ଜିନ୍ଦଲ ପକ୍ଷରୁ ଜେନେରାଲ ବିପିନ ରାୱତ ଏବଂ ଅନ୍ୟାନ୍ୟ ସାହାସୀ ଆତ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

ଅନୁଗୋଳ : ଜେଏସପିଏଲ ଅନୁଗୋଳ ପ୍ଳାଣ୍ଟର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଦାମୋଦର ମିତ୍ତଲଙ୍କ ନେତୃତ୍ଵରେ ଏହାର କର୍ମଚାରୀମାନେ ଗତକାଲିର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ସାହାସୀ ଆତ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳିଅର୍ପଣ କରିଥିଲେl ଏହି ଅବସରରେ ସମ୍ମାନ ସୂଚକ ଭାବେ ୨ ମିନିଟର ନୀରବ ପ୍ରାର୍ଥନା ଜେଏସପିଏଲର ପାୱାର ପ୍ଳାଣ୍ଟ ଅଫିସ ପରିସରରେ ଆୟୋଜିତ ହୋଇଥିଲା ଏବଂଜେନେରାଲ ବିପିନ ରାୱତତଥା ଅନ୍ୟାନ୍ୟ ବ୍ୟକ୍ତି ବିଶେଷଙ୍କ ଉପଲବଧି ବିଷୟରେ ସ୍ମରଣ କରିଥିଲେ l

ଏହି ଅବସରରେ ଜେଏସପିଏଲ ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ ମଧ୍ୟ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଜେନେରାଲ ବିପିନ ରାୱତ ଏବଂ ଅନ୍ୟାନ୍ୟ ସାହାସୀ ଆତ୍ମାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ l ଏହା ସହ ଶ୍ରୀ ମିତ୍ତଲ ଜଣେ ଭାରତୀୟ ବାୟୁ ସେନାର ଯୁବ ଜୁନିଅର ୱାରାଣ୍ଟ ଅଫିସର ଶ୍ରୀ ରାଣା ପ୍ରତାପ ଦାସଙ୍କ ବିୟୋଗରେ ମଧ୍ୟ ଗଭୀର  ଦୁଃଖ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଥିଲେ l ଏଠାରେ ସୂଚନା ଯୋଗ୍ୟ ଯେ,  ଶ୍ରୀ ରାଣା ପ୍ରତାପ ଦାସ, ଅନୁଗୋଳ ଜିଲ୍ଲା ନିବାସୀ ଏବଂ ସେ ମଧ୍ୟ ଗତକାଲିର ଏହି ଦୁଃଖଦ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ l

Leave a Reply

Your email address will not be published. Required fields are marked *