କୋଭିଡ଼ ଦ୍ଵିତୀୟ ଲହରି ମୁକାବିଲା ପାଇଁ ଜିନ୍ଦଲ ପ୍ରସ୍ତୁତ ।

ଅନୁଗୋଳ : ଅନୁଗୋଳ ଜିଲ୍ଲା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ)ର ୬ ମିଲିୟନ ଟନ କ୍ଷମତା ସଂପନ୍ନ ବୃହତ୍ତ ଇସ୍ପାତ କାରଖାନା ପକ୍ଷରୁ କରୋନାର  ଦ୍ଵିତୀୟ ଲହରିର ସଂକ୍ରମଣକୁ ପ୍ରତିହତ କରିବା ପାଇଁ କମ୍ପାନୀ ପରିସର ଏବଂ ସଂଲଗ୍ନ ଗ୍ରାମ ଗୁଡିକରେ ବହୁ ବିଧ ପଦକ୍ଷେପ ମାନ  ଗ୍ରହଣ କରାଯାଇଅଛି I କୋଭିଡ଼-୧୯ ମହାମାରୀ ପ୍ରୋଟୋକଲ ସଂବନ୍ଧରେ, କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ଦ୍ଵାରା ଜାରି କରାଯାଇଥିବା ବିଭିନ୍ନ ନିୟମ ପାଳନ କରିବା ସହ କମ୍ପାନୀ ତରଫରୁ ଏହାର କର୍ମଚାରୀ ଏବଂ ହିତଧାରକ ମାନଙ୍କ ନିରାପତ୍ତା ନିମନ୍ତେ ବିଭିନ୍ନ ପଦକ୍ଷେପ ମାନ  ଗ୍ରହଣ କରାଯାଇଅଛି I କାର୍ଯ୍ୟସ୍ଥଳୀକୁ ଆସୁଥିବା ସମସ୍ତ କର୍ମଚାରୀଙ୍କ ଥର୍ମାଲ ଚେକିଙ୍ଗ ସହ ସାମାଜିକ ଦୂରତା ଏବଂ ଫେସ ମାସ୍କକୁ ବାଧ୍ୟତାମୂଳକ କରାଯାଇଅଛି I ପ୍ଳାଣ୍ଟ ପରିସରକୁ ପ୍ରବେଶ ପ୍ରତିବନ୍ଧିତ କରାଯିବା ସହ ଆରଟି–ପିସିଆର ନେଗେଟିଭ ପାରୀକ୍ଷା ରିପୋର୍ଟ କିମ୍ବା ଦ୍ଵିତୀୟ ଡୋଜ ଟୀକା ପ୍ରମାଣ ପତ୍ରକୁ ପ୍ରବେଶ ନିମନ୍ତେ ଅନିର୍ବାର୍ଜ୍ୟ କରାଯାଇଅଛି I

ଜେଏସପିଏଲ ଅନୁଗୋଳ ୟୁନିଟ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ପ୍ରକାଶ କରି ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ରବି ଶଙ୍କର କହିଛନ୍ତି, ଜେଏସପିଏଲ ପକ୍ଷରୁ କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ନିମନ୍ତେ ସମସ୍ତ ଶ୍ରେଷ୍ଠ ଉପାୟ ମାନ ହାତକୁ ନିଆଯିବା ସହ ଏହାର କର୍ମଚାରୀ ଏବଂ ହିତଧାରକ ମାନଙ୍କ ବହୁ ମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ଏବଂ ଯେକୌଣସି ଜରୁରୀ ତଥା ଆପାତ କାଳୀନ ପରିସ୍ଥିତିର ମୁକାବିଲା ନିମନ୍ତେ ଜେଏସପିଏଲ ସମସ୍ତ ପଦକ୍ଷେପ ଗ୍ରହଣ କରିଅଛି ଏବଂ ଅତ୍ୟାଧୁନିକ ଆମ୍ବୁଲାନ୍ସ  ମଧ୍ୟ ଏଥି ନିମନ୍ତେ ନିୟୋଜିତ କରାଯାଇଅଛି I ଏହା ଦ୍ଵାରା କୌଣସି ରୋଗୀକୁ ତୁରନ୍ତ ସ୍ଥାନାନ୍ତରଣ କରାଯିବା ସହ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ମଧ୍ୟ ଉପଲବ୍ଧ କରାଯାଇପାରିବ Iଏହି ମହାମାରୀର ଭଯାବହତାକୁ ନଜରରେ ରଖି ଜେଏସପିଏଲ ପକ୍ଷରୁ ରାଜ୍ଯର ବହୁ ପ୍ରତିଷ୍ଠିତ ଘରୋଇ ହସପିଟାଲ ଯଥା, ଅଶ୍ଵିନୀ, ଆଦିତ୍ୟ ଅଶ୍ଵିନୀ ହସପିଟାଲ , ସମ, ସମ ଅଲ୍ଟିମେଟ ମେଡିକେଆର ଏବଂ କେଆର ହସପିଟାଲ ଇତ୍ଯାଦିଙ୍କ ସହ ଏହି ମହାମାରୀ ସମୟରେ ସର୍ବୋତ୍ତମ ସ୍ୱାସ୍ଥ୍ୟସେବା ପ୍ରଦାନ ନିମନ୍ତେ ବୁଝାମଣା ପତ୍ର ସ୍ବାକ୍ଷରିତ ହୋଇଅଛି I

