ଅନୁଗୋଳ :ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ ପକ୍ଷରୁ ଫଲ୍ଡେବୁଲ କାଉଚ ସହ ବିଭାଜନ ପରଦା ଅନୁଗୋଳ ଜିଲ୍ଲାର ବନରପାଳ ଏବଂ ଛେଣ୍ଡିପଦା ବ୍ଲକର ୫୦ଟି ଭିଏଚଏନଡି / ମମତା ଦିବସକେନ୍ଦ୍ରକୁ ପ୍ରଦାନ କରାଯାଇଅଛି l ଏହି VHND / ମମତା ଦିବସ କାର୍ଯ୍ୟକ୍ରମ ନିୟମିତ ଭାବରେ ମା ମାନଙ୍କର ପ୍ରସବ ପୂର୍ବ ଏବଂ ପ୍ରସବୋତ୍ତର ଯାଞ୍ଚ , 0 -୫ ବର୍ଷ ବୟସ ଶିଶୁଙ୍କର ମୌଳିକ ସ୍ୱାସ୍ଥ୍ୟ ସେବା ପ୍ରଦାନ ସହିତ କିଶୋରୀ ବାଳିକାଙ୍କୁ ନିୟମିତ କାଉନଶେଲିଂ ଇତ୍ୟାଦି ଅଙ୍ଗନବାଡି କେନ୍ଦ୍ରରେ ଆଇସିଡିଏସ ଏବଂ ସ୍ୱାସ୍ଥ୍ୟ ବିଭାଗ କର୍ମକର୍ତାଙ୍କ ଦ୍ଵାରା ଆୟୋଜନ କରାଯାଉଅଛି lଏହାକୁ ଏକ ଆବଶ୍ୟକତା ଭାବେ ଅନୁଭବ କରିବା ପରେ,ଜିଲ୍ଲା ପ୍ରଶାସନର ଏକ ଦାୟିତ୍ଵସଂପନ୍ନ ସହଯୋଗୀ ଭାବେ ଜେଏସପି ଫାଉଣ୍ଡେସନ ଜିଲ୍ଲାରେ ଶିଶୁ ମୃତ୍ୟୁ ହାର ଏବଂ ମାତୃ ମୃତ୍ଯୁ ହାର ହ୍ରାସ କରିବା ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରୁଅଛି l
ଫଲ୍ଡେବୁଲ କାଉଚ ସହ ବିଭାଜନ ପରଦା ଅନୁଗୋଳ ଜିଲ୍ଲାର ବନରପାଳ ଏବଂ ଛେଣ୍ଡିପଦା ବ୍ଲକର ୫୦ଟି VHND / ମମତା ଦିବସ କେନ୍ଦ୍ରକୁଜେଏସପି ଫାଉଣ୍ଡେସନ ପକ୍ଷରୁପ୍ରଦାନ କରାଯାଇଅଛି l ଏହି ଜିନିଷ ଗୁଡିକୁ ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଅଙ୍ଗନବାଡି କର୍ମୀଙ୍କୁ ପ୍ରଦାନ କରିଥିଲା ବେଳେ, ସେଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସl ଅଧିକାରୀ ଡାକ୍ତର ତ୍ରିଲୋଚନ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ କର୍ଣ ମୁର୍ମୁ ଏବଂ ଡିପିଏମ ଶ୍ରୀ ଦୀପକ କୁମାର ମହାନ୍ତି ଏବଂ ଜେଏସପି ଜିଏମ-ସିଏସଆର ଶ୍ରୀମତୀ ପୁଷ୍ପଲତା ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ l
ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁଟୁଇଟ ମାଧ୍ୟମରେ ଜେଏସପି ଫାଉଣ୍ଡେସନକୁ୫୦ଟି VHND / ମମତା ଦିବସ କେନ୍ଦ୍ରକୁଫଲ୍ଡେବୁଲ କାଉଚ ସହ ବିଭାଜନ ପରଦା ପ୍ରଦାନ ନିମନ୍ତେ ଧନ୍ଯବାଦ ଦେବା ସହ ଏହି ସହଯୋଗ ଅଙ୍ଗନବାଡି କେନ୍ଦ୍ରରେ ଗୁଣାତ୍ମକ ମୂଲ୍ୟ ଯୋଡିବ ବୋଲି ଅନୁଗୋଳ ଜିଲ୍ଲାପାଳ କହିଛନ୍ତି lVHND ଏକ ଯୁଗ୍ମ କାର୍ଯ୍ୟକ୍ରମ ଏବଂ ଏହା ମାଧ୍ୟମରେ ମାତୃ ଏବଂ ଶିଶୁ ସ୍ୱାସ୍ଥ୍ୟ ସେବାକୁ ସୁଦୃଢ କରିବା ନିମନ୍ତେ ସ୍ୱାସ୍ଥ୍ୟ ବିଭାଗ ଏବଂ ଆଇସିଡିଏସ ପକ୍ଷରୁ ଏକ ମିଳିତ ଉପକ୍ରମ ଅଟେ l ଏହି ଭିଏଚଏନଡି କାର୍ଯ୍ୟକ୍ରମର ପ୍ରମୁଖ ଉଦ୍ଦେଶ୍ୟ ହେଉଛି ଗର୍ଭବତୀ ମହିଳା,ସ୍ତନ୍ୟପାନ କରାଉଥିବା ମହିଳା,0 -୫ ବର୍ଷ ବୟସ ଶିଶୁ ଏବଂ କିଶୋରୀ ବାଳିକାଙ୍କୁ ଆବଶ୍ୟକୀୟ ଏବଂ ସମନ୍ଵିତ ସ୍ୱାସ୍ଥ୍ୟ ସେବା ସହ ପୋଷଣ ସେବା ଇତ୍ୟାଦି ପ୍ରଦାନ କରାଯାଇଥାଏ l ନିୟମିତ ଭାବରେ ମା ମାନଙ୍କର ପ୍ରସବ ପୂର୍ବ ଏବଂ ପ୍ରସବୋତ୍ତର ଯାଞ୍ଚ ହେଉଛି ଭିଏଚଏନଡି କାର୍ଯ୍ୟକ୍ରମର ଏକ ପ୍ରମୁଖ ସ୍ୱାସ୍ଥ୍ୟ ପଦକ୍ଷେପ l ଏହି ଉପକ୍ରମ ମାଧ୍ୟମରେ ୫୦୦୦ରୁ ଊର୍ଦ୍ଧ୍ଵ ସ୍ତନ୍ୟପାନ କରାଉଥିବା ମହିଳା ଲାଭାନ୍ଵିତ ହେବେ l
ଜେଏସପି ଫାଉଣ୍ଡେସନ, ଏହାର ବାତ୍ସଲ୍ୟ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଭିନ୍ନ ରାଜ୍ୟର ସରକାର ଏବଂ ଜିଲ୍ଲା ପ୍ରଶାସନ ମାଧ୍ୟମରେ ଓଡିଶା, ଛତିଶଗଡ, ଏବଂ ଝାଡଖଣ୍ଡ ରାଜ୍ଯରେ ଶିଶୁ ମୃତ୍ୟୁ ହାର ଏବଂ ମାତୃ ମୃତ୍ଯୁ ହାର ହ୍ରାସ କରିବା ନିମନ୍ତେ ବହୁମୂଖୀ କାର୍ଯ୍ୟlବଳୀ ଯଥା, ଗର୍ଭଧାରଣର ପଞ୍ଜୀକରଣ,ପ୍ରସବ ପୂର୍ବ ଏବଂ ପ୍ରସବୋତ୍ତର ଯତ୍ନ , ଟୀକାକରଣ, ସଂସ୍ଥାଗତ ପ୍ରସବ ଏବଂ ପୋଷଣ ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରୁଅଛି l