କୋଭିଡ କେୟାର ସେଣ୍ଟର ସ୍ଥାପନ କରିବାରେ ଜିନ୍ଦଲ ଓଡିଶାର ପ୍ରଥମ ବୃହତ୍ତ ଶିଳ୍ପାନୁଷ୍ଠାନ ।

ଅନୁଗୋଳ: ଅନୁଗୋଳ ଜିନ୍ଦାଲ ଆରମ୍ଭ କରିଛି କୋଭିଡ କେୟାର ସେଣ୍ଟର । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ପରିସରରେ ଏହି କୋଭିଡ କେୟାର ସେଣ୍ଟରକୁ ଉଦଘାଟନ କରିଛନ୍ତି। ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କମ୍ପାନୀ ପକ୍ଷରୁ ୨୭୦ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରାଯାଇଛି। ସେଠାରେ ସମସ୍ତ ଶଯ୍ୟାରେ ଅକ୍ସିଜେନ  ଵ୍ୟଵସ୍ଥା ଥିବା ସହ ଅତ୍ୟାଧୁନିକ ୫ଟି ସ୍ୱତନ୍ତ୍ର ଭେଣ୍ଟିଲେଟର ବ୍ୟବସ୍ଥା ରହିଛି। ଜିଲ୍ଲାର ସମସ୍ତ କୋଭିଡ ଆକ୍ରାନ୍ତ ସେଠାରେ ରହି ସୁବିଧାରେ ଚିକିତ୍ସା ପାଇ ପାରିବେ। ସେଥିପାଇଁ ଆବଶ୍ୟକ ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି କରାଯାଇଛି। ସ୍ଵତନ୍ତ୍ର ଆମ୍ବୁଲାନ୍ସ ରଖା ଯାଇଛି। ଯାହା ଫଳରେ ଗୁରୁତର ରୋଗୀ ମାନଙ୍କୁ ଏଠାକୁ ଆଣା ଯାଇ ପାରିବ। ଉଦଘାଟନୀ ଅବସରରେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜିନ୍ଦଲ କର୍ତ୍ତୃପକ୍ଷଙ୍କ ଏଭଳି ଉଦ୍ୟମକୁ ବେସ ପ୍ରସଂଶା କରିଥିଲେ।

Advertisement

ଉଦ୍ଦଘାଟନରେ ଅନ୍ୟତମ ଅତିଥି ଭାବେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଯୋଗ ଦେଇ ରାଜ୍ୟ ସରକାର କୋଭିଡ ପରିଚାଳନା ସଠିକ ଢଙ୍ଗରେ କରୁଥିବା କଥା କହିଥିଲେ। ଏଥିସହ ଅନୁଗୋଳ ଜିଲ୍ଲାରେ ୩ଟି କୋଭିଡ ହସ୍ପିଟାଲ ଏବଂ ୫ଟି କୋଭିଡ କେୟାର ସେଣ୍ଟର କରାଯାଇଛି। ସମସ୍ତ ହସ୍ପିଟାଲ ଏବଂ କୋଭିଡ କେୟାର ସେଣ୍ଟରରେ ଆବଶ୍ୟକ ଡାକ୍ତର, ନର୍ସ ଏବଂ ଅନ୍ୟାନ୍ୟ କର୍ମଚାରୀ ନିଯୁକ୍ତି କରାଯାଇଛି ବୋଲି ସୂଚନା ଦେଇଥିଲେ। ଏଭଳି ପରିସ୍ଥିତିରେ ଜିନ୍ଦଲ ୨୭୦ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରି ଅନୁଗୋଳ ବାସୀଙ୍କ ପାଇଁ ସୁବିଧା ଆଣି ଦେଇଥିବାରୁ ମନ୍ତ୍ରୀ ନବ ଦାସ ପ୍ରସଂଶା କରିଥିଲେ।  ଆଗାମୀ ଦିନରେ ଏହାକୁ ଏକ ଅତ୍ୟାଧୁନିକ କୋଭିଡ ହସ୍ପିଟାଲରେ ପରିଣତ କରିବାକୁ ପରାମର୍ଶ ଦେଇଥିଲେ।

ଏହି କୋଭିଡ କେୟାର ସେଣ୍ଟରରେ 10ଟି ନନ୍-ଇନଭାସିଭ ଭେଣ୍ଟିଲେସନ୍ ବେଡ୍  ଓ ପାଞ୍ଚଟି ଆଇସିୟୁ ବେଡ୍  270 ମେଡିକାଲ ଅକ୍ସିଜେନ ସଂଯୁକ୍ତ ଶଯ୍ୟା ସହିତ ରହିଛି । କାର୍ଯ୍ୟକ୍ରମରେ ସମ୍ବଲପୁର ସାଂସଦ ଶ୍ରୀ ନୀତେଶ ଗଙ୍ଗଦେବ, ଛେଣ୍ଡିପଦା ବିଧାୟକ ଶ୍ରୀ ସୁଶାନ୍ତ କୁମାର ବେହେରା, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅନୁଗୋଳ ଏସପି  ଜଗମୋହନ ମୀନା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ତ୍ରିଲୋଚନ ପ୍ରଧାନ, ଜେଏସପିଏଲର ପରିଚାଳନା ନିର୍ଦ୍ଦେଶକ ଭି.ଆର.ଶର୍ମା ଜେଏସପିଏଲ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ଵର ଝା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *