ଅନୁଗୋଳ :ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ଏବଂ ଏହାର ସାମାଜିକ ଦାୟିତ୍ଵବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁଆନର୍ଜାତୀୟ ମହିଳା ଦିବସ ୨୦୨୨ଅବସରରେ ଅନେକ ଗୁଡିଏ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଅଛି lଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର କ୍ଯାମ୍ପସ ପରିସରରେ କର୍ମଜୀବୀ ମହିଳାଙ୍କ ପାଇଁ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ବେଳେ ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ସମାଜରେ ନାରୀ ମାନଙ୍କ ପାଇଁ ପ୍ରେରଣାସ୍ରୋତ ହୋଇଥିବା କିଛି କିଶୋରୀ ଏବଂ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l

ଏହି ସ୍ଵତନ୍ତ୍ର ଦିବସ ଅବସରରେ,ଜେଏସପିଏଲ ଫାଉଣ୍ଡେସନ ଅଧ୍ୟକ୍ଷା ଶ୍ରୀମତୀ ଶାଲୁ ଜିନ୍ଦଲ ସମସ୍ତ ମହିଳାଙ୍କୁ ତାଙ୍କର ଶୁଭେଚ୍ଛା ଜଣାଇବା ସହ ବାର୍ତା ମାଧ୍ୟମରେ ପ୍ରକାଶ କରିଛନ୍ତି ଯେ, ପ୍ରତ୍ଯେକ ମହିଳା ହେଉଛନ୍ତି ସାହସିକ ,ସେମାନଙ୍କର ବୁଦ୍ଧି ଏବଂ ଜ୍ଞାନ କୌଶଳର ସୁବିନିଯୋଗ କରି ଏକ ସୁନ୍ଦର ଏବଂ ସୁରକ୍ଷିତ ବିଶ୍ଵ ଗଠନ କରି ହେବ lଚାଲନ୍ତୁ, ସମସ୍ତେ ନାରୀତ୍ଵର ପର୍ବକୁ ପାଳନ କରି ଆଗାମୀ ବଂଶଧରଙ୍କ ପାଇଁ ଏକ ସୁନ୍ଦର ସମାଜ ଏବଂ ବିଶ୍ଵ ଗଠନ କରିବା lଜେଏସପି ପକ୍ଷରୁ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଶ୍ରୀ ରବି ଶଙ୍କର, ଇଭିପି, ମାନବ ସମ୍ବଳ ଏବଂ ଯୋଗ ଗୁରୁ ସ୍ଵାମୀ ସତ୍ୟବିନ୍ଦୁ ସରସ୍ଵତୀ ଯୋଗ ଦେଇ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ତଥା ରାଷ୍ଟ୍ରର ଅଭିବୃଦ୍ଧିରେ ମହିଳା କର୍ମଚାରୀଙ୍କ ଯୋଗଦାନର ଭୂୟସୀ ପ୍ରଶଂସା କରିଥିଲେ l

ସେହିଭଳି,ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେଅନୁଗୋଳର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରୀଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l ଜେଏସପିଏଲ ଫାଉଣ୍ଡେସନ, ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ଵବିଦ୍ୟାଳୟ ଏବଂ ପତଞ୍ଜଳି ଯୋଗ ସମିତି ପକ୍ଷରୁ ସହଭାଗିତା ମାଧ୍ୟମରେ ଆୟୋଜିତ କାର୍ଯ୍ୟକ୍ରମରେ କିଶୋରୀ ବାଳିକା ମାନଙ୍କ ପାଇଁ ଯୋଗ ଏବଂ ଧ୍ୟାନ ଦ୍ଵାରା ଶରୀର, ମନ ଏବଂ ଆତ୍ମାର କିପରି ନିୟନ୍ତ୍ରଣ କରାଯାଇପାରିବ, ସେ ସମ୍ବନ୍ଧରେ ଅବଗତ କରାଯାଇଥିଲାl

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ନିର୍ଦ୍ଦେଶକ, ଶ୍ରୀ ଦିଲୀପ କୁମାର ସାହୁ ଯୋଗ ଦେଇଥିବା ବେଳେ,ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ଵବିଦ୍ୟାଳୟ ଅନୁଗୋଳ ୟୁନିଟ ମୁଖ୍ୟ ବ୍ରହ୍ମ କୁମାରୀ ମୀନତି ,ଅନୁଗୋଳ ମହିଳା ମହାବିଦ୍ୟାଳୟଅଧ୍ୟକ୍ଷା ଶ୍ରୀମତୀ ନୀରଜା ସାହୁ, ଯଦୁନାଥ ସଂସ୍କୃତ ମହାବିଦ୍ୟାଳୟ, ଅନୁଗୋଳ ଅଧ୍ୟକ୍ଷ,ଶ୍ରୀ ନାରାୟଣ ଚନ୍ଦ୍ର ପଣ୍ଡା,ପତଞ୍ଜଳି ଯୋଗ ସମିତି ଯୋଗାଚାର୍ଯ୍ୟ ଶ୍ରୀ ଅଭୟ ରାୟଏବଂଜିଏମ-ସିଏସଆରଶ୍ରୀମତୀ ପୁଷ୍ପଲତା ସତପଥୀ ପ୍ରମୁଖ ଅତିଥି ଭାବେ ଯୋଗଦାନ କରିଥିଲେ l

ଏହି ଅବସରରେ ହିମୋଗ୍ଲୋବିନରୁ ରକ୍ଷା ପାଇବା ସହ ଉତ୍ତମ ସ୍ୱାସ୍ଥ୍ୟ ଏବଂ ପରିଛନ୍ନତା ଦ୍ଵାରା ବର୍ତମାନ ନିଜ ନିଜର ଅଧ୍ୟୟନଏବଂ ସହ-ପାଠ୍ୟକ୍ରମରେ ଉତ୍କର୍ଷ ଲାଭ କରିଥିବା ଛାତ୍ରୀ ତପସ୍ଵିନୀ ନାଏକ ଏବଂ ଲିଜାରାଣୀ ସାମଲଙ୍କୁଜେଏସପିଏଲ ଫାଉଣ୍ଡେସନର “ସ୍ଵୟଂପ୍ରଭା” ପୁରସ୍କାର ଦ୍ଵାରା ସମ୍ମାନିତ କରାଯାଇଥିଲା l