ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ ୨୦୨୨ପାଳିତ.

ଅନୁଗୋଳ:ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ସାମାଜିକ ଦାୟିତ୍ଵବୋଧ  ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ବିଶ୍ଵ କର୍କଟ ଦିବସ ପ୍ରକଳ୍ପ ପାର୍ଶ୍ଵବର୍ତୀ ଗ୍ରାମରେ ପାଳିତ ହୋଇଯାଇଅଛି l ଏହି ଅବସରରେ ଜେଏସପି ଅନୁଗୋଳର ମେଡିକାଲ କର୍ମଚାରୀ ମାନେ ଯୋଗ ଦେଇ ଗୋଷ୍ଠି ସମୁଦାୟଙ୍କୁ କର୍କଟ ରୋଗର ଲକ୍ଷଣ ବିଷୟରେ ବୂଝାଇବା ସହ ପ୍ରାରମ୍ଭିକ ପର୍ଯ୍ଯାୟରେ ଯଦି ଏହାର ସଠିକ ଚିକିସ୍ଛା କରାଯାଏ, ତେବେ ଏହାର ନିରାକରଣ ସମ୍ଭବ ବୋଲି କହିଥିଲେ l  

ଚଳିତ ବର୍ଷର ବିଷୟ ‘ଚିକିସ୍ଛାରେ ବିଳମ୍ବ ବ୍ଯବଧାନକୁ କମ କରିବା‘ ଉପରେ ଜେଏସପି ଅନୁଗୋଳ ଅକୁପେସନାଲ ସେଣ୍ଟରର  ଡାକ୍ତର ପ୍ରିୟଦର୍ଶିନୀ ରାୟ ଏବଂ ଡାକ୍ତର ସାଇ ସ୍ୱରୂପ ପାଢୀ ଗ୍ରାମୀଣ ମହିଳାଙ୍କୁ କର୍କଟ ରୋଗର ଲକ୍ଷଣ ଏବଂ ବିଶେଷତଃ ମହିଳାଙ୍କ କ୍ଷେତ୍ରରେ ଏହାର ନୂତନ ଟେକ୍ନୋଲୋଜିର ପ୍ରୟୋଗ ମାଧ୍ୟମରେ ଏହାର ତ୍ଵରିତ ଚିହ୍ନଟକରଣ ଦ୍ଵାରା  ଚିକିସ୍ଛା ଆରମ୍ଭ କରାଯାଇପାରିବ ବୋଲି ପ୍ରକାଶ କରିଥିଲେ l ଏଥି ସହିତ ବିଭିନ୍ନ କୁ ଅଭ୍ଯାସ ଦ୍ଵାରା କିଛି ଅଙ୍ଗ ପ୍ରତ୍ୟଙ୍ଗରେ କର୍କଟ ରୋଗର କାରଣ ମଧ୍ୟ ହୋଇପାରେ ବୋଲି କହିଥିଲେ l

ପରିଶେଷରେ ଡାକ୍ତରମାନେ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଇବା ସହ  କୌଣସି ସନ୍ଦେହାତ୍ମକ ଲକ୍ଷଣ ଦେଖାଦେଲେ ତୁରନ୍ତ ଉନ୍ନତ  ଚିକିସ୍ଛା କରିବା ଅତ୍ୟନ୍ତ ଜରୁରୀ  ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମଟିରେ ୧୦୦ ଜଣ ପାଖାପାଖି ଗ୍ରାମୀଣ ମହିଳା ଅଂଶ ଗ୍ରହଣ କରିବା ସହିତ ଏହା ରାଜ୍ୟ ସରକାରଙ୍କ କୋଭିଡ-୧୯ ମହାମାରୀର ସମସ୍ତ ପ୍ରତିଷେଧକମୂଳକ ନିର୍ଦ୍ଦେଶାବଳୀ ସହ ଅନୁଷ୍ଠିତ ହୋଇଥିଲା l

Leave a Reply

Your email address will not be published. Required fields are marked *