ଓଡିଶାର ସର୍ବାଧିକ ଜିଏସଟି ପ୍ରଦାନକାରୀ ସଂସ୍ଥା ଭାବରେ JSPLସମ୍ବର୍ଦ୍ଧିତ।

ଅନୁଗୋଳ: ଅନୁଗୋଳ ଠାରେ ଥିବା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ (ଜେଏସପିଏଲ) ଓଡିଶା ରାଜ୍ଯର ଘରୋଇ ଶିଳ୍ପ ସଂସ୍ଥା ମାନଙ୍କ ମଧ୍ୟରେ ସର୍ବାଧିକ ଜିଏସଟି ପ୍ରଦାନକାରୀ ଶିଳ୍ପ ସଂସ୍ଥା ଭାବରେ ପରିଗଣିତ ହୋଇଅଛିl ଗତ ୨୦୧୮ ଠାରୁ ଆରମ୍ଭ କରି ୨୦୨୧ ମସିହା ନିମନ୍ତେଜିଏସଟି ପ୍ରଦାନରହିସାବକୁ ଆଧାର କରି, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କମିସନରେଟ,ରାଉରକେଲା ପକ୍ଷରୁ ଜେଏସପିଏଲ ଅନୁଗୋଳ ୟୁନିଟକୁ ସଚୋଟ ଟିକସ ଅଭ୍ୟାସ ନିମନ୍ତେ ସମ୍ବର୍ଦ୍ଧିତ କରିଅଛି lଏହି ଉଲ୍ଲେଖନୀୟ ଅଭ୍ୟାସ ନିଶ୍ଚିତ ରୂପେ ଅନ୍ୟ ଶିଳ୍ପ ସଙ୍ଗଠନକୁସଚୋଟତା ଦିଗରେ ପ୍ରେରିତ କରିବ ଏବଂ ସେମାନଙ୍କୁ ମଧ୍ୟ ରାଷ୍ଟ୍ର ନିର୍ମାଣ ଦିଗରେଉସ୍ଛାହିତ କରିବ ବୋଲି ଅର୍ଥ ମନ୍ତ୍ରଣାଳୟଭାରତ ସରକାରଙ୍କ ଦ୍ଵାରା ପ୍ରଦତ୍ତ ପ୍ରଶସ୍ତି ପତ୍ରରେ ଉଲ୍ଲେଖ କରାଯାଇଅଛି l

ଏହି ଅବସରରେ ବିଜୟ ରିଷି,ଜିଏସଟିଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କମିଶନର,ରାଉରକେଲା ଏହି ସମ୍ବନ୍ଧରେ ପ୍ରଶସ୍ତି ପତ୍ର ଜେଏସପିଏଲ ଅନୁଗୋଳର ଶ୍ରୀ ସଲିମ ଅଖତର, ଡିଜିଏମ (ଟାକ୍ସେସନ) ଏବଂ ଶ୍ରୀ ରବି ଵାଧାବନ , ଡିଜିଏମ (ଫାଇନାନ୍ସ)ଙ୍କୁ ପ୍ରଦାନ କରିଥିଲେ lଅର୍ଥ ମନ୍ତ୍ରଣାଳୟ ଭାରତ ସରକାରଙ୍କ ପକ୍ଷରୁ ଏହି ସମ୍ମାନ ଗ୍ରହଣ ଅବସରରେ , ଜେଏସପିଏଲର ଅନୁଗୋଳ ୟୁନିଟ ମୁଖ୍ୟ ଶ୍ରୀ ହୃଦୟେଶ୍ଵର ଝା ନିଜର ଖୁସି ବ୍ୟକ୍ତ କରିଛନ୍ତି।  ରାଷ୍ଟ୍ରର ଆଇନ ଏବଂ ନିୟମକୁ ମାନି ଚଳିବା ହେଉଛି ପ୍ରତ୍ଯେକ ନାଗରିକ ଏବଂ ସଂସ୍ଥାର ପ୍ରମୁଖ ଦାୟିତ୍ଵ’l ଏହା ଅତ୍ୟନ୍ତ ଖୁସିର ବିଷୟଯେ, ଆମ ଦେଶର ଅର୍ଥ ମନ୍ତ୍ରଣାଳୟ,ଓଡିଶା ରାଜ୍ଯର ଘରୋଇ କ୍ଷେତ୍ରରେ ସର୍ବାଧିକ ଜିଏସଟି ଟିକସ ପ୍ରଦାନ ନିମନ୍ତେ ଆମ୍ଭକୁ ପରିଗଣିତ କରିବା ସହିତ ଏକ ମାନପତ୍ର ସହ ମଧ୍ୟସମ୍ବର୍ଦ୍ଧିତ କରିଛନ୍ତିl ଏକ ଦାୟିତ୍ଵ ସଂପନ୍ନ କର୍ପୋରେଟ ସଂସ୍ଥା ଭାବରେ ଆମ୍ଭେ ଭବିଷ୍ୟତରେ ମଧ୍ୟ ଆମର ସମସ୍ତ ବାଣିଜ୍ୟିକ ଅଭ୍ଯାସରେ ସରକାରଙ୍କ ସମସ୍ତ ବିଧି ନିୟମକୁ ମାନି ଚଳିବୁ ବୋଲି ଶ୍ରୀ ଝା ପ୍ରକାଶ କରିଛନ୍ତିl

ଏହି କାର୍ଯ୍ୟକ୍ରମରେ ସେଲ, ଚାମ୍ବର ଅଫ କମର୍ଶ , ଚାଟାର୍ଡ ଆକାଉଣ୍ଟାଣ୍ଟ ଆସୋସିଏସନ ଏବଂ ରାଉରକେଲା ବାର ଆସୋସିଏସନ ଏବଂ ଶ୍ରୀ ଦେବଜ୍ୟୋତି ଚକ୍ରବର୍ତୀ, ଅତିରିକ୍ତ  କମିଶନର-ଜିଏସଟି  ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ଶ୍ରୀ ଆସିକ ଜମାଲ, ଉପ-କମିଶନର -ଜିଏସଟି  ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ଶ୍ରୀ ଧରମବୀର ସିଂହ,ଅଧୀକ୍ଷକ – ଜିଏସଟି  ଏବଂ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଏବଂଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *