ଅନୁଗୋଳ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ବିଶ୍ଵକର୍ମା ପୂଜା ।

ଅନୁଗୋଳ ଜିନ୍ଦଲ ରେ ପାଳିତ ହୋଇ ଯାଇଛି ଦେବଶିଳ୍ପୀ ବିଶ୍ଵକର୍ମା ପୂଜା । କଟକଣା ମଧ୍ୟରେ ପାଳିତ ହୋଇଛି ଚଳିତ ଥରର ପୂଜା । ପ୍ଳାଣ୍ଟର ପ୍ଳେଟ ମିଲ ପରିସର ରେ ଆୟୋଜିତ ପୂଜାରେ କମ୍ପାନୀର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଦାମୋଦର ମିତ୍ତଲ , ସବ୍ୟସାଚୀ ବନ୍ଦୋପାଧାୟ ଓ ପଙ୍କଜଲୋଚନ ପ୍ରମୁଖ ଉପସ୍ଥିତ ରହି ଦେବଶିଳ୍ପୀଙ୍କୁ ଆରାଧନା କରିଥିଲେ। ଏହାସହିତ କମ୍ପାନୀ ପରିସରରେ ଥିବା ସମସ୍ତ ବିଭାଗୀୟ କାର୍ଯ୍ୟାଳୟ ଓ ଜଗନ୍ନାଥ ମନ୍ଦିର ପରିସରରେ ମଧ୍ୟ ଏହି ପୂଜା ଅନୁଷ୍ଠିତ ହୋଇ ଯାଇଛି ।      

Leave a Reply

Your email address will not be published. Required fields are marked *