JSPL ଫାଉଣ୍ଡେସନ ପକ୍ଷରୁ ରଜ ପର୍ବ ଗୋଷ୍ଠୀ ସମୁଦହଙ୍କ ସହ ପାଳିତ

ଅନୁଗୋଳ :ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନପକ୍ଷରୁ ରଜ ପର୍ବ ସ୍ଥାନୀୟ ପାର୍ଶ୍ଵବର୍ତୀ ଗ୍ରାମର ଗୋଷ୍ଠୀ ସମୁଦାୟଙ୍କ ସହ ପାଳନ କରାଯାଇଅଛି lଏହି ଉତ୍ସବକୁ ଅତ୍ୟନ୍ତ ରୋମାଞ୍ଚ ଏବଂ ମନୋରଞ୍ଜନ ଧର୍ମୀ କରିବା ଉଦ୍ଦେଶ୍ୟରେ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ  ବିଭିନ୍ନ ସୁସଜ୍ଜିତ ଦୋଳି ସାଙ୍ଗକୁ ବାଳିକା ଏବଂ ମହିଳାଙ୍କ ନିମନ୍ତେ ସ୍ଵତନ୍ତ୍ର କ୍ରୀଡା ଭିତ୍ତିକ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା l ଏହି ତ୍ରୀ ଦିବସୀୟ କାର୍ଯ୍ୟକ୍ରମରେ ବିଭିନ୍ନ ପାରମ୍ପରିକ ଖାଦ୍ୟ ଉତ୍ସବ ସ୍ଥଳରେ ପ୍ରସ୍ତୁତ କରଯାଇଥିଲା lଏହି ପବିତ୍ର ଉତ୍ସବ ଅବସରରେ, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ଆନୁଗୋଳ ପ୍ଳାଣ୍ଟ ମୁଖ୍ୟ ଶ୍ରୀ ହୃଦୟେଶ୍ଵରଝା ଗ୍ରାମବାସୀଙ୍କୁ ନିଜର ଶୁଭେଚ୍ଛା ଜଣାଇବା ସହ ପ୍ରକାଶ କରିଥିଲେ ଯେ, ଓଡିଶାର ରଜ ପର୍ବ ହେଉଛି ଏକ ଅନନ୍ୟ କୃଷି ଭିତ୍ତିକ ପର୍ବଯାହାକି ମାଟି ମା’ର କୃପା ନିମନ୍ତେ ପାଳନ କରାଯାଇଥାଏ l

ଓଡିଶା ଏକ ମାତ୍ର ସ୍ଥାନ ଯେଉଁଠାରେ ମାଟି ମା’ କୁ ଏହି ସୁନ୍ଦର ପର୍ବ ମାଧ୍ୟମରେ ତିନି ଦିନର ବିରାମ ଦେବା ସହ ଆଗାମୀ ଦିନରେ ଉତ୍କୃଷ୍ଟ ଫସଲର ଆଶା କରାଯାଇଥାଏ lମୁଁ ଈଶ୍ଵରଙ୍କୁ ପ୍ରାର୍ଥନା କରୁଛି ଯେ,ଚଳିତ ବର୍ଷ ଭଲ ମୋସୁମୀ ହେଉ ଏବଂ ସମସ୍ତଙ୍କ ମଙ୍ଗଳ ହେଉ”lଏଥି ସହିତ କିଶୋରୀ ବାଳିକା, ମହିଳା , ସ୍ଥାନୀୟ ସରପଞ୍ଚ ଏବଂ ଗ୍ରାମର ମୁଖିଆ ମାନେ ସ୍ଥାନୀୟ ସଂସ୍କୃତି ଏବଂ ପ୍ରଥାକୁ ସମ୍ମାନ ଜଣାଇବା ସହଏହି ଉତ୍ସବରେ ସାମିଲ ହୋଇଥିଲେ lଏହି ଉତ୍ସବରେ ଯୋଗଦେଇ,ସ୍ଥାନୀୟ ଜରଡା ପଞ୍ଚାୟତର ସରପଞ୍ଚ ଶ୍ରୀ ରତ୍ନାକର ଦାସ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାରର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନର ଏହି ପ୍ରୟାସକୁ ପ୍ରଶଂସା କରିବା ସହ କହିଥିଲେ ଯେ, ଏହିପରି ଏକାଠି ଉତ୍ସବ ପାଳନ କରିବା ଦ୍ଵାରା ଗ୍ରାମବାସୀଙ୍କ ମଧ୍ୟରେ ସଦଭାବ ଏବଂ ଭାଇଚାରା ବଜାୟ ରହିବ lଜେଏସପିଏଲ ଫାଉଣ୍ଡେସନପକ୍ଷରୁ ଆୟୋଜିତ ହୋଇଥିବା ଏହି ରଜ ଉତ୍ସବ କାର୍ଯ୍ୟକ୍ରମରେ ଏକ ହଜାରରୁ ଊର୍ଦ୍ଧ୍ଵ ଗ୍ରାମବାସୀ ଯୋଗ ଦେବା ସହ ଏହାର ଆନନ୍ଦ ଉଠାଇ ଥିଲେ l

Leave a Reply

Your email address will not be published. Required fields are marked *