ଫିଟ ନେସ ଦିବସ ଭାବେ ପାଳିତ ହେଲା JSPL ଅଧକ୍ଷ ନବୀନ ଜିନ୍ଦଲଙ୍କ ଜନ୍ମ ଦିନ.

ଭୁବନେଶ୍ଵର : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ର କର୍ମଚାରୀ ଆଜି ଜେଏସପିଏଲ ଅଧ୍ୟକ୍ଷ  ନବୀନ ଜିନ୍ଦଲଙ୍କ ଜନ୍ମ ଦିବସ କୁ ଫିଟନେସ ଦିବସ ଭାବେ ପାଳନ କରିଛନ୍ତି I ନବୀନ ଜିନ୍ଦଲ ଜଣେ  ସଫଳ ଶିଲ୍ପପତି ତଥା ନିଜର ଫିଟନେସ ଏବଂ ଦେଶାତ୍ମବୋଧ ନିମନ୍ତେ ସାରା ଦେଶରେ ସୁପରିଚିତ I ତାଙ୍କର ଜନ୍ମ ଦିନ ଅବସରରେ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ଼ର ସାମାଜିକ ଦାୟିତ୍ଵବୋଧ ଶାଖା ଭାବେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଜେଏସପିଏଲ କର୍ମଚାରୀ ଏବଂ ଗୋଷ୍ଠୀ ସମୁଦାୟ ନିମନ୍ତେ ଫିଟନେସ ସଂପର୍କିତ ବହୁବିଧ କାର୍ଯ୍ୟକ୍ରମ ଆୟୋଜିତ ହେବା ସହିତ ଓପି ଜିନ୍ଦଲଛାତ୍ର ମେଧା ବୃତ୍ତି ପ୍ରଦାନ କରାଯାଇଥିଲା Iନବୀନ ଜିନ୍ଦଲଙ୍କ ଜନ୍ମ ଦିନ ଉପଲକ୍ଷେ,ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁଓପି ଜିନ୍ଦଲ ଷ୍ଟାର ଏବଂ ଓପି ଜିନ୍ଦଲ ଜୁଏଲ ଛାତ୍ର ମେଧା ବୃତ୍ତି ପ୍ରଦାନ କରଯାଇଥିଲା

ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା  ଲାଭ କରିଥିବା ଆର୍ଥିକ ଅନଗ୍ରସର ବର୍ଗର ଛାତ୍ର ଛାତ୍ରୀ, ଯେ କିପରି ନିଜ ନିଜର ଶିକ୍ଷା ଜାରି ରଖି ପାରିବେ, ସେଥି ନିମନ୍ତେ ଉଦ୍ଦିଷ୍ଟ ଏହି ମେଧା ବୃତ୍ତି ରାସି ସହ ପ୍ରମାଣପତ୍ର ଛେଣ୍ଡିପଦା ଏବଂ ବରପାଳ ବ୍ଲକର ଯୋଗ୍ୟ ଛାତ୍ର ଛାତ୍ରୀଙ୍କୁ ଅନୁଗୋଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ ଏବଂ ଜେଏସପିଏଲ ଅନୁଗୋଳ ପ୍ରକଳ୍ପ ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ହୃଦୟେଶ୍ଵର ଝା ପ୍ରଦାନ କରିଥିଲେ Iଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀଣୀ ଶ୍ରୀମତୀ କଳ୍ପନା ବେହେରା, ଜେଏସପିଏଲ ମାନବ ସମ୍ବଳ ବିଭାଗ ମୁଖ୍ୟ ଶ୍ରୀ ରବି ଶଙ୍କରଙ୍କ ସହ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ଥିଲେ Iସେହିପରି  ଫିଟନେସ ଦିବସ ପାଳନ ଅବସରରେ ,ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଜରାସିଂହା ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ଏବଂ ସୁସ୍ଥ ଜୀବନ ନିମନ୍ତେ ଏକ ମୁକ୍ତାକାଶ ଜିମ (ବ୍ୟାୟାମଶାଳା) ଅନୁଗୋଳ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତପନ କୁମାର ଶତପଥୀଙ୍କ ଦ୍ଵାରା ଉଦଘାଟନ ହୋଇଥିବା ବେଳେ ସେଠାରେ ସ୍ଥାନୀୟ ସରପଞ୍ଚ ଶ୍ରୀ ମିଳାପ ପ୍ରଧାନ , ଜେଏସପିଏଲ – ଜି.ଏମ ସିଏସଆର ଶ୍ରୀମତୀ ପୁଷ୍ପଲତା ଶତପଥୀ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ଅତିଥି ଯଥା ଗ୍ରାମ ସଭାପତି ଶ୍ରୀ ସଂଜୀବ ସ୍ଵାଇଁ, ଗ୍ରାମ ସଂପାଦକ ଶ୍ରୀ ବାପି ସ୍ଵାଇଁ ଏବଂ ଅନ୍ୟାନ୍ୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ Iଏହି ଅବସରରେ ଜରାସିଂହା ଗ୍ରାମରେ ଏକ ବୃହତ ଯୋଗ ଶିବିର ଯୋଗ ଗୁରୁ ସ୍ଵାମୀ ସତ୍ୟବିନ୍ଦୁ ସରସ୍ଵତୀଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଆୟୋଜିତ ହୋଇଥିଲା I ଏହି ଯୋଗ ଶିବିର ତଥା ଏହି ସଦ୍ୟ ଉଦଘାଟିତ ମୁକ୍ତାକାଶ ଜିମରେ ଗ୍ରାମର ବହୁ ସଂଖ୍ଯକ ଯୁବକ ଯୋଗଦାନ କରିଥିଲେ

Iଜେଏସପିଏଲଅଫିସପରିସରରେହୋଇଥିବାଏକକେକକଟିଙ୍ଗକାର୍ଯ୍ୟକ୍ରମରେଅନୁଗୋଳପ୍ରକଳ୍ପନିର୍ବାହୀନିର୍ଦ୍ଦେଶକଶ୍ରୀହୃଦୟେଶ୍ଵରଝା, ଜେଏସପିଏଲସଭାପତିଶ୍ରୀଦାମୋଦରମିତ୍ତଲଏବଂଅନ୍ୟାନ୍ୟବରିଷ୍ଠକର୍ମଚାରୀଯୋଗଦାନକରିଥିଲେI ଶ୍ରୀନବୀନଜିନ୍ଦଲଙ୍କଉତ୍ତମସ୍ୱାସ୍ଥ୍ୟଏବଂସମୃଦ୍ଧିନିମନ୍ତେସ୍ଥାନୀୟମନ୍ଦିରଠାରେଏକସ୍ଵତନ୍ତ୍ରପୂଜାଅନୁଷ୍ଠିତହୋଇଥିଲାI

CHeck: Matka Guessing Forum

Leave a Reply

Your email address will not be published. Required fields are marked *