ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ ୯ମ ଆନ୍ତର୍ଜାତୀୟ ଯୋଗ ଦିବସ

ଅନୁଗୋଳ :  ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପକ୍ଷରୁ  ଜିନ୍ଦଲ ନଗର ପରିସରରେ ୯ମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇ ଯାଇଅଛି ।  ଏହି ଅବସରରେ ପ୍ରାତଃ ସମୟରେ ଆୟୋଜିତ ହୋଇଥିବା ଏକ ଯୋଗ କାର୍ଯ୍ୟକ୍ରମରେ କମ୍ପାନୀର ଅନୁଗୋଳ ପ୍ଳାଣ୍ଟ ମୁଖ୍ୟ ଶ୍ରୀ ହୃଦୟେଶ୍ୱର ଝା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲା ବେଳେ, ଏହି ଶିବିରରେ ଜେଏସପିର ବିଭିନ୍ନ ବିଭାଗୀୟ ମୁଖ୍ୟ ତଥା କର୍ମଚାରୀ ଓ ତାଙ୍କ ପରିବାର ବର୍ଗ ବହୁ ସଂଖ୍ୟାରେ ଅଂଶଗ୍ରହଣ କରିଥିଲେ ।

ଯୋଗ ଦିବସ ଅବସରରେ କମ୍ପାନୀର ଯୋଗ ଗୁରୁ  ସ୍ୱାମୀ ସତ୍ୟବିନ୍ଦୁ ସରସ୍ୱତୀ ଯୋଗର ମହତ୍ଵ ଉପରେ ଆଲୋକପାତ କରିବା ସହ ଦୈନିକ ଯୋଗାଭ୍ୟାସ ଦ୍ଵାରା କିପରି ବହୁତ ଜେଏସପି କର୍ମଚାରୀଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପରିଲକ୍ଷିତ ହୋଇପାରିଛି ତାହା ଦର୍ଶାଇଥିଲେ ଏବଂ ଦୈନିକ ଯୋଗାଭ୍ୟାସକାରୀଙ୍କୁ ସେମାନଙ୍କର ବ୍ୟସ୍ତ ବହୁଳ ଦୈନନ୍ଦିନ ପେଶାଗତ ଦିନ ଚର୍ଯ୍ୟାରୁ ସମୟ ବାହାର କରି ଯୋଗାଭ୍ୟାସକୁ ପ୍ରଥମିକତା ପ୍ରଦାନ କରୁଥିବା ଯୋଗୁଁ ପ୍ରଶଂସା କରିଥିଲେ l ସେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲଙ୍କୁ ଯୋଗକୁ ଜେଏସପିରେ ପ୍ରୋତ୍ସlହନ ନିମନ୍ତେ ନିଜର କୃତଜ୍ଞତା ଜଣାଇଥିଲେ l

ଏହି ଅବସର ରେ ଶ୍ରୀ ହୃଦୟେଶ୍ୱର ଝା ପ୍ରକାଶ କରିଥିଲେ ଯେ, “ଯୋଗ ଦ୍ଵାରା ଯେ କେବଳ ଭଲ ସ୍ୱାସ୍ଥ୍ୟ ବଜାୟ ରହିବ ତାହା ନୁହେଁ , ନିୟମିତ ଯୋଗ ଦ୍ଵାରା ଆମେ ଆମ ଜୀବନରେ ଶୃଙ୍ଖଳା ମଧ୍ୟ ଆଣି ପାରିବl l ଆମ୍ଭେ ଭାଗ୍ଯବାନ ଯେ, କ୍ୟାମ୍ପସ ରେ ଆମେ ଜଣେ ସ୍ଥାୟୀ ଯୋଗ ଗୁରୁଙ୍କୁ ପାଇଛୁ ଏବଂ ସେ ସର୍ବଦା ସମସ୍ତଙ୍କୁ ଫିଟ ରଖିବା ନିମନ୍ତେ ସମର୍ପିତ ଅଛନ୍ତି l ମୁଁ ଆଶା କରେ ଆମେ ସମସ୍ତେ ଏହି ସୁବିଧାର ଲାଭ ନେବା ସହିତ ଶାରୀରିକ ଏବଂ ମାନସିକ ଭାବେ ଫିଟ୍ ରହିବା ପାଇଁ ସମସ୍ତେ ସଂକଳ୍ପ ନେବା l ଆଜିର ଆନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଶ୍ରୀ ଝା ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଥିଲେ l

ଏହି ସ୍ଵତନ୍ତ୍ର ଦିବସ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ଏକ ଟ୍ୱିଟ  ମାଧ୍ୟମରେ ଯୋଗକୁ ଶରୀର ଓ ମନର ଏକ ଅପୂର୍ବ ସମନ୍ୱୟ ବୋଲି ପ୍ରକାଶ କରିବା ସହ କହିଥିଲେ ଯେ ଯୋଗ ନିଜ ଜୀବନର ଯାତ୍ରା, ଯାହାକି ନିଜ ଦ୍ଵାରା ଏବଂ ନିଜ ପାଇଁ l ଆଜିର ଆନ୍ତର୍ଜାତୀୟ ଯୋଗ ଦିବସ ମୋ ଜୀବନ ଉପରେ ଏକ ଗଭୀର ପ୍ରଭାବ ପକାଇ ପାରିଛି l ଏହାର ଶାନ୍ତ ଏବଂ ସୌମ୍ଯତା ଉପହାର ମୋର କ୍ରୀଡ଼ା କସରତ ତଥା  ଦୈନନ୍ଦିନ ଜୀବନର କାର୍ଯ୍ୟକୁଶଳତା ବଢ଼ିବାରେ  ଅନେକ ସାହାଯ୍ୟ କରିଛି। ମୁଁ ମୋର ଜୀବନ ଯାତ୍ରାରେ ମୋର ସମସ୍ତ ଯୋଗ ଗୁରୁଙ୍କୁ ସେମାନଙ୍କର ମାର୍ଗ ଦର୍ଶନ ନିମନ୍ତେ କୃତଜ୍ଞତା ଜଣାଉଛି l  ଜେଏସପି ଫାଉଣ୍ଡେସନ ପକ୍ଷରୁ ମହିତଳା ସ୍ଥିତ ଡିଏଭି ସାବିତ୍ରୀ ଜିନ୍ଦଲ ସ୍କୁଲ ଠାରେ ଯୋଗ ଶିବିର ଆୟୋଜିତ ହୋଇଥିଲା ଏବଂ ଅଂଶଗ୍ରହଣକାରୀଙ୍କୁ  ଯୋଗକୁ ଆପଣାଇବା ନିମନ୍ତେ ଅନୁପ୍ରେରିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *