍ଟନ ପାଇଁ ପ୍ରତ୍ୟେକ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ଦୁଇଟି ଥଣ୍ଡା ପାନୀୟ ଜଳ ଭ୍ୟାନ ନିୟୋଜିତ କରାଯାଇଥିଲା। ଏହି ଉତ୍ସବରେ ଭକ୍ତଙ୍କ ବ୍ୟବହାର ପାଇଁ ଜିଲ୍ଲା ପ୍ରଶାସନକୁ ଫାଉଣ୍ଡେସନ୍ ପକ୍ଷରୁ ୭୦ଟି ବାୟୋ-ଟଏଲେଟ୍ ମଧ୍ୟ ପ୍ରଦାନ କରାଯାଇଥିଲା।

ରଥଯାତ୍ରା ସମୟରେ ଏହି ଖାଦ୍ୟ ସେବା କାର୍ଯ୍ୟକ୍ରମର ସଫଳତା ପାଇଁ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସଭାପତି ତଥା ଗ୍ରୁପ୍ ମୁଖ୍ୟ (ସିଏସ୍ଆର୍)  ପ୍ରଶାନ୍ତ ହୋତା ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାର, ପୁରୀ ବସ୍ ମାଲିକ ଆସୋସିଏସନ ଏବଂ ସ୍ଥାନୀୟ ଯୁବକମାନଙ୍କୁ ପାଇଁ ଧନ୍ୟବାଦ ଜଣାଇଛନ୍ତି। “୧୨ ଦିନରେ ୧୦.୫ ଲକ୍ଷ ଭୋଜନ ପରିବେଷଣ କରିବା ଏକ ଆହ୍ୱାନ ଥିଲା। କିନ୍ତୁ ଆମର ଚେୟାରମ୍ୟାନ୍ ଶ୍ରୀ ନବୀନ ଜିନ୍ଦଲ ଏବଂ ଜେଏସପି ଫାଉଣ୍ଡେସନ ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କ ପ୍ରେରଣାରେ ଏହା ସମ୍ଭବ ହେଇପାରିଛି।” ଏହି ସେବା କାର୍ଯ୍ୟକ୍ରମରେ ବିଭିନ୍ନ ସହାୟତା ପାଇଁ ସେ ଜିଲ୍ଲା ପ୍ରଶାସନ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *