JSPL ଫାଉଣ୍ଡେସନ ପକ୍ଷରୁ ବରିଷ୍ଠ ନାଗରିକଙ୍କ ନିମନ୍ତେ “ସ୍ଵସ୍ତି ଏକ୍ସପ୍ରେସ”ଏବଂ ଶିଶୁଙ୍କ ପାଇଁ ସ୍କୁଲ ବସ ଲୋକାର୍ପିତ.

ଅନୁଗୋଳ: ଅନୁଗୋଳ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ  ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (JSPL)ର ସାମାଜିକ ଦାୟିତ୍ଵବୋଧ  ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲଫାଉଣ୍ଡେସନ ପକ୍ଷରୁସ୍ଵସ୍ତି ଏକ୍ସପ୍ରେସକୁ ଆଜି ଅନୁଗୋଳ ଜିଲ୍ଲାପାଳ ଅଫିସ ପରିସରରେ  ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l ଏହି ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଅନୁଗୋଳ ପ୍ଳାଣ୍ଟର ମୁଖ୍ୟ ତଥା ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ଵର ଝା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ସନ୍ତୋଷ ପ୍ରଧାନ, ଏଡି, ପିଏଚଓ ଡାକ୍ତର ବିଶ୍ଵବିହାରି ମହାନ୍ତି, ଜିଲ୍ଲା ସାମାଜିକ ନିରାପତ୍ତା ଅଧିକାରୀ, ଶ୍ରୀ ନାରାୟଣ ମହାପାତ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଶ୍ରୀମତୀ ଆଲମା ବରୁଆ, ଅଧ୍ୟକ୍ଷ ଆଦୃତ ଶିଶୁ ଗୃହ, ପ୍ରୋଫେସର ଆଦିତ୍ୟ କୁମାର ମହାନ୍ତି, ଜିଏମ-ସିଏସଆର, ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର, ଶ୍ରୀମତୀ ପୁଷ୍ପଲତା ଶତପଥୀ ଏବଂ ଅନ୍ୟାନ୍ୟ ଗଣ୍ୟ ମାନ୍ୟଅତିଥିମାନେ ଉପସ୍ଥିତଥିଲେl ସ୍ଵସ୍ତି ଏକ୍ସପ୍ରେସ ଉଦଘାଟନ ଅବସରରେ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁପ୍ରକାଶ କରିଛନ୍ତି ଯେ, ଏହା ହେଉଛି କୌଣସି କର୍ପୋରେଟ ସଂସ୍ଥା ଦ୍ଵାରା ଗ୍ରହଣ କରାଯାଇଥିବା ଏକ ଅଭିନବ ପଦକ୍ଷେପl ମୁଁ ଆଶା କରୁ ଅଛି, ଏହା ଆମ୍ଭ ସମାଜର ବରିଷ୍ଠ ନାଗରିକ ମାନେ ଏହା ଦ୍ଵାରା ଲାଭାନ୍ଵିତ ହେବା ସହ ନିଜକୁ ଶାରୀରିକ ଭାବେ ସୁସ୍ଥ ରଖି ପାରିବେ l

ସ୍ଵସ୍ତି ଏକ୍ସପ୍ରେସ – ଏକ ସ୍ଵତନ୍ତ୍ର ଭ୍ରାମ୍ୟମାଣ ଯାନ, ଯାହାକି ବରିଷ୍ଠ ନାଗରିକଙ୍କ ବୟସ ଜନିତ ଶାରୀରିକ କଷ୍ଟ ଏବଂ  ଅସୁସ୍ଥତା ଦୂର କରିବା ନିମନ୍ତେ ସହାୟକ ହେବା ସହ ସେମାନଙ୍କୁ  ମାନସିକ ଏବଂ ଆଧ୍ୟାତ୍ମିକ କଲ୍ୟାଣ ସେବା ପ୍ରଦାନ କରି ପାରିବ l ଏହି ସ୍ଵସ୍ତି ଏକ୍ସପ୍ରେସ ଜିଲ୍ଲାର ଛେଣ୍ଡିପଦା ଏବଂ ବନରପାଳ ବ୍ଲକର  ପ୍ଳାଣ୍ଟ ପାର୍ଶ୍ଵବର୍ତୀ ଅଞ୍ଚଳରେ ରହିଥିବା ୫୫ଟି ଗ୍ରାମରେ ଏହି ସେବା ଯୋଗାଇବ l  ଏହି ଭ୍ରାମ୍ୟମାଣ ଥେରାପିଉଟିକ ସେବା ସହ ବରିଷ୍ଠ ନାଗରିକଙ୍କୁ ପ୍ରାକୃତିକ ଚିକିତ୍ସl, ଯେପରିକି, ଯୋଗ, ପ୍ରାଣାୟମ ସହ ମାନୁଆଲି ପରିଚାଳିତ ଫିଜିଓଥେରାପି ଓ ଉଚିତ ଆହାର ନିମନ୍ତେ ଅବଗତକରାଇବ l

ଏହି ଅବସରରେ ଶ୍ରୀ ହୃଦୟେଶ୍ଵର ଝା ପ୍ରକାଶ କରିଛନ୍ତି ଯେ, ଆନ୍ଠୁ ଗଣ୍ଠି ଯନ୍ତ୍ରଣା ସହ ପୀଡିତବରିଷ୍ଠ ନାଗରିକ ମାନେ ସାଧାରଣତଃ ଯାତ୍ରା କରିବାରେ ଅସମର୍ଥ ହୋଇଥାନ୍ତି l ମୁଁ ଆଶା ପ୍ରକାଶ କରୁଅଛି ଆମର ଏହି ଭ୍ରାମ୍ୟମାଣ ସେବା କେନ୍ଦ୍ର ସ୍ଵସ୍ତି ଏକ୍ସପ୍ରେସ ଦ୍ଵାରା ସେମାନେ ନିଶ୍ଚିତ ରୂପେ ଲାଭାନ୍ଵିତ ହୋଇପାରିବେ lଏଥି ସହିତ ଆଦୃତ ଶିଶୁ ଗୃହର ଶିଶୁ ମାନଙ୍କର ଉନ୍ନତ ପରିବହନ ସେବା ନିମନ୍ତେ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁଆଦୃତ ଶିଶୁ  କେନ୍ଦ୍ରର ଢେଙ୍କାନାଳ, ସୁନ୍ଦରଗଡ ଏବଂ ପୁରୀ ଶାଖା ନିମନ୍ତେ ୩ ଗୋଟି ବସ ପ୍ରଦାନ କରାଯାଇଅଛି lଏଠାରେ ସୂଚନାଯୋଗ୍ୟଯେ,ଆଦୃତ ଶିଶୁ ଗୃହ ଯାହାକି ପିତୃ ମାତୃ ଛେଉଣ୍ଡ, ପରିତ୍ୟକ୍ତ, ନିରାଶ୍ରିତ ଶିଶୁଙ୍କଏକ ଥଇଥାନ କେନ୍ଦ୍ର ଅଟେ l ଜେଏସପିଏଲ ଫାଉଣ୍ଡେସନ ଏହି ସଂସ୍ଥାରେ ରହୁଥିବା ଶିଶୁ ମାନଙ୍କ ଉଚିତ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ସୁଯୋଗ ନିମନ୍ତେ ସର୍ବଦା ସହାୟତା ପ୍ରଦାନ କରି ଆସୁଅଛିl

Leave a Reply

Your email address will not be published. Required fields are marked *