ସଂକ୍ରମଣକୁ ରୋକିବା ନିମିତ୍ତ ପ୍ଳାଣ୍ଟ ଏବଂ ଟାଉନସିପ ପରିସରରେ କୌଣସି ସଭା ସମିତି ଇତ୍ୟାଦି କାର୍ଯ୍ୟକ୍ରମକୁ ବର୍ଜିତ  କରାଯାଇଅଛି I  ଟାଉନସିପ ପରିସର ବାହାରେ ରହୁଥିବା କର୍ମଚାରୀଙ୍କ ନିୟମିତ ବ୍ଯବଧାନରେ କୋଭିଡ ପରୀକ୍ଷା କରାଯାଉଅଛି, ଯଦ୍ୱାରା ପ୍ଳାଣ୍ଟ ପରିସର କୋଭିଡ଼ ମୁକ୍ତ ରହି ପାରିବ ଏବଂ କର୍ମଚାରୀଙ୍କ ନିମିତ୍ତ ଉଦ୍ଦିଷ୍ଟ ବସଟି ୫୦ ପ୍ରତିଶତ କ୍ଷମତା ମଧ୍ୟରେ ଯିବା ଆସିବା କରିବା ସହ ପ୍ରତ୍ଯେକ ଦିନ ସାନିଟାଇଜ କରାଯାଉଅଛି I

ଏହା ସହିତ କୋଭିଡ଼ ସଂକ୍ରମଣର କୌଣସି ଲକ୍ଷଣ, ଯେ କୌଣସି କର୍ମଚାରୀଙ୍କ ନିକଟରେ ଦେଖାଦେଲେ, ତାଙ୍କୁ ତୁରନ୍ତ ୫ ଦିନ ପର୍ଯ୍ୟନ୍ତ ଏକାନ୍ତବାସ ନିମନ୍ତେ ଛୁଟି ନେବା ସହ ଆବଶ୍ୟକ ସ୍ୱାସ୍ଥ୍ୟ ପରାମର୍ଶ ପ୍ରଦାନ କରାଯାଉଅଛି I

ଜେଏସପିଏଲ ପକ୍ଷରୁ ଏହାର ଯୋଗ୍ୟ କର୍ମଚାରୀ, ତାଙ୍କ ପରିବାର ସଦସ୍ୟ, କଣ୍ଟ୍ରାକ୍ଟର ଶ୍ରମଜୀବୀ ତଥା ହିତଧାରକ ମାନଙ୍କ ନିମନ୍ତେ ଏକ ବ୍ୟାପକ ଟୀକାକରଣ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି I

କମ୍ପାନୀ ପକ୍ଷରୁ ୫୬ ବେଡ ବିଶିଷ୍ଟ କୋଭିଡ଼ କେୟାର ସେଣ୍ଟର ଖୋଲା ଯିବା ସହ ଏକ ସମର୍ପିତ ଡାକ୍ତରୀ ଦଳ ରୋଗୀଙ୍କୁ  ସ୍ୱାସ୍ଥ୍ୟ ସେବା ଦେବା ନିମନ୍ତେ କାର୍ଯ୍ୟ କରୁଛନ୍ତି I ଏହା ସହ କମ୍ପାନୀ ପରିସରରେ ଏକ ନିଜସ୍ୱ ପରୀକ୍ଷାଗାର ସ୍ଥାପନ କରାଯାଇଅଛି ଏବଂ ଏଠାରେ ରାପିଡ଼ ଆଣ୍ଟିଜେନ ତଥା ଆରଟି–ପିସିଆର ପରୀକ୍ଷା କର୍ମଚାରୀ, ଭେଣ୍ଡର ତଥା ଆଗନ୍ତୁକ ମାନଙ୍କର କରାଯାଉଅଛି I

ଜେଏସପିଏଲ ପକ୍ଷରୁ ଏହାର ପାର୍ଶ୍ଵବର୍ତୀ ଅଞ୍ଚଳରେ କୋଭିଡ଼ର ଦ୍ଵିତୀୟ ଲହରି ନିମନ୍ତେ ମଧ୍ୟ  ବ୍ୟାପକ ସଚେତନାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଅଛି I ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଗ୍ରାମାଞ୍ଚଳରେ ବିଭିନ୍ନ ହୋର୍ଡିଂ, ଇ-ମେସେଜିଙ୍ଗ, ଇ-ଲର୍ନିଙ୍ଗ ଇତ୍ୟାଦି ମାଧ୍ୟମରେ କରୋନା ଭୂତାଣୁ ସଂକ୍ରମଣର ଭୟାବହତା ସଂପର୍କରେ ସଚେତନ କରାଇବା ସହ ଏହାଠାରୁ କିପରି ନିଜକୁ ସୁରକ୍ଷିତ ରଖି ପାରିବେ, ସେ ସମ୍ବନ୍ଧରେ ସଚେତନ କରାଯାଉଅଛି I

Leave a Reply

Your email address will not be published. Required fields are marked *