ଅନୁଗୋଳ ରେ ଆରମ୍ଭ ହେଲା ଘରୋଇ କମ୍ପାନୀର ଟୀକାକରଣ ଅଭିଯାନ । ପ୍ରଥମ ଦିନରେ ୧୨୦୦ଜଣଙ୍କୁ ଦିଆଗଲା ଟୀକା ।

ଅନୁଗୋଳ: ମହାମାରୀ ସମୟରେ ଘରୋଇ କମ୍ପାନୀ ଆରମ୍ଭ କରିଛନ୍ତି ଟୀକାକରଣ ଅଭିଯାନ । ଅନୁଗୋଳ ସ୍ଥିତ ଜିନ୍ଦଲ କମ୍ପାନୀ ତାର କର୍ମଚାରୀ, ଶ୍ରମିକ ଏବଂ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ମହାମାରୀ ବିରୋଧରେ ଲଢେଇ କରିବା ପାଇଁ ଟିକାକରଣ ଆରମ୍ଭ କରିଛି । ପ୍ଳାଣ୍ଟ ଏବଂ ଟାଉନସିପ ପରିସର ମଧ୍ୟରେ ୬ଟି ଟୀକାକରଣ କେନ୍ଦ୍ର ମାଧ୍ୟମରେ ବ୍ୟାପକ ଟୀକାକରଣ କରାଇଛି ।

ଜେଏସପିଏଲ୍ ଏବଂ ଏହାର ସାମାଜିକ ଅନୁଷ୍ଠାନ ଜେଏସପିଏଲ୍ ଫାଉଣ୍ଡେସନ୍, ଏହି ମହାମାରୀ ଦ୍ଵାରା ସୃଷ୍ଟି ହୋଇଥିବା ସମସ୍ୟାକୁ କମ୍ କରିବା କ୍ଷେତ୍ରରେ ସରକାର ତଥା ଜନସାଧାରଙ୍କୁ ସହଯୋଗ କରିବା ପାଇଁ ନିରନ୍ତର କାର୍ଯ୍ୟ କରିଆସୁଛି। ଏହି ବ୍ୟାପକ ଟୀକାକରଣ କାର୍ଯ୍ୟକ୍ରମ ମହାମାରୀକୁ ପରାସ୍ତ କରିବା ଦିଗରେ ଏକ ବଳିଷ୍ଠ ଯୋଗଦାନ ହେବବୋଲି କମ୍ପାନୀର ନିର୍ବାହୀ ନିର୍ଦ୍ଦେଶକ ହୃଦୟେଶ୍ଵର ଝା ପ୍ରକାଶ କରିଛନ୍ତି । କମ୍ପାନୀ ଆଗାମୀ ଦିନରେ କ୍ଷତିଗ୍ରସ୍ତ ଗାଁ ଗୁଡିକରେ ସରକାରଙ୍କ ସହଭାଗୀତାରେ ଟୀକାକରଣ କରିବାର ଲକ୍ଷ୍ୟ ରଖିଛି ବୋଲି ଶ୍ରୀ ଝା କହିଛନ୍ତି ।

ଆଜି ଆରମ୍ଭ ହୋଇଥିବା ଟୀକାକରଣ ଅଭିଯାନରେ ୧୮-୪୪ ବର୍ଷ ବର୍ଗର ୧୨୦୦ ଜଣଙ୍କୁ କୋଭିଶିଲ୍ଡ ଟୀକାର ପ୍ରଥମ ଡୋଜ ଦିଆଯାଇଥିବା ବେଳେ ଅନେକ ଦ୍ଵିତୀୟ ଡୋଜ ନେବାକୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଏହି ଟୀକା ନିର୍ଦ୍ଧିଷ୍ଟ ଟୀକାକରଣ କେନ୍ଦ୍ର ଗୁଡିକରେ ପ୍ରଦାନ କରଯାଇଅଛି l କୋଭିଡ-୧୯ ପ୍ରୋଟୋକଲ ମୁତାବକ ଆୟୋଜନ କରାଯାଉଥିବା ଏହି ଟୀକାକରଣ ଅଭିଯାନରେ ଆବଶ୍ୟକୀୟ ସାମାଜିକ ଦୂରତା, ଫେସ ମାସ୍କ ପିନ୍ଧିବା, ଟୀକାକରଣ ପୂର୍ବବର୍ତୀ ସ୍ୱାସ୍ଥ୍ୟ ପରୀକ୍ଷା ଇତ୍ୟାଦି ସହିତ ସମସ୍ତଙ୍କୁ କୋ-ୱିନ ଆପରେ ପଞ୍ଜୀକରଣ ବାଧ୍ୟତାମୂଳକ କରାଯାଇଅଛି l

ଜେଏସପିଏଲ ଦ୍ଵାରା ଅନୁଗୋଳ ଠାରେ ଏକ କୋଭିଡ କେୟାର ସେଣ୍ଟର ପ୍ରତିଷ୍ଠା କରାଯାଇଅଛି l ଏଥିରେ ୨୭୦ ମେଡିକାଲ ଅକ୍ସିଜେନ ସଂଯୁକ୍ତ ଶଯ୍ୟା, ୧୦ଟି ନିଭ ଶଯ୍ୟା ଏବଂ ୫ଟି ଆଇସିୟୁ ଶଯ୍ୟା ଉପଲବ୍ଧ l ମହାମାରୀ ସମୟରେ ଜନସାଧାରଣଙ୍କ ପାଇଁ ବିଭିନ୍ନ ଜରୁରୀକାଳୀନ ସେବା ଯୋଗାଇବା ଉପରେ ଜେଏସପିଏଲ୍ ଫାଉଣ୍ଡେସନ୍ ସର୍ବଦା ଧ୍ୟାନ ଦେଇ ଆସୁଅଛି ।

Leave a Reply

Your email address will not be published. Required fields are marked *