ଜାମୁଣ୍ଡା ଜଙ୍ଗଲ ଗାଁ ରେ ରାହାସବାଡି ଉଦ୍ଘାଟନ  କଲେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ବାହୀ ନିର୍ଦ୍ଦେଶକ।  

ଅନୁଗୋଳ :ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ଵର ଝା, ଅନୁଗୋଳ ଜିଲ୍ଲାର ଜାମୁଣ୍ଡା ଜଙ୍ଗଲ ଗ୍ରାମର ରାହାସ ବାଡି କେନ୍ଦ୍ର ଉଦଘାଟନ ଅବସରରେ ଗ୍ରାମର ବିଶିଷ୍ଟ ବ୍ୟକ୍ତି ବିଶେଷ ଯଥା,ଜାମୁଣ୍ଡା ଜଙ୍ଗଲ ଗ୍ରାମ୍ୟ କମିଟି ସଭାପତି ଶ୍ରୀ ନରୋତ୍ତମ ଜେନା, ସଂପାଦକ ଶ୍ରୀ ଗଗନ ବିହାରୀ ପ୍ରଧାନ ଏବଂ ଗ୍ରାମର ଅନ୍ୟାନ୍ୟ ବରିଷ୍ଠ ବ୍ୟକ୍ତି ବିଶେଷ, କମ୍ୟୁନିଟି ଲିଡରଙ୍କ ସହ ତୃଣମୂଳ ସ୍ତରରେ ପରିବର୍ତନ ନିମନ୍ତେ କାର୍ଯ୍ୟ କରୁଥିବା ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ lରାହାସ ବାଡିହେଉଛି ଗ୍ରାମାଞ୍ଚଳର କେନ୍ଦ୍ରରେ ଅବସ୍ଥିତ ଭିତ୍ତିଭୂମି, ଯାହାକି ଗ୍ରାମର କଳା, ସଂସ୍କୃତି ଏବଂ ଐତିହ କୁ ଦର୍ଶାଇ ଥାଏ lଏହି ରାହାସବାଡି ମୁଖ୍ଯତଃ ଓଡିଶାର ବିଭିନ୍ନ ଜିଲ୍ଲା , ପଶ୍ଚିମ-ବଙ୍ଗ ଏବଂ ଛତିଶଗଡ ରାଜ୍ଯରେ ଦେଖା ଯାଇଥାଏ l ଏହା ଗ୍ରାମରେ ସାମାଜିକ – ସାଂସ୍କୃତିକ ଏକତା ରକ୍ଷା କରିବା ଦିଗରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ lଜେଏସପି ଫାଉଣ୍ଡେସନ ଦ୍ଵାରା ନିର୍ମିତ ହୋଇଥିବା ଏହି ସାମାଜିକ ଭିତ୍ତିଭୂମିର ଉଦଘାଟନ କରିବା ଅବସରରେ ଶ୍ରୀ ହୃଦୟେଶ୍ଵର ଝା କହିଥିଲେ ଯେ,ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ସମାଜର ଉନ୍ନତି ନିମନ୍ତେ କାର୍ଯ୍ୟରତ l ସମାଜର ବହୁମୂଖୀ ଉନ୍ନତି ନିମନ୍ତେ, ଏହାର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ ଦ୍ଵାରା ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି lମୁଁ ଆଶା କରୁଅଛି,ଜାମୁଣ୍ଡା ଜଙ୍ଗଲ ଗ୍ରାମରେ ନିର୍ମିତ ଏହି ରାହାସ ବାଡି କେନ୍ଦ୍ର ମାଧ୍ୟମରେଗ୍ରାମବାସୀମାନେ ସେମାନଙ୍କର ଉଚିତ ମତ ଏବଂ ଚିନ୍ତାଧାରା ଉପସ୍ଥାପନ କରିବା ସହ ଗ୍ରାମର ପ୍ରଗତି , ଆପୋଷ ଭାଇ-ଚାରା ଏବଂ ପାର୍ଶ୍ଵବର୍ତୀ ଆଞ୍ଚଳରେ ସାମାଜିକ ଏକତା ବଜାୟ ରହି ପାରିବ lରାହାସ ବାଡି କେନ୍ଦ୍ର ଉଦଘାଟନ ନିମନ୍ତେ ଜାମୁଣ୍ଡା ଜଙ୍ଗଲ ଗ୍ରାମବାସୀ ମାନେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ଵର ଝା ଏବଂ କମ୍ପାନୀର ଅନ୍ୟାନ୍ୟ କର୍ମଚାରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିବା ସହ ପାଛୋଟି ନେଇଥିଲେ l

Advertisement

ଏହି ଅବସରରେ ଗ୍ରାମବାସୀଙ୍କ ସହ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଏବଂଜେଏସପି ଫାଉଣ୍ଡେସନ ପକ୍ଷରୁ ବ୍ରିଗ. ଡି.ବି. ପାଣି (ଅବସରପ୍ରାପ୍ତ), ଶ୍ରୀ ବି.ବି.ପ୍ରଧାନ, ଶ୍ରୀମତୀ ପୁଷ୍ପଲତା ଶତପଥୀ , ଶ୍ରୀ ଆଶିଷ ରଞ୍ଜନ ମହାନ୍ତି ଏବଂ ଅନ୍ୟ କର୍ମଚାରୀମାନେ ପ୍ରମୁଖ ଯୋଗ ଦେଇଥିଲେ lଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କମ୍ପାନୀ ଏହାର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପି ଫାଉଣ୍ଡେସନ ଅଧୀନରେ ଅନୁଗୋଳ ଜିଲ୍ଲାର ସ୍ଥାନୀୟ ଅଧିବାସୀ, ଓଡିଶା ଏବଂ ଦେଶର ଅନ୍ୟାନ୍ୟ ଅଞ୍ଚଳରେ  ମାନବ ବିକାଶ ସୂଚକାଙ୍କରେ ଉନ୍ନତି ଆଣିବା ପାଇଁ ବହୁମୂଖୀ ନିରନ୍ତର ସାମାଜିକ ବିକାଶ କାର୍ଯ୍ୟକ୍ରମ କରି ଆସୁଅଛି lଏହାର ସିଏସଆର କାର୍ଯ୍ୟ ନିମନ୍ତେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଅନେକ ଗୁଡିଏ ଜାତୀୟ ଏବଂ ଆନ୍ତର୍ଜାତୀୟ ସମ୍ମାନରେ ସମ୍ମାନିତ ହୋଇଅଛି lସେଥି ମଧ୍ୟରୁ ନିକଟ ଅତୀତରେ ଭାରତ ସରକାରଙ୍କ କୋର୍ପୋରେଟ ଆଫାୟାର୍ସ ମନ୍ତ୍ରଣାଳୟ ଠାରୁ ପ୍ରାପ୍ତ କରିଥିବା ରାଷ୍ଟ୍ରୀୟ ସିଏସଆର ପୁରସ୍କାର ଅନ୍ୟତମ ଉପଲବ୍ଧି ଅଟେ l

Leave a Reply

Your email address will not be published. Required fields are marked *