ଜିନ୍ଦଲରେ ଉଦଯାପିତ ହେଲା ଫୁଟସଲ ୨୦୨୧

ଅନୁଗୋଳ: ଜିନ୍ଦଲ ଅଫିସର୍ସ କ୍ଲବ ଦ୍ଵାରା ଆୟୋଜିତ ହୋଇଥିବା ଆନ୍ତଃବିଭାଗୀୟ ବାର୍ଷିକ ଫୁଟବଲ ଟୁର୍ନାମେଣ୍ଟ ଫୁଟସଲ ୨୦୨୧ ବିଜେତା ଭାବରେ ଜୋସ ଦଳ ଟ୍ରଫି ହାସଲ କରିଅଛି I କୋଭିଡ -୧୯ ମହାମାରୀରର ସମସ୍ତ ପ୍ରତିଷେଧକ ଗାଇଡଲାଇନ ପାଳନ କରି ଆୟୋଜିତ ହୋଇଥିବା ଏହିଟୁର୍ନାମେଣ୍ଟଟି ଗତ ସଂଧ୍ୟାରେ ଉଦଯାପିତ ହୋଇଯାଇଅଛି I ଜୋସ ଦଳଟି ଅନୁଗୋଳ ପ୍ରକଳ୍ପର ବିଭିନ୍ନ ବିଭାଗ ଯଥା, ସିଜିପି, ଆରଏମଏଚଏସ, କୋଲ ୱାଶେରୀ,ଇତ୍ୟାଦି ବିଭାଗର ଖେଳାଳିଙ୍କୁ ନେଇ ଗଠିତ ଏବଂ ଏହି ଚିତାକର୍ଷକ ଫାଇନାଲ ମ୍ଯାଚରେ ସେମାନେ ରୟାଲଡାଇନାମୋ ଦଳକୁ ୧-0 ଗୋଲରେ ପରାସ୍ତ କରି ଫୁଟସଲ – ୨୦୨୧ର ବିଜେତା ହୋଇଛନ୍ତି I

ଉଦଯାପିତ ଉତ୍ସବରେ ପ୍ଳାଣ୍ଟର ମୁଖ୍ୟ ଶ୍ରୀ ହୃଦୟେଶ୍ଵର ଝା ଏବଂ ଷ୍ଟିଲ ମେକିଙ୍ଗ ଏବଂ ମିଲସର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସବ୍ୟସାଚୀ ବନ୍ଦୋପାଧ୍ୟାୟ, ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବିଜେତା ତଥା ଉପ-ବିଜେତା ଦଳକୁ ପୁରସ୍କାର ଏବଂ ଟ୍ରଫି ପ୍ରଦାନ କରିଥିଲେ I ଏହି ଉତ୍ସବରେ ସିଜିପି ବିଭାଗର ଇଭିପି ଶ୍ରୀ ଏ.ଏନ.ତିଵାରୀ, ଜିନ୍ଦଲ ଅଫିସର୍ସ କ୍ଲବର ସାଧାରଣ ସଂପାଦକଶ୍ରୀ ସୁଶୀଲ ଲୋଧିଙ୍କ ସମେତ ଅନେକ ବିଭାଗୀୟ ମୁଖ୍ୟ ଏବଂ ଦର୍ଶକ ଉପସ୍ଥିତ ଥିଲେ I

Leave a Reply

Your email address will not be published. Required fields are marked